ରୋଲରରେ ଲାଗିଲା ନିଆଁ, ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଦାରିଙ୍ଗବାଡ଼ି(୧୩/୭) : ଦାରିଙ୍ଗବାଡ଼ି ଚାରିଛକ ନିକଟରେ ଆରକେଡି କମ୍ପାନୀର ଏକ ରୋଲରରେ ସର୍ଟସର୍କିଟ ଯୋଗୁଁ ଲାଗିଲା ନିଆଁ । ସନ୍ଧ୍ୟା ସାଢ଼େ ୮ ଟା ସମୟରେ ଘଟିଛି ଏଭଳି ଘଟଣା । ଚାରିଛକ ନିକଟରେ ରୋଲର ଟି ଠିଆ ହୋଇ ରହିଥିବା ବେଳେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ହୁ ହୁ ହୋଇ ଜଳିବା ଆରମ୍ଭ ହୋଇଥିଲା । ଏହା ପରେ ସଙ୍ଗେ ସଙ୍ଗେ କମ୍ପାନୀର କର୍ମଚାରୀ ମାନେ ଦେଖି ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗ କୁ ଫୋନ କରିଥିଲେ । ଅଗ୍ନିସମ ବିଭାଗଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ଠିକ ସମୟରେ ନିଆଁକୁ ଆୟତ୍ତ କରିଥିବା ଯୋଗୁଁ ରୋଲର ଟି ସମ୍ପୂର୍ଣ ଭାବେ ପୋଡିଯିବା ବଦଳରେ ଅଧାପୋଡା ହୋଇ ରହିଲା।

nis-ad
Leave A Reply

Your email address will not be published.