ଭଗ୍ନସ୍ତୁପ ପାଲଟିଛି ବିଦ୍ୟାଳୟ : ନୀରବଦ୍ରଷ୍ଟା ପ୍ରଶାସନ

ବାଲିମେଳା (୧୩/୦୭) : ଆଜି ସକାଳେ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ୧୨ ନମ୍ବର ୱାର୍ଡ ମେମ୍ବର କୁମାରୀ ମଙ୍ଗୁଳି ହିଆଲ୍ କଲୋନି ୧୨ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପିଇବା ପାଣି ସମସ୍ୟା ବିଷୟରେ ବିଦ୍ୟାଳୟ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷକଙ୍କ ସହ କରିଥିଲେ l ଏହା ନିକଟରେ ଥିବା ଅଙ୍ଗନୱାଡ଼ି ଅବସ୍ଥା ମଧ୍ୟ ସେପରି ରହିଛି l ଏଣୁ ଏହି ସମସ୍ୟା ସମାଧାନ ନିମନ୍ତେ ସହଯୋଗ ଟିମ୍ ଆଜି ବାଲିମେଳା ଜନ ସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟକୁ ଯାଇଥିଲେ l କନିଷ୍ଠ ଯନ୍ତ୍ରୀ ମାଲକାନଗିରିରେ ରହୁଥିବା ଜାଣିବାପରେ କାର୍ଯ୍ୟାଳୟ ରେ ଥିବା ଶ୍ରୀ ବି.ସାରଥୀ ରେଡ୍ଡୀ ବାବୁଙ୍କୁ ଦେଇଥିଲେ l ଏହା ସହ ଆଜି କାଉନସିଲ୍ ମିଟିଂ ରେ ମଧ୍ୟ ଭାଇସ୍ ଚେୟାରମେନ ଶ୍ରୀମତୀ ରଶ୍ମିତା ବାକା ମାହୋଦୟା ଙ୍କୁ ମଧ୍ୟ ପତ୍ର ଦେବାସହ ଆଲୋଚନା କରିଥିଲେ l ବାରମ୍ବାର ଏ ବିଷୟରେ ବିଦ୍ୟାଳୟ କତୃପକ୍ଷ, ପରିଚାଳନା କମିଟି ସଦସ୍ୟ ଦ୍ଵାରା କହିଥିଲେ ମଧ୍ୟ ପାଣି ପାଇପ୍ ସଂଯୋଗ ହୋଇ ପାରି ନଥିଲା l ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ନିକଟରେ କୌଣସି ନଳକୂପ ଓ ପିଇବା ପାଣି ଉତ୍ସ ନଥିବାରୁ ସମସ୍ତଙ୍କୁ ପ୍ରାୟ ଅଧା କିଲୋମିଟର ଚାଲି ଯିବାକୁ ପଡୁଥିଲା l ମଧ୍ୟାହ୍ନ ରୋଷେଇ ନିମନ୍ତେ ଓ ପିଲାଙ୍କ ଶୌଚ ନିମନ୍ତେ ବହୁତ ଅସୁବିଧା ହେଉଥିବା ନିଜେ କାଉନସିଲର ମଙ୍ଗୁଳି ନିଜେ ଅନୁଭଵ କରୁଥିଲେ l ଏହି ପତ୍ରର ଏକ ନକଲ ବିଡ଼ିଓ କୋରକୁଣ୍ଡା, ଜିଲ୍ଲାପାଳଙ୍କ ନିକଟକୁ ପୋଷ୍ଟ କରିଥିବା ସେ ପ୍ରକାଶ କରିଥିଲେ l

nis-ad
Leave A Reply

Your email address will not be published.