ପରିବାର ନିୟୋଜନ କ୍ଷେତ୍ରରେ ମାଲକାନଗିରି ଜିଲ୍ଲା ସାରା ରାଜ୍ୟରେ ପ୍ରଥମ  


 ମାଲକାନଗିରି (୧୩।୭) : ପରିବାର ନିୟୋଜନ କ୍ଷେତ୍ରରେ ସମସ୍ତ ପ୍ରକାର ସେବା ଯୋଗାଇଥିବାରୁ ମାଲକାନଗିରି ଜିଲ୍ଲା ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ରାଜ୍ୟ ସ୍ତରୀୟ ବିଶ୍ଵ ଜନସଂଖ୍ୟା ଦିବସ ୨୦୨୨ ଅବସରରେ ଭୁବନେଶ୍ଵର ଜୟଦେବ ଭବନ ଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପରିବାର ନିୟୋଜନ କ୍ଷେତ୍ରରେ ସମସ୍ତ ପ୍ରକାର ସେବା ଯୋଗାଇଥିବାରୁ ମାଲକାନଗିରି ଜିଲ୍ଲା ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ରାଜ୍ୟ ତରଫରୁ ପୁରସ୍କୃତ କରାଯାଇଛି। ଜିଲ୍ଲାରେ ବର୍ଷକ ମଧ୍ୟରେ ଯେଉଁ ଲକ୍ଷ ଧାର୍ଯ୍ୟ କରାଯାଇଥିଲା, ସେଥିମଧ୍ୟରୁ ୮୦ ଶତକଡା ପୁରୁଷ ଓ ମହିଳା ବନ୍ଧ୍ୟା କରଣ, ୧୧୪ ଶତକଡା ଗର୍ଭ ନିରୋଧକ ବଟିକା ବଣ୍ଟନ, ୮୫ ଶତକଡା ନିରୋଧ ବଣ୍ଟନ ଏବଂ୧୯୦ ଶତକଡା ଆଇ.ୟୁ.ସି.ଡି ସେବା ପ୍ରଦାନ କରିଥିବାରୁ ରାଜ୍ୟ ସ୍ତରରେ ମାଲକାନଗିରି ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଛି। ଜିଲ୍ଲାର ମୋଟ ପ୍ରସବ ହୋଇଥିବା ମା’ ମାନଙ୍କ ମଧ୍ୟରୁ ୪୨.୮ ଶତକଡା ପ୍ରସବ ପରବର୍ତ୍ତି ଆଇ.ୟୁ.ସି.ଡି ବ୍ୟବହାର ପ୍ରଦାନ କରିଥିବାରୁ ମଧ୍ୟ ରାଜ୍ୟ ତରଫରୁ ଔ ଏକ ପ୍ରଥମ ପୁରସ୍କାର ପାଇଛି ଜିଲ୍ଲା । ଜିଲ୍ଲାରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ଅସ୍ତିଶଲ୍ୟ ବିଶେଷଜ୍ଞ ଡଃ. ସପନ କୁମାର ଦିଣ୍ଡା ମଧ୍ୟ ଦୀର୍ଘ ୨୦ ବର୍ଷ ମଧ୍ୟରେ୪୦୦୦୦ରୁ ଉର୍ଦ୍ଧ୍ବ ହିତାଧ୍ୟାକାରୀ ପରିବାର ନିୟୋଜନ ଅସ୍ତ୍ରୋପ୍ରଚାର ସଫଳତାର ସହିତ କରିଥିବାରୁ ତାଙ୍କୁମଧ୍ୟ ରାଜ୍ୟ ସ୍ତରୀୟ ପୁରଷ୍କାର ପ୍ରଦାନ କରଯାଇଥିଲା ।

nis-ad
Leave A Reply

Your email address will not be published.