ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଭୁବନେଶ୍ୱର-ଢେଙ୍କାନାଳରେ ଅଛି ୨୮ଟି ପ୍ଲଟ

ଭୁବନେଶ୍ୱର: ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଅମାପ ସମ୍ପତ୍ତି । ଭିଜିଲାନ୍ସ ରେଡ୍‌ରୁ ମିଳିଛି କୋଟି କୋଟି ଟଙ୍କାର ସମ୍ପତ୍ତି । ଭୁବନେଶ୍ୱର ଓ ଢେଙ୍କାନାଳରୁ ରହିଛି କେବଳ ୨୮ଟି ପ୍ଲଟ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୪୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡ଼ା ଗ୍ରାମ୍ୟ ଉନ୍ନୟମ ବିଭାଗ ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି ।

ଏହି ଚଢାଉରେ ଭିଜିଲାନ୍ସକୁ ଅନେକ ତଥ୍ୟ ମିଳିଛି । ଖାସ୍‌ କରି ଭୁବନେଶ୍ବର ଓ ଢେଙ୍କାନାଳରେ ୨୮ଟି ପ୍ଲଟ ଠାବ ହୋଇଛି । ଭୁବନେଶ୍ବରର ପ୍ରମୁଖ ସ୍ଥାନରେ ୭ଟି ଏବଂ ଢେଙ୍କାନାଳରେ ୨୧ଟି ପ୍ଲଟ ଠାବ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୪୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ସେହିପରି ଘରୁ ନଗଦ ୧ ଲକ୍ଷ ୫୮ ହଜାର ଟଙ୍କା ନଗଦ ଟଙ୍କା ଜବତ ହୋଇଛି । ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗୋଟିଏ ତିନି ମହଲା ବିଲ୍ଡିଂ, ଢେଙ୍କାନାଳ ଟାଉନରେ ୨ଟି ବିଲ୍ଡିଂ, ଢେଙ୍କାନାଳ ମୋଟଙ୍ଗା ଗୁନାଦେଈରେ ଗୋଟିଏ ବିଲ୍ଡିଂ ଠାବ ହୋଇଛି । ଏହାବାଦ୍ ରେଡ୍‌ରେ ୪୭ ଲକ୍ଷ ୬୫ ହଜାର ଟଙ୍କାର ବ୍ୟାଙ୍କ ଓ ଇନସ୍ୟୁରାନ୍ସ ଡିପୋଜିଟ୍ ମିଳିଛି । ୧୧ ଲକ୍ଷ ଟଙ୍କାର ଗୋଟିଏ ୪ ଚକିଆ ଗାଡି ଏବଂ ୨ଟି ଦୁଇ ଚକିଆ ଗାଡି ଜବତ ହୋଇଛି ।

nis-ad
Leave A Reply

Your email address will not be published.