କେହି କାହାର ଧର୍ମୀୟ ଭାବନାକୁ  ଆଘାତ ଦେବା ଅନୁଚିତ୍‌: ଆରଏସଏସ

ଜୟପୁର: ହିନ୍ଦୁ ଧର୍ମର ଦେବୀ ମା’ କାଳୀଙ୍କୁ ନେଇ ତିଆରି ହୋଇଥିବା ଫିଲ୍ମର ବିବାଦୀୟ ପୋଷ୍ଟର ଚର୍ଚ୍ଚାର ପରିସରରେ ରହିଛି। ଫିଲ୍ମ କାଳୀର ପୋଷ୍ଟରରେ କାଳୀ ସିଗାରେଟ ପିଉଥିବା ସ୍ଥାନିତ କରାଯାଇଛି। ଯାହାକୁ ଭାରତରେ ପ୍ରବଳ ବିରୋଧ କରାଯାଇଛି। ଏହି ବିବାଦ ଏବେ ବି ତାଜା ହୋଇ ରହିଥିବା ବେଳେ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ। ସଂଘ ପକ୍ଷରୁ କୁହାଯାଇଛି ଯେ, କେହି କାହାର ଧର୍ମୀୟ ଭାବନାକୁ ଆଘାତ ଦେବା ଅନୁଚିତ୍‌। ସୃଜନସୀଳ ସ୍ୱାଧୀନତା ହେଉଛି ଆମ ଦେଶର ପରମ୍ପରା। କିନ୍ତୁ କେହି ବି କାହାର ଧର୍ମୀୟ ଭାବନାକୁ କୁଠାରଘାତ କରିବା ଅନୁଚିତ୍। ରାଜସ୍ଥାନର ଝୁନଝୁନରେ ଶନିବାର ଆରମ୍ଭ ହୋଇଥିବା ଅଖିଳ ଭାରତୀୟ ପ୍ରାନ୍ତ ପଚାରକ କାର୍ଯ୍ୟକ୍ରମରେ ଏହି ମତ ପ୍ରକାଶ ପାଇଛି। । ଧର୍ମୀୟ ଭାବନା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ବେଳେ କୌଣସି ଟିକା ଟପ୍ପଣୀ କରିବା ପୂର୍ବରୁ ସମସ୍ତେ ସତର୍କ ରହିବା ଉଚିତ ବୋଲି ଆରଏସଏସର ଅଖିଳଭାରତୀୟ ପ୍ରଚାର ପ୍ରମୁଖ ସୁନିଲ ଆମ୍ବେକର କରିଛନ୍ତି। ଫିଲ୍ମ ନିର୍ମାତା ଲୀନା ମାଣିମେକାଲିଙ୍କ ପ୍ରାମାଣିକ ଚଳଚ୍ଚିତ୍ର କାଳୀର ବିବାଦୀୟ ପୋଷ୍ଟରକୁ ନେଇ ଝଡ଼ ସୃଷ୍ଟି ହୋଇଥିବା ବେଳେ ଆରଏସଏସ ପକ୍ଷରୁ ଏହି ବୟାନ ଆସିଛି।
ଏହି ପୋଷ୍ଟରରେ କାଳୀ ସିଗାରେଟ ପିଉଥିବା ବେଳେ ହାତରେ ଏଲଜିବିଟି କ୍ୟୁ କମ୍ୟୁନିଟିର ପତାକା ରହିଛି। ଏହି ଆପତ୍ତିଜନକ ପୋଷ୍ଟରକୁ ଭାରତର ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିବା ବେଳେ ଲିନା ମାଣିମେକାଲିଙ୍କ ନାମରେ ଏକାଧିକ ଏତଲା ରୁଜୁ ହୋଇଛି। ସେହିପରି ଏହି ବିବାଦରରେ ଘିଅ ଢାଳିଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ରା। ସେ କହିଛନ୍ତି ଯେ, କାଳୀଙ୍କ ସ୍ୱରୂପକୁ ନିଜ ଢଙ୍ଗରେ ପ୍ରକାଶ କରିବା ପାଇଁ ଜଣେ ନାଗରିକ ପାଖରେ ସ୍ୱାଧୀନତା ରହିଛି। ତାଙ୍କ ହିସାବରେ କାଳୀ ହେଉଛନ୍ତି ମାଂସ ଏବଂ ମଦ୍ୟପାନ କରୁଥିବା ଦେବୀ।
ଏହି ବୟାନ ପରେ ମୋହିଆ ମଧ୍ୟ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି। ମୋହିଆଙ୍କ ନାମରେ ମଧ୍ୟ ଏକାଧିକ ଏତଲା ରୁଜୁ ହୋଇଛି। ତେବେ ଆରଏସଏସ ପକ୍ଷରୁ ରାଜସ୍ଥାନର ଆୟୋଜିତ ଆୟୋଜିତ କାର୍ଯ୍ୟକ୍ରମରେ ଉଦୟପୁର ଦର୍ଜୀଙ୍କୁ ଗଳାକାଟି ନିର୍ମମ ହତ୍ୟାକୁ ଦୃଢ଼ ନିନ୍ଦା କରାଯାଇଛି। ମୁସଲିମ ସୋସାଇଇଟି ମଧ୍ୟ ଆଗକୁ ଆସି ଏହି ଘଟଣାର ନିନ୍ଦା କରିବା ଉଚିତ ବୋଲି ଆରଏସଏସ ପକ୍ଷରୁ କୁହାଯାଇଛି।

nis-ad
Leave A Reply

Your email address will not be published.