ବର୍ଷାର ତାଣ୍ଡବ : ସିମଳାରେ ଭାସିଗଲା ୩ ମହଲା କୋଠା

ସିମଲା: ହିମାଚଳପ୍ରଦେଶର ସିମଲାରେ ଦେଖିବାକୁ ମିଳିଛି ପ୍ରକୃତିର ତାଣ୍ଡବ। ମୂଷଳ ଧାରାରେ ବର୍ଷା ଜଳ ଆସି ଏକ ତିନି ମହଲା କୋଠାକୁ ଭସାଇନେଇଛି। ଆଜି ଦିନ ୧୨ଟା ୩୦ରେ ଚୋପାଲ ମାର୍କେଟରେ ଉକ୍ତ କୋଠାଠି ଭୁଶୁଡ଼ିପଡ଼ିଛି। ତେବେ ଏଥିରେ କାହାରି ମୃତ୍ୟୁ ଘଟି ନଥିବା ଜଣାପଡ଼ିଛି। କୋଠାଟି ଭୁଶୁଡ଼ିବା ପୂର୍ବରୁ ଖାଲି କରାଯାଇଥିଲା। ଉକ୍ତ ବିଲଡିଂରେ ୟକୋ ବ୍ରାଞ୍ଚ କାର୍ଯ୍ୟାଳୟ, ଏକ ଢାବା ଏବଂ ଏକ ବାର ଚାଲୁଥିଲା। ସେହିପରି ଉକ୍ତ ବିଲଡିଂରେ ଅନ୍ୟାନ୍ୟ ବ୍ୟବସାୟ ମଧ୍ୟ ଚାଲୁଥିଲା। ତେବେ ଶନିବାର ସେକେଣ୍ଡ ସଟର ଡେ’ ଥିବାରୁ ବ୍ୟାଙ୍କ ଛୁଟି ଥିଲା।
ତେଣୁ ବିଲଡିଂର ଉପର ମହଲାରେ ବ୍ୟାଙ୍କ କାର୍ଯ୍ୟାୟଟି ଚାଲିଥିଲା। ହେଲେ ଶନିବାର ଛୁଟି ଯୋଗୁ କେହି ଆସିନ ଥିଲେ। ତେବେ କୋଠାଟି ଦୁର୍ବଳ ଥିବା ଅନୁଭବ କରିବା ସହ ଆସନ୍ନ ବିପଦ ପ୍ରତି ଏଠିକାର ଲୋକେ ଅବଗତ ଥିଲେ। ଅନ୍ୟପଟେ ସିମଲାରେ ପ୍ରବଳ ମେଘ ଜାରି ରହିଛି। ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଭୀଷଣ ବର୍ଷା ହୋଇ ଉଚ୍ଛୁଳା ପାଣି ଆସି ଉକ୍ତ ବିଲଡିଂକୁ ଭସାଇ ନେଇଥିଲା। ହେଲେ ଏଠାରେ ରହୁଥିବା ଲୋକେ ଆଗୁଆ ସତର୍କ ହୋଇ ଘର ଫାଙ୍କା କରିଦେଇଥିଲେ।
ଆଜକୁ ୯ ବର୍ଷ ପୂର୍ବେ ୨୦୧୩ରେ କେଦାରନାଥ ଉପତ୍ୟକାରେ ଆସିଥିଲା ମହାପ୍ରଳୟ । ବାଦଲଫଟା ବର୍ଷା ଯୋଗୁଁ ମନ୍ଦାକିନୀ ନଦୀରେ ସୃଷ୍ଟି ହୋଇଥିଲା ପ୍ରଳୟଙ୍କାରୀ ବନ୍ୟା । ଏହି ଜଳ ପ୍ରଳୟରେ ପୁରା ଖିନଭିନ୍ ହୋଇଯାଇଥିଲା କେଦାରନାଥ । ଏଠିକାର ବାସିନ୍ଦାଙ୍କ ସମେତ ଦେଶ ବିଦେଶରୁ ଆସିଥିବା ବହୁସଂଖ୍ୟକ ଲୋକଙ୍କ ଚିହ୍ନବର୍ଣ୍ଣ ମାଟିରେ ମିଶି ଯାଇଥିଲା । ଏଥିରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ । ଅନେକ ଲୋକ ନିଖୋଜ ମଧ୍ୟ ଥିଲେ । କେଦାରନାଥଠାରେ ଘଟିଥିବା ଏହି ମହାବିପର୍ଯ୍ୟୟରେ ବହୁସଂଖ୍ୟକ ଲୋକ ବାସହୀନ ହୋଇପଡିଥିଲେ । ୧୧ ହଜାରରୁ ଅଧିକ କୋଠା ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲା । ୧୭୨ଟି ଛୋଟ ଓ ବଡ ବ୍ରିଜ ଧ୍ୱଂସ ହୋଇଯାଇଥିଲା । ଶହ ଶହ କିଲୋମିଟର ରାସ୍ତା ବନ୍ଦ ହୋଇଯାଇଥିଲା ।

nis-ad
Leave A Reply

Your email address will not be published.