ପୁର୍ବ ଶତୃତାକୁ ନେଇ ଗଣ୍ଡଗୋଳ : ନ୍ୟାୟପୂର୍ଣ୍ର ତଦନ୍ତ ଦାବିରେ ଗ୍ରାମବାସୀଙ୍କ ଥାନା ଘେରାଉ…


ହିଂଜିଳିକାଟୁ : ଗଂଜାମ ଜିଲା ହିଂଜିଳି ଥାନା ସାରୁ ଗ୍ରାମରେ ବୁଧବାର ରାତିରେ ୨ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ମହିଳାଙ୍କ ହାତରେ ଗଭୀର ଆଘାଥ ଲାଗିବା ସହ ୨ଗୋଷ୍ଠୀ ପକ୍ଷରୁ ଗୁରୁବାର ଥାନାରେ ପୃତକ ଅଭିଯୋଗ ହୋଇଛି । ଥାନାରେ ଉଭୟ ପକ୍ଷଙ୍କ ଅଭିଯୋଗ କ୍ରମେ ୨ଟି ମାମଲା ରୁଜୁ ହୋଇଛି । ତେବେ ଘଟଣାର ନ୍ୟାୟପୂର୍ଣ୍ଣ ତଦନ୍ତ କରି ଦୋଷୀଙ୍କ ବିରୁଧରେ କାର୍ଯ୍ୟାନୁଷ୍‌ାଂନ ନେବାକୁ ଦାବି କରି ଶୁକ୍ରବାର ମଧ୍ୟାହ୍ନରେ ଶତାଧିକ ପୁରୁଷ ଓ ମହିଳା ଥାନାକୁ ଆସିଥିଲେ । ଥାନା ନିକଟରେ ସେମାନେ ରୁଣ୍ଡ ହୋଇ ସେମାନଙ୍କ ନାମରେ ମିଥ୍ୟା ଅଭିଯୋଗ କରାଯାଇଥିବା ଦାବି କରିଥିଲେ । ଘଟଣାର ଉଚିତ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ ପକ୍ଷରୁ ପ୍ରତିଶୃତି ପରେ ରୁଣ୍ଡ ହୋଇଥିବା ବ୍ୟକ୍ତିମାନେ ଫେରିଥିଲେ ।


ପ୍ରକାଶ ଯେ, ସାରୁ ଗ୍ରାମର ଝିଲି ଦାସ ଅଭିଯୋଗ କରି କହିଛନ୍ତି ଯେ, ପୂର୍ବ ଶତୃତାରୁ ତାଙ୍କ ପରିବାର ସହ ଗ୍ରାମର ଅରୁଣ ଦାସ ପରିବାରଙ୍କ ମଧ୍ୟରେ ହୋଇଥିବା ବିବାଦ କିଛିଦିନ ତଳେ ସମାଧାନ ହୋଇଥିଲା । ତେବେ, ବୁଧବାର ରାତିରେ ବିପକ୍ଷ ଗୋଷ୍ଠୀର କିଛି ବ୍ୟକ୍ତି ଖଣ୍ଡା କାତି ମାରଣାସ୍ତ୍ର ଧରି ପୂର୍ବ ଶତୃତାକୁ ନେଇ ଝିଲିଙ୍କ ଉପରେ ଆକ୍ରମଣ କରିଥିଲେ । ଖଣ୍ଡା ମାଡ଼ ଝିଲିଙ୍କ ହାତରେ ଲାଗିବାରୁ ସେ ରକ୍ତାକ୍ତ ହୋଇ ଚେତାଶୂନ୍ୟ ଭାବେ ପଡ଼ିଯାଇଥିଲେ । ବିପକ୍ଷ ଗୋଷ୍ଠୀ ପକ୍ଷରୁ ଟେକା ପଥର ମାଡ଼ରେ ଝିଲିଙ୍କ ବାରି ପଟ ଘର ଭାଙ୍ଗି ଦେଇଥିଲେ । ଖବର ପାଇ ହିଂଜିଳି ପୋଲିସ ଗାଁ ରେ ପହଂଚିଥିଲେ । ଗୁରୁତର ଆହତ ଝିଲିଙ୍କୁ ହିଂଜିଳିକାଟୁ ଡ଼ାକ୍ତରଖାନାରେ ଭର୍ତି କରି ଚିକିତ୍ସା କରା ଯାଇଥିଲା । ଘଟଣା ନେଇ ଝିଲିଙ୍କ ଅଭିଯୋଗ କ୍ରମେ ଥାନାରେ ନଂ ୩୪୦/୨୨ରେ ମାମଲା ରୁଜୁ ହୋଇଛି ।


ଅପର ଗୋଷ୍ଠୀ ପକ୍ଷରୁ ଅରୁଣ ଦାସ ଥାନାରେ ଅଭିଯୋଗ କରିଛନ୍ତି ଯେ, ବୁଧବାର ରାତିରେ ସାରୁ ଗ୍ରାମ ହରିଜନ ସାହି କୋଠଘରେ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣାକୁ ନେଇ ଏକ ବୈଠକ ଚାଲିଥିଲା । ଏହି ସମୟରେ ବିପକ୍ଷ ଗୋଷ୍ଠୀର ୭ଜଣ କୋଠଘରକୁ ଆସି ପାଟିତୁଣ୍ଡ ଓ ଧମକ ଦେଇ ଟେକା ପଥର ଫୋପାଡ଼ି ସେଠାରୁ ପଳାଇ ଯାଇଥିଲେ । ଅରୁଣଙ୍କ ଅଭିଯୋଗ କ୍ରମେ ଥାନାରେ ୩୩୯/୨୨ରେ ମାମଲା ରୁଜୁ ହୋଇଛି । ପୋଲିସ ଉଭୟ ଘଟଣାର ତଦନ୍ତ କରୁଥିବା ଥାନା ଆଇଆଇସି ଅଭିମନ୍ୟୁ ଦାସଙ୍କ ଠାରୁ ପ୍ରକାଶ । ଘଟଣା ପରେ ଗାଁରେ ଉତେଜନା ଦେଖାଦେଇଛି ।

nis-ad
Leave A Reply

Your email address will not be published.