ରାଇଘରଠାରେ କଂଗ୍ରେସର ମିଶ୍ରଣ ପର୍ବ ଓ ଜନସମ୍ପର୍କ ଶିବିର

ଉମରକୋଟ : ଆଜି ରାଇଘର ବ୍ଲକ ମଣ୍ଡି ପଡ଼ିଆଠାରେ କଂଗ୍ରେସର ଏକ ମିଶ୍ରଣ ପର୍ବ ଓ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ମିଶ୍ରଣ ପର୍ବରେ ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକ, ଲୋକସଭା ସାଂସଦ ଡ଼କ୍ଟର ଚେଲା କୁମାର, ବିଧାୟକ ତାରା ପ୍ରସାଦ ବାହିନୀପତି, ପୂର୍ବତନ ବିଧାୟକ ଭୁଜବଲ ମାଝୀ , ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ | ରାଇଘର ହନୁମାନ ମନ୍ଦିର ପାଖରୁ ଅତିଥିମାନଙ୍କୁ ନାଚ ଗୀତରେ ସ୍ୱାଗତମ କରି ମଣ୍ଡି ପଡ଼ିଆକୁ ନିଆଯାଇଥିଲା l ଏହି ଜନସମ୍ପର୍କ ଶିବିର ଓ ମହାମିଶ୍ରଣ ପର୍ବରେ ବକ୍ତାମାନେ କହିଥିଲେ ଯେ ଲୋକଙ୍କର ଯଦି ଉନ୍ନତି ନ ହୁଏ ତେବେ ଦେଶର ଉନ୍ନତି ହେବ କିପ୍ରକାରରେ | କିନ୍ତୁ ଏହି ନବୀନ ସରକାର ଗରିବ ଖଟିଖିୟା ଲୋକଙ୍କ ଉପରେ କୁଠାରାଘାତ କରିଛି | ୨୩ ବର୍ଷ କାଳ ନବୀନ ସରକାର ପାଖରୁ ଆମେ କଣ ପାଇଛୁ ? ତେଣୁ ସମସ୍ତେ ମିଶି ଲଢାଇ କରିବା ଆବଶ୍ୟକ | ଯୋଉ ଅଫିସର ଦୁର୍ନୀତି କରୁଛି ତାହାର ଏକ ଲିଷ୍ଟ ତିଆରି କରନ୍ତୁ ଆଗାମୀ ଦିନରେ ଜବାବ ଦିଆଯିବ l ଆମ ଓଡ଼ିଶାରେ ଲକ୍ଷେ ୩୮ହଜାର ବିଭିନ୍ନ ପଦ ପଦବୀ ଖାଲି ପଡ଼ିଛି କିନ୍ତୁ ଆମ ପିଲାମାନେ ଶିକ୍ଷିତ ହୋଇ ବେକାର ଅବସ୍ଥାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | କଂଗ୍ରେସ କ୍ଷମତାକୁ ଆସିଲେ ସମସ୍ତଙ୍କୁ 200 ୟୁନିଟ ଯାଏ ବିଜୁଳି ମାଗଣାରେ ଦିଆଯିବ | ବିଜେଡି ପାର୍ଟି ଖାଲି ଲୋକ ଦେଖାଣିଆ ସ୍ୱପ୍ନ ଦେଖାଉଛି କିଛି ହେଲେ ଗରିବ ଲୋକ ପାଇଁ କାମ କରୁ ନାହାନ୍ତି | ଅନ୍ୟପକ୍ଷରେ ବିଜେଡ଼ି ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଛି |

ଏହି ମିଶ୍ରଣ ପର୍ବରେ ରାଇଘର 26ଟି ପଞ୍ଚାୟତରୁ ଅନୁମାନିକ ପାଞ୍ଚ ଶହ ଲୋକ ଆସିଥିଲେ | ବର୍ଷା ଯୋଗୁଁ ଡ଼କ୍ଟର ଚେଳାକୁମାର, ଶ୍ରୀ ମୁନ୍ନା ତ୍ରିପାଠୀ,ଶ୍ରୀ ସଦନ ନାୟକ, ଶ୍ରୀ ଖେମରାଜ ବାଘ, ଶ୍ରୀ ସନ୍ତୋଷ ସିଂ ସାଲୁଜ଼ା ଓ ଛତିଶଗଡ଼ ବିଧାୟକ କେସକଲ ଶ୍ରୀ ଶାନ୍ତରାମ ନେତାମ ପ୍ରମୁଖ ସେମାନଙ୍କ ମତବ୍ୟକ୍ତ କରି ପାରି ନାହାନ୍ତି l

nis-ad
Leave A Reply

Your email address will not be published.