ଫୁଲବାଣୀ ବନଖଣ୍ଡ ସୌଜନ୍ୟରେ ୭୩ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳିତ

ଫୁଲବାଣୀ : ଓଡ଼ିଶା ସରକାରଙ୍କର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓ ଫୁଲବାଣୀ ସପ୍ତାହ-୨୦୨୨ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ । ଅଂଶ ଶିକ୍ଷା ପ୍ରଣୀ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରାରମ୍ଭିକ ସଂଭାଷଣ ଅର୍ପଣ କରିଥିଲେ। ସେହିପରି ଛାତ୍ରୀ ଅନ୍ଵେଷା ମହାପାତ୍ର ବନୀକରଣର ଆବଶ୍ୟକତା ଉପରେ ବ୍ୟକ୍ତବ୍ୟ ରଖିଥିବାବେଳେ ଅନ୍ୟ ଜଣେ ଛାତ୍ରୀ ଏହା ଉପରେ କବିତା ଆବୃତ୍ତି କରିଥିଲେ । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସୁତୁକୁମ୍ପା ରେଞ୍ଜ ଅନ୍ତର୍ଗତ ଦଳପଡ଼ା ବନ ସୁରକ୍ଷା ସମିତି ଓ ଟିକାବାଲି ରେଞ୍ଜ ଅନ୍ତର୍ଗତ ବାସିଅମ୍ବା ବନ ସୁରକ୍ଷା ସମିତି ପ୍ରତ୍ୟେକକୁ ୨୦ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ଫୁଲବାଣୀ ବନଖଣ୍ଡ ସୌଜନ୍ୟରେ ୭୩ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଯୋଗଦେଇ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ପାଟିଲ୍ ଆଶିଷ ଈଶ୍ବର ବୃକ୍ଷ ରୋପଣର ଶୁଭାରମ୍ଭ କରିଥିଲେ । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଭିନୀତ ଅଗ୍ରଓ୍ବାଲ, କନ୍ଧମାଳ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନରସିଂହ ମୀନା, ଫୁଲବାଣୀ ବନଖଣ୍ଡ ଅଧିକାରୀ ବିଶ୍ଵରାଜ ପଣ୍ଡା, ବନଖଣ୍ଡ ଅଧିକାରୀ ( କେନ୍ଦୁପତ୍ର ) ଶ୍ରୀ ପତିତପାବନ ପରିଡ଼ା, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍କାର ପ୍ରକଳ୍ପ ପ୍ରଶାସକ ଶ୍ରୀ ବିରେନ୍ଦ୍ର କୁମାର ଦାସ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ଅଶୋକ ତ୍ରିପାଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବିଭାଗୀୟ ଅଧିକାରୀ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ପରେ ପରେ ଏହି ଉପଲକ୍ଷେ ଏକ ବୈଠକର ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲ୍ଲାପାଳ କହିଲେଯେ, ଆମର ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାପାଇଁ ବୃକ୍ଷରୋପଣର ଅବଶ୍ୟକତା ରହିଛି ଏବଂ ରୋପଣ ମଧ୍ୟ କରାଯାଉଛି । କିନ୍ତୁ ସେଗୁଡ଼ିକର ଯତ୍ନ ନେବା ନିହାତି ଜରୁରୀ। ଆଉ ୬ ମାସ ପରେ ଗଛଗୁଡ଼ିକୁ ବଞ୍ଚିଥିବା ଅବସ୍ଥାରେ ସେ ଦେଖିବାକୁ ଚାହୁଁଛନ୍ତି ବୋଲି ସେ କହିଥିଲେ । ପରିବେଶ ସନ୍ତୁଳନ ପାଇଁ ବୃକ୍ଷଗୁଡ଼ିକର ଯତ୍ନ ନେବାକୁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଏହି ଜିଲ୍ଲାକୁ ପ୍ରକୃତିର ଗନ୍ତାଘର ବୋଲି କହିଥିଲେ । ପ୍ରକୃତି ଆମକୁ ସବୁକିଛି ଦେଇଛି । ତେଣୁ ପରିବେଶକୁ ସବୁଜ ବନାନୀ କରିବା ସହିତ ସମ୍ମାନ ଦେବାକୁ ସେ ପରାମର୍ଶ ଦେଇଥିଲେ ଫୁଲବାଣୀ ବନଖଣ୍ଡ ଅଧିକାରୀ ପରିବେଶ ସହିତ ସୁସମ୍ପର୍କ ସ୍ଥାପନ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଯଦି ଆମେ ଯତ୍ନ ନେବା ତେବେ ପ୍ରତ୍ୟେକ ଗଛ ବଞ୍ଚିବା ସହିତ ଶିଘ୍ରଶିଘ୍ର ବଢ଼ିପାରିବ । ପ୍ରତ୍ୟେକ ସାମାଜିକ ଜୀବନର ଗୋଟିଏ ଅଙ୍ଗ ହେଉଛି ବନ ମହୋତ୍ସବ। ବୃକ୍ଷ ମଣିଷ ସମାଜ ପାଇଁ ତା’ର ସବୁକିଛି ଉତ୍ସର୍ଗ କରିଦେଉଛି । ତା’ର ପ୍ରତ୍ୟେକଟି ମଣିଷର କାମରେ ଆସୁଛି ବୋଲି ସେ କହିଥିଲେ । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ କହିଲେଯେ, ଆମେ ଶ୍ଵାସକ୍ରିୟାରେ ଛାଡ଼ୁଥିବା ଅଙ୍ଗାରକାମ୍ଳକୁ କେବଳ ବୃକ୍ଷହିଁ ଗ୍ରହଣ କରିଥାଏ । ତେଣୁ ପରିବେଶ ସନ୍ତୁଳନ ପାଇଁ ବନୀକରଣର ଆବଶ୍ୟକତା ରହିଛି । ସେହିପରି ବନଖଣ୍ଡ ଅଧିକାରୀ (କେନ୍ଦୁ ଲିଫ୍) କହିଲେଯେ, ଜଙ୍ଗଲ, ଜଳ ଓ ଜଳବାୟୁର ସୁରକ୍ଷା ରାଷ୍ଟ୍ରର ଦାୟିତ୍ଵ ରହି ଥିଲେହେଁ । ଏଗୁଡ଼ିକର ସୁରକ୍ଷା ପାଇଁ ଯତ୍ନ ନେବା ପ୍ରତ୍ୟେକ ନାଗରିକର ଦାୟିତ୍ବ ହେବା ଆବଶ୍ୟକ। ଜିଲ୍ଲା ଅଧିକାରୀ ମଣିଷ ବଞ୍ଚିବା ପାଇଁ ଯାହାବି ଆବଶ୍ୟକ ପଡ଼ିଥାଏ ତାହା ବୃକ୍ଷରୁହିଁ ମିଳିଥାଏ ବୋଲି କହିଥିଲେ । ଗଛ ନଥିଲେ ସମାଜର ସମ୍ଭାବି ନଥାନ୍ତା। ପ୍ରାଣୀ ମାନଙ୍କ ପରି ବୃକ୍ଷମାନଙ୍କର ପ୍ରତିକ୍ରିୟା ମଧ୍ୟ ରହିଛି ବୋଲି ସେ କହିଥିଲେ । ଅଧ୍ୟକ୍ଷ, କନ୍ଧମାଳ ଦେଇଥିବା ବେଳେ ଉକ୍ତ ବିଦ୍ୟାଳୟର ଜୀବ ବିଜ୍ଞାନ ଶିକ୍ଷକ ବି.ଶଶିକଳା ଧନ୍ୟବାଦ

nis-ad
Leave A Reply

Your email address will not be published.