ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ଶିକ୍ଷକ ମରୁଡ଼ି, ଅଭିଭାବକ ଚିନ୍ତାରେ

ଦାରିଙ୍ଗବାଡ଼ି,୪/୭, କନ୍ଧମାଳ ଜିଲ୍ଲାର ସର୍ବ ବୃହତ ବ୍ଳକ ଭାବେ ଦାରିଙ୍ଗବାଡ଼ି ପରିଚିତ । ସରକାର ଅନୁସୂଚିତ ଜାତି ଓ ଜନଜାତିର ପିଲାଙ୍କ ଶିକ୍ଷା କ୍ଷେତ୍ରରେ ବିକାଶ ଆଣିବା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ବହୁ ଅର୍ଥ ବ୍ୟୟବରାଦ କରି ଆସୁଛନ୍ତି। ବ୍ଳକରେ ୧୭ଟି ବିଦ୍ୟାଳୟ ପ୍ରତିଷ୍ଠା କରି ଶିକ୍ଷା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି । ଏଥିମଧ୍ୟରୁ ୪ଟି ଆବାସିକ ଉଚ୍ଚ ବିଦ୍ୟାଳୟ ତଥା ଦାରିଙ୍ଗବାଡ଼ି ବ୍ଳକ ମହକୁମାରେ ଦୁଇଟି ଆବାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଆବାସିକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଝିଞ୍ଜିରିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଉଲିପଦର ଆବାସିକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ , ବୁଡାଗୁଡ଼ା ଆବାସିକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଅଟେ। ସେହିପରି ୬ଟି ଆବାସିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହେଲା ଝିଞ୍ଜିରିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ କିରାମାହା ଆବାସିକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଡବେରୀ ଆବାସିକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଦନେକବାଡ଼ି ଆବାସିକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପର୍ତ୍ତମାହା ଆବାସିକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,କିଲାବାଡ଼ି ଆବାସିକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଡ଼ାବାଙ୍ଗା ଆବାସିକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି ଓ ହାତୀମୁଣ୍ଡା ପଞ୍ଚାୟତ ମହକୁମାରେ ଗୋଟିଏ ଆବାସିକ ପ୍ରାଥମିକ ବିଦ୍ୟାଳୟ ଅଛି । ୬ଟି ପ୍ରାଥମିକ ବିଦ୍ୟାଳୟ ହେଲା ଡେମୀଙ୍ଗିଆ ,କେର୍କେବାଡ଼ି , ବାସାବାଡ଼ି,କୁପିବାଡ଼ି, ସିକନବାଡ଼ି ଓ ଉଲିପଦର ଅନୁସୂଚିତ ଜାତି ଓ ଜନଜାତିର ପ୍ରାଥମିକ ବିଦ୍ୟାଳୟ ରହିଛି । ବ୍ଳକ ମଙ୍ଗଳ ସଂପ୍ରସାର ଅଧିକାରୀଙ୍କ କାର୍ଯ୍ୟାଳୟ ସୂଚନାରୁ ଜଣା ପଡ଼ିଛି ଯେ ଦାରିଙ୍ଗବାଡ଼ି ଆବାସିକ ସରକାରୀ ଉଚ୍ଚ ବିଦ୍ୟାଳୟର ଷଷ୍ଠ ରୁ ଦଶମ ଶ୍ରେଣୀ ତଥା ୫ଟି ଶ୍ରେଣୀର ୫୦୦ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ ପାଇଁ ୬ଜଣ ଶିକ୍ଷକ, ଦାରିଙ୍ଗବାଡ଼ି ଆବାସିକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଚତୁର୍ଥ ରୁ ଦଶମ ଶ୍ରେଣୀ ତଥା ୭ଟି ଶ୍ରେଣୀର ୪୦୯ ଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ ପାଇଁ ୧୩ଜଣ ଶିକ୍ଷକ,ଉଲିପଦର ଆବାସିକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଷଷ୍ଠ ରୁ ଦଶମ ଶ୍ରେଣୀ ତଥା ୫ଟି ଶ୍ରେଣୀର ୨୦୫ ଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ ପାଇଁ ୯ଜଣ ଶିକ୍ଷକ ଓ ବୁଡାଗୁଡ଼ା ଆବାସିକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ତଥା ୩ଟି ଶ୍ରେଣୀର ୧୧୯ ଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ ପାଇଁ ୩ଜଣ ଶିକ୍ଷକ ରହିଛନ୍ତି। ସେହିପରି ୬ ଆବାସିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତଥା କିରାମାହାରେ ପ୍ରଥମ ରୁ ଅଷ୍ଟମ ଯାଏ ୮ଟି ଶ୍ରେଣୀରେ ପଡ଼ୁଥିବା ୨୨୫ ଛାତ୍ରଛାତ୍ରୀଙ୍କ ପାଇଁ ୪ଜଣ ଶିକ୍ଷକ, କିଲାବାଡ଼ିରେ ପ୍ରଥମ ରୁ ଅଷ୍ଟମ ଯାଏ ୮ଟି ଶ୍ରେଣୀରେ ପଡ଼ୁଥିବା ୨୧୨ ଛାତ୍ରଛାତ୍ରୀଙ୍କ ପାଇଁ ୨ଜଣ ଶିକ୍ଷକ, ପର୍ତ୍ତମାହାରେ ପ୍ରଥମ ରୁ ଅଷ୍ଟମ ଯାଏ ୮ଟି ଶ୍ରେଣୀରେ ପଡ଼ୁଥିବା ୨୭୨ ଛାତ୍ରଛାତ୍ରୀଙ୍କ ପାଇଁ ୨ଜଣ ଶିକ୍ଷକ, ବାଡ଼ାବାଙ୍ଗା ରେ ପ୍ରଥମ ରୁ ଅଷ୍ଟମ ଯାଏ ୮ଟି ଶ୍ରେଣୀରେ ପଡ଼ୁଥିବା ୨୨୧ ଛାତ୍ରଛାତ୍ରୀଙ୍କ ପାଇଁ ୩ଜଣ ଶିକ୍ଷକ , ଡବେରୀରେ ପ୍ରଥମ ରୁ ଅଷ୍ଟମ ଯାଏ ୮ଟି ଶ୍ରେଣୀରେ ପଡ଼ୁଥିବା ୨୨୯ ଛାତ୍ରଛାତ୍ରୀଙ୍କ ପାଇଁ ୩ଜଣ ଶିକ୍ଷକ ଓ ଦନେକବାଡ଼ିରେ ପ୍ରଥମ ରୁ ଅଷ୍ଟମ ଯାଏ ୮ଟି ଶ୍ରେଣୀରେ ପଡ଼ୁଥିବା ୨୦୩ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକରେ ଶିକ୍ଷା ଦାନ ଚାଲିଛି । ୭ଟି ପ୍ରାଥମିକ ବିଦ୍ୟାଳୟରୁ ୬ଟି ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ ଶିକ୍ଷା ଦାନ କରୁଥିଲା ବେଳେ ଗୋଟିଏ ବିଦ୍ୟାଳୟରେ ଦୁଇ ଶିକ୍ଷକ ଅଛନ୍ତି । ଏଥିରୁ ଅନୁମେୟ ଦାରିଙ୍ଗବାଡ଼ି ବ୍ଳକରେ ଅନୁସୂଚିତ ଜନଜାତି ଓ ଜାତିର ଛାତ୍ରଛାତ୍ରୀଙ୍କ ଶିକ୍ଷା ବିକାଶ କିଭଳି ଚାଲିଛି । ସରକାର ସ୍ମାର୍ଟ ବିଦ୍ୟାଳୟ କରିବା ପାଇଁ ବ୍ୟୟବରାଦ କରୁଛନ୍ତି ହେଲେ ଶିକ୍ଷକ ନିଯୁକ୍ତି ଦିଗରେ ଦୃଷ୍ଟି ଦେଉନାହାନ୍ତି ଫଳରେ ବିଦ୍ୟାଳୟରେ ଶିକ୍ଷକ ମରୁଡ଼ି ଲାଗି ରହି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଚିନ୍ତା ବୃଦ୍ଧି ପାଉଛି । ଏଥିନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ବ୍ଲକ ଅଞ୍ଚଳର ଅନୁସୂଚିତ ଜନଜାତି ଓ ଜାତିର ସର୍ବସାଧାରଣଙ୍କ ପକ୍ଷରୁ ଦାବୀ ହେଉଛି ।

nis-ad
Leave A Reply

Your email address will not be published.