ନିଜ ପ୍ରତିଭା ବଳରେ ଆଜି ଜଣେ ସଫଳ ଅଭିନେତା ସହ ନିର୍ଦ୍ଦେଶକ ଦୌଡ ରେ ବାଲାରାଜୁ

ମାଲକାନଗିରି : ସମୟ ବଦଳିଛି ଆଉ ତା ସହ ବଦଳିଛି ଦୁନିଆ l ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ଲୁକାୟିତ ଅବସ୍ଥାରେ ରହିଛି ଅନେକ ପ୍ରତିଭା ଯାହାକୁ ସମୟ ସୁଅରେ ନିଜର ପ୍ରତିଭାକୁ ପ୍ରମାଣିତ କରିଚାଲିଛି ମାଲକାନଗିରି l ଜୀବନର ସଂଘର୍ଷ ଭିତରେ ପ୍ରତ୍ୟକ ବ୍ୟକ୍ତି ଆଗକୁ ବଢ଼ିବାର ସ୍ବପ୍ନ ଦେଖିଥାନ୍ତି ଜୀବନରେ କିଛି ନୂଆ କରିବାକୁ ଚାହାଁନ୍ତି କେହି ଏଥିରେ ସଫଳ ହୁଅନ୍ତି ତ କେହି ଜୀବନ ପଥରେ ଅର୍ଥ ଓ ସାହାଯ୍ୟର ଅଭାବ ଯୋଗୁ ହାରିଯାନ୍ତି l କିନ୍ତୁ ଏମିତି କିଛି ବ୍ୟକ୍ତି ଅଛନ୍ତି ଯିଏ ନିଜର ସ୍ବପ୍ନ ପୂରଣ କରିବା ପାଇଁ ଅଭିନୟକୁ ନିଜର ନେଷା ଓ ପେଶା ଭାବରେ ଗ୍ରହଣକରି ଅନେକ ପ୍ରଶଂସା ସାଉଁଟିଛନ୍ତି l ଏମିତି ଏକ ବ୍ୟକ୍ତି ହେଉଛନ୍ତି ମାଲକାନଗିରି ସଦର ମହକୁମାରେ ରହୁଥିବା କେ ଵାଲାରାଜୁ ଯିଏ ନିଜର ଅଭିନୟ ଦ୍ୱାରା ସମସ୍ତଙ୍କ ମନ ଜିତି ପାରିଛନ୍ତି l ପିଲାବେଳରୁ ଵାଲା ବିଭିନ୍ନ ନାଟକରେ ଅଭିନୟ କରିଥିଲେ ପରେ ପରେ ଛୋଟ ଛୋଟ ଚଳଚିତ୍ରରେ ଅଭିନୟ କରି ବେଶ ପ୍ରଶଂସାର ପାତ୍ର ହୋଇପାରିଛନ୍ତି l କେ ଵାଲା ରାଜୁ ଅନେକ ଓଡ଼ିଆ, ତେଲୁଗୁ ଓ ହିନ୍ଦି ଖୁଦ୍ର ଚଳଚିତ୍ର କରି ନିଜେ ଅଭିନୟ କରିଥିଲେ, ନିଡ ଏ ଚେଞ୍ଜ, ଗିଭ ଏ ଚାନ୍ସ, ଗାନ୍ଧିଙ୍କ ଓଡିଶା ଭୋଳି ଅନେକ ଛୋଟ ଚଳଚିତ୍ର ଓ ନାଟକରେ ଅଭିନୟ କରି ଜିଲ୍ଲାରେ ଲୋକପ୍ରିୟତା ହାସଲ କରିଛନ୍ତି l ଗାନ୍ଧିଙ୍କ ଓଡିଶା ନାଟକରେ ଗାନ୍ଧିଙ୍କ ଅଭିନୟ କରି ବେଶ ପ୍ରଶଂସା ପାଇଥିଲେ ପରେ ମିଶନ ଉଡାନ ଫିଲ୍ମରେ ଝିଅଟିର ବାପାର ଅଭିନୟ କରି ଜଣେ ଭଲ ଅଭିନେତାର ପରିଚୟ ଦେଇଥିଲେ l ନିକଟରେ ଖୁଦ୍ର ଚଳଚିତ୍ର ତୁ ଶୁଣିବୁନି ଓ ପାଉଁଶ ଚଳଚିତ୍ର ଦୁଇଟି ଜାତୀୟ ସଡ଼କ ସୁରକ୍ଷା ଖୁଦ୍ର ଚଳଚିତ୍ର ମହାଉତ୍ସବରେ ଭାଗ ନେଇଥିଲା ଯାହା ଓଡିଶା ରାଜ୍ୟ ପରିବହନ ପ୍ରାଧିକାରୀଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା l ସେଥିମଧ୍ୟରୁ ତୁ ଶୁଣିବୁନି ଖୁଦ୍ର ଚଳଚିତ୍ରଟି ଶେଷ ପଯ୍ୟାୟରେ 42 ମଧ୍ୟରେ ସ୍ଥାନ ପାଇଥିଲା ଯାହା ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଗୌରବର ବିଷୟ l ଏହି ଖୁଦ୍ର ଚଳଚିତ୍ରଟି କେ ଵାଲା ରାଜୁ ନିଜେ ଜଣେ ଲେଖକ, ନିର୍ଦେଶକ,ପ୍ରଜାଜକ ଓ ଅଭିନେତା ଥିଲେ l ତୁ ଶୁଣିବୁନି ଖୁଦ୍ର ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତା ଥିବାବେଳେ ଏହି ଚଳଚ୍ଚିତ୍ରରେ ଥିବା ଛୋଟ ପିଲାଟି କୁ ମଧ୍ୟ ପୁରସ୍କୃତ କରାଯାଇଥିଲା l ଏହି ଚଳଚିତ୍ର ପାଇଁ ବିନାଶ ମିଶ୍ର, ଚନ୍ଦ୍ରଶେଖର ପୂଜାରୀ,ଆଓମା ସଦସ୍ୟ ମାଲକାନଗିରି ଏସ ପି ନୀତିଶ ଅଦ୍ୱାନି, IIC ରିଗାନ କିଣ୍ଡୋ ଓ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.