ଆରୋଗ୍ୟ ଭାରତୀର ସ୍ବାସ୍ଥ୍ୟ ଶିବିର

ବ୍ରହ୍ମପୁର (୪/୭) : ପ୍ରାତଃ ବ୍ରହ୍ମପୁର, ହରିହର ନଗର ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ସଚେତନl ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ରୋଗୀଙ୍କ ରକ୍ତଚାପ, ମଧୁମେହ, ଗଣ୍ଠିବାତ, ଅମ୍ଳପିତ୍ତ ଓ ସ୍ତ୍ରୀ ରୋଗଆଦିର ପରୀକ୍ଷା କରି ଚିକିତ୍ସା, ପରlମର୍ଶ ଓ ଔଷଧ ବିତରଣ କରିଥିଲେ l ମଙ୍କିପକ୍ସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଶରୀର,ହାତ ପାଦ ସଫା ରଖନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ, ଇମ୍ୟୁନିଟି ପାଇଁ ଆୟୁଷ କ୍ୱାଥ ପାନ କରନ୍ତୁ l ସଂକ୍ରମଣ ହେଲେ ଡାକ୍ତରଙ୍କ ପରାମର୍ଶରେ ତ୍ରିଫଳା ଚୁର୍ଣ୍ଣ ସେବନ କରିବେ l ଶିବିର ପରିଚାଳନାରେ ସହଯୋଗ କରିଥିିଲେ ଗୌରୀ ପ୍ରସାଦ ପରିଛା, ଗଣେଶ ପ୍ରସାଦ ପରିଛା ଓ ମନ୍ଦିର କମିଟିର ସଭ୍ଯ ସଭ୍ୟା l ପ୍ରତି ସୋମବାର ସକାଳେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୁଏ, ଏହାର ସୁଯୋଗ ନେବାକୁ ମନ୍ଦିର କମିଟି ଅନୁରୋଧ କରିଛନ୍ତି l

nis-ad
Leave A Reply

Your email address will not be published.