ବଡ଼ଖବର ସମ୍ପାଦକ ଅର୍ଦ୍ଧେଧୁ ଦାସଙ୍କ ଗିରଫଦାରୀ କୁ ବିରୋଦ୍ଧ: ବ୍ରହ୍ମପୁର କାର୍ଯ୍ୟରତ ସାମ୍ବାଦିକ ଏବଂ ବିଭିନ୍ନ ଗଣ ସଙ୍ଗଠନ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜ୍ୟସ୍ୱ କମିସିନର କାର୍ଯ୍ୟାଳୟ ସମ୍ମୁଖରେ ପାଟିରେ କଳାପଟି ବାନ୍ଧି ପ୍ରତିବାଦ….

ବ୍ରହ୍ମପୁର : ବରିଷ୍ଠ ସାମ୍ବାଦିକ ତଥା ବଡ଼ଖବର ନିଉଜ ଚାନେଲର ସମ୍ପାଦକ ଅର୍ଦ୍ଧେଧୁ ଦାସଙ୍କ ଗିରଫଦାରୀ କୁ ବିରୋଦ୍ଧ କରିବା ସହିତ ନିସର୍ତ ରେ ଖଲାସ କରିବା ଦାବିରେ ଆଜି ବ୍ରହ୍ମପୁର କାର୍ଯ୍ୟରତ ସାମ୍ବାଦିକ ଏବଂ ବିଭିନ୍ନ ଗଣ ସଙ୍ଗଠନ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜ୍ୟସ୍ୱ କମିସିନର କାର୍ଯ୍ୟାଳୟ ସମ୍ମୁଖରେ ପାଟିରେ କଳାପଟି ବାନ୍ଧି ପ୍ରତିବାଦ ପ୍ରଦର୍ଶନ କରିଥିଲେ। ଗତ କିଛି ଦିନ ତଳେ ଅର୍ଥନୈତିକ ଅପରାଧ ଶାଖା ଭୁବନେଶ୍ୱର ପକ୍ଷରୁ ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।ଯାହାକୁ ତୀବ୍ର ନିନ୍ଦା କରିଛନ୍ତି ବ୍ରହ୍ମପୁର ସାମ୍ବାଦିକ ଏବଂ ବୁଦ୍ଧିଜୀବୀ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ଉପରେ ଯେଉଁଭଳି କଣ୍ଠରୋଧ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି ତାକୁ ଘୋର ନିନ୍ଦା

କରାଯାଇଛି। ତେଣୁ ପାଟିରେ କଳାପଟି ବାନ୍ଧି ନିରବ ଭାବେ ପ୍ରତିବାଦ କରାଯାଇଥିଲା।ଏକ ସାଧାରଣ ମାମଲାରେ ତାଙ୍କୁ ଗିରଫଦାରୀ କୁ ସହଜରେ ଗ୍ରହଣ କରିପାରୁନାହାନ୍ତି ରାଜ୍ୟବାସୀ।ରାଜ୍ୟ ସରକାର ଗଣମାଧ୍ୟମ ଆକ୍ରୋଶମୂଳକ ଭାବେ ଆକ୍ରମଣ କରୁଛନ୍ତି। ଖବର ପ୍ରସାରଣ ଉପରେ ଅଙ୍କୁଶ ଲଗାଇବା ପାଇଁ ଏହା ଏକ ପ୍ରକାର ଉଦ୍ୟମ ବୋଲି ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ।ତେଣୁ ଏହାର ସଠିକ ତଦନ୍ତ କରିବା ସହିତ ନିସର୍ତ ରେ ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଖଲାସ କରିବା ଦାବି କରି ମହାମହିମ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଏକ ସ୍ମାରକପତ୍ର ଦକ୍ଷିଣାଞ୍ଚଳ ରାଜସ୍ୱ କମିସିନର ଟି. ଆଓ ଙ୍କୁ ପ୍ରଦାନ କରାଯାଇଛି। ବଡ଼ଖବର ର ଜିଲ୍ଲା ପ୍ରତିନିଧି ଦିଗାମ୍ବର ମହାରଣା ଙ୍କ ନେତୃତ୍ବରେ ଆଜିର ଏହି ପ୍ରତିବାଦ କାର୍ଯ୍ୟକ୍ରମ ରେ ବହୁ ସାମ୍ବାଦିକ, ବୁଦ୍ଧିଜୀବୀ ଙ୍କ ସହ ବରିଷ୍ଠ ବିଜେପି ନେତା କାହ୍ନୁ ପତି, ରାମ ପାତ୍ର, ପ୍ରଭାତ କିରଣ ଷଡଙ୍ଗୀ, ରାଜୀବ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ପୀତବାସ ପଣ୍ଡା, ଆମ ଆଦମୀ ପାର୍ଟି ର ଆଦିତ୍ୟ ରଥ, ରମେଶ ବେହେରା,ଏଆଇ ଡି ଏସଓ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

nis-ad
Leave A Reply

Your email address will not be published.