ଯୌନ ନିର୍ଯାତନା ଅଭିଯୋଗରେ ପୂର୍ବତନ ବିଧାୟକ ଗିରଫ

ଥିରୁଭନନ୍ତପୁରମ: କେରଳର ଜଣେ ବରିଷ୍ଠ ରାଜନେତା ତଥା ପୂର୍ବତନ ବିଧାୟକ ପିସି ଜର୍ଜଙ୍କୁ ଶନିବାର ପୁଲିସ ଗିରଫ କରିଛି। ଜଣେ ଯୁବତୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି। ସୋଲାର ପେନାଲ ମାମଲାରେ ଜଣେ ଅଭିଯୁକ୍ତ ଯୁବତୀଙ୍କ ଅଭିଯୋଗ ଆଧାରରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସମ୍ପୃକ୍ତ ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ, ଗତ ଫେବୃଆରୀ ୧୦ତାରିଖରେ ସମ୍ପୃକ୍ତ ପୂର୍ବତନ ବିଧାୟକ ଜର୍ଜ ତାଙ୍କୁ ଏକ ଗେଷ୍ଟ ହାଉସକୁ ଡାକିଥିଲେ। ସେଠାରେ ସେ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
ଏହା ପରେ ପିସି ଜର୍ଜ ଯୁବତୀ ଜଣଙ୍କୁ ବାରମ୍ବାର ଅଶ୍ଳୀଳ ମେସେଜ ପଠାଉଥିଲେ। ଆଜି କେଣ୍ଟନମେଣ୍ଟ ପୁଲିସ ପିସି ଜର୍ଜଙ୍କୁ ଏକ ଗେଷ୍ଟ ହାଉସରୁ ଗିରଫ କରିଛି। ସେହିପରି କେରଳର ବହୁ ଚର୍ଚ୍ଚିତ ସ୍ୱପ୍ନା ସୁରେଣ ସୁନା ବେଆଇନ କାରବାର ମାମଲାରେ କ୍ରାଇମବ୍ରାଞ୍ଚ ପିସି ଜର୍ଜଙ୍କୁ ଜେରା କରିବ। ଆଇପିସି ଧାରା ୩୫୪(ଏ)ରେ ପିସି ଜର୍ଜଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

nis-ad
Leave A Reply

Your email address will not be published.