ଜୁଲାଇ ୪ରୁ ଓଜେଇଇ ଆରମ୍ଭ

ଭୁବନେଶ୍ୱର: ଜୁଲାଇ ୪ ତାରିଖରୁ ଆରମ୍ଭ ହେବ ଓଜେଇଇ-୨୦୨୨ । ଏନେଇ ବୁଧବାର ସବିଶେଷ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ପରୀକ୍ଷା କାର୍ଯ୍ୟସୂଚୀ ଚୂଡାନ୍ତ ତାଲିକା ମଧ୍ୟ ପ୍ରକାଶ ପାଇଛି । ଛାତ୍ରଛାତ୍ରୀ ଦୈନିକ ତିନୋଟି ସିପ୍ଟରେ ପରୀକ୍ଷା ଦେବେ । ଜୁଲାଇ ୪ ତାରିଖରୁ ୮ ତାରିଖ ଯାଏଁ ପରୀକ୍ଷା ହେବ । ପ୍ରଥମ ସିଫ୍ଟ ଦିନ ୯ ଟାରୁ ୧୧ ଟା, ଦ୍ୱିତୀୟ ସିଫ୍ଟ ୧୨.୩୦ରୁ ୨.୩୦ ଏବଂ ତୃତୀୟ ସିଫ୍ଟ ପରୀକ୍ଷା ଦିନ ୪ଟାରୁ ୬ଟା ପର୍ଯ୍ୟନ୍ତ ହେବ ।

ସେହିଭଳି ଓଜେଇଇ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ଆଡମିଟ କାର୍ଡ ଅନଲାଇନରେ ଉପଲବ୍ଧ କରାଯାଇଛି । ବିଭାଗର ୱେବସାଇଟରୁ ଛାତ୍ରଛାତ୍ରୀ ସେମାନଙ୍କ ଆବେଦନ ଫର୍ମ ନମ୍ୱର ଓ ଜନ୍ମ ତାରିଖ ଦେଇ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ସେହିପରି ପିଲାଙ୍କ ପାଇଁ ପରୀକ୍ଷା ପୂର୍ବରୁ ମକ୍ ଟେଷ୍ଟର ବ୍ୟବସ୍ଥା ଉପଲବ୍ଧ ହୋଇଛି ।

କାର୍ଯ୍ୟସୂଚୀ ଅନୁଯାୟୀ, ୪ତାରିଖରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସିଫ୍ଟରେ ଲାଟେରାଲ ଏଣ୍ଟ୍ରି(ଡିପ୍ଲୋମା) ଲାଗି ପ୍ରବେଶିକା ପରୀକ୍ଷା ହେବ । ସେହିପରି ୫ତାରିଖରେ ପ୍ରଥମ ଏବଂ ୨ୟ ସିଫ୍ଟରେ ଏମ୍‌ସିଏ/ଏମ୍‌ଏସ୍‌ସି ଲାଗି ପରୀକ୍ଷା ହେବାକୁ ଥିବା ବେଳେ ତୃତୀୟ ସିଫ୍ଟରେ ଏମ୍‌ଟେକ୍‌(୧୧ ବିଷୟ), ଏମ୍ ଆର୍କିଟେକ, ଏମ୍ ପ୍ଲାନ, ଏମ୍ ଫାର୍ମା, ବିକ୍ୟାଟ୍ ପରୀକ୍ଷା ହେବ ।

୬ ତାରିଖରେ ପ୍ରଥମ ୨ଟି ସିଫ୍ଟରେ ଏମ୍‌ବିଏ ଲାଗି ପ୍ରବେଶିକା ପରୀକ୍ଷା ହେବାକୁ ଥିବା ବେଳେ ୩ୟ ସିଫ୍ଟରେ ଲାଟେରାଲ ଏଣ୍ଟ୍ରି ଫାର୍ମା, ଲାଟେରାଲ ଏଣ୍ଟ୍ରି (ବିଏସ୍‌ସି) ବି.କାଟ(ଫିଲ୍ମ ଏଡିଟିଂ) ଲାଗି ପରୀକ୍ଷା ହେବ । ୭ତାରିଖରେ କେବଳ ପ୍ରଥମ ସିଫ୍ଟରେ ଇଣ୍ଟିଗ୍ରେଟେଡ ଏମ୍‌ବିଏ ଏବଂ ଡିପ୍ଲୋମା ଲାଟେରାଲ ଏଣ୍ଟ୍ରି ପରୀକ୍ଷା ହେବାକୁ ଥିବା ବେଳେ ୮ତାରିଖରେ ୩ଟି ଯାକ ସିଫ୍ଟରେ ବି.ଫାର୍ମା ଲାଗି ପ୍ରବେଶିକା ପରୀକ୍ଷା କରାଯିବ ବୋଲି ଓଜେଇଇ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

nis-ad
Leave A Reply

Your email address will not be published.