ଆଜି ଭୁବନେଶ୍ବରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ବିଦେଶ ଗସ୍ତ ସାରି ଭୁବନେଶ୍ବରରେ ପହଞ୍ଚିବେ। ସେ ଆଜି ସେ ୩ ଟା ୨୫ ମିନିଟରେ ଦୁବାଇ ଛାଡ଼ିବେ। ରାତି ୮ଟା ୨୦ମିନଟରେ ସେ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ରାତି ୯ ଟା ୩୦ମିନିଟରେ ଭୁବନେଶ୍ୱର ଅଭିମୁଖେ ବାହାରିବେ। ଭୁବନେଶ୍ବରରେ ସେ ସାଢ଼େ ୧୧ଟାରେ ପହଂଚିବେ ବୋଲି ଜଣାପଡିଛି।

ନବନୀ ଗତ ୨୦ ତାରିଖରୁ ବିଦେଶ ଗସ୍ତରେ ଥିଲେ। ସେ ଦୁଇଟି ଦେଶ ରୋମ ଏବଂ ଦୁବାଇ ଗସ୍ତ କରିଥିଲେ। ସେ ରୋମରେ ଜାତିସଂଘର WFP ମୁଖ୍ୟାଳୟରେ ଓଡିଶାର ଖାଦ୍ୟ ସୁରକ୍ଷା ଉପରେ ନିଜର ମତ ରଖିଥିଲେ। ସେହିପରି ସେ ଭାଟିକାନସିଟି ଯାଇ ଖ୍ରୀଷ୍ଟୀୟ ଧର୍ମଗୁରୁ ପୋପଙ୍କୁ ସାକ୍ଷାତ କରିଥିଲେ।

ସେଠାରୁ ନବୀନ ଗତ ୨୬ ତାରିଖ ଅପରାହ୍ନ ୩ ଟା ୨୫ରେ ଦୁବାଇ ଗସ୍ତ କରିଥିଲେ। ସେ ଦୁବାଇରେ ପାଞ୍ଚଦିନ ଅବସ୍ଥାନ କରିଥିଲେ। ଏହି ରହଣି ସମୟରେ ସେ ଗତ ୨୯ ତାରିଖରେ ଭାରତ ସରକାର ଓ ଫିକ୍କି ଦ୍ୱାରା ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ଯୋଗ ଦେଇଥିଲେ। ସେଠାରେ ସେ ବିଦେଶୀ ପୁଂଜି ଆଣିବା ପାଇଁ ବିଭିନ୍ନ ଉଦ୍ୟୋଗପତିଙ୍କ ସହିତ ସାକ୍ଷାତ କରିଥିଲେ।

ୟୁଏଇ ଏବଂ ମଧ୍ୟ ପୂର୍ବ ଏବଂ ଉତ୍ତର ଆଫ୍ରିକା ଅଞ୍ଚଳର କମ୍ପାନୀଗୁଡିକ ଓଡିଶାରେ ୨୧,୦୦୦ କୋଟିରୁ ଅଧିକ ମୂଲ୍ୟର ପୁଞ୍ଜି ବିନିଯୋଗ କରିବେ ବୋଲି ଜଣାପଡିଛି। ଏଥିରେ ପ୍ରାୟ ୧୯,୦୦୦ ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବାର ସମ୍ଭାବନା ରହିଛି।ଦୁବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ପ୍ରତିଶୃତି ଦେଇଛନ୍ତି ୟୁଏଇର ଉଦ୍ୟୋଗପତି।

ଏହି ଗସ୍ତ କାଳରେ ତାଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି କେ ପାଣ୍ଡିୟାନ ଯାଇଛନ୍ତି। ସେହିପରି ଖାଦ୍ୟ ଓ ଯୋଗାଣ ବିଭାର ପ୍ରମୁଖ ସଚିବ ଭି ଭି ଯାଦବ ରୋମରେ ଥିଲେ। ଦୁବାଇରେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ଶିଳ୍ପବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ପ୍ରମୁଖ ଯୋଗଦେଇଛନ୍ତି। ସେମାନେ ସମସ୍ତେ ଆଜି ରାତିରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ।

nis-ad
Leave A Reply

Your email address will not be published.