ବ୍ରହ୍ମପୁର : ଲାଞ୍ଜିପଲ୍ଲୀ ଫାଣ୍ଡି ଆଦାୟ ପ୍ରବଳ..!, କାମ ଦୁର୍ବଳ…!

ଚୋରୀ ଘଟଣା କୁ ୮ ଦିନ ବିତିଯାଇଥିଲେ ବି ପୋଲିସ ହାତ ଖାଲି…!

ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ ନିୟୁଜ

ବ୍ରହ୍ମପୁର : ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧିନସ୍ଥ ଲାଞ୍ଜିପଲ୍ଲୀ ଫାଣ୍ଡି ଯାହାକି ମୁଖ୍ୟ ଥାନା ଠାରୁ ମାତ୍ର ୫ ସହ ମିଟର ଦୂରରେ ଅବସ୍ତିତ, ଅନେକ ଗୁଡିଏ କାରଣକୁ ଦୃଷ୍ଟି ରେ ରଖି ଏହି ଫାଣ୍ଡି କରା ଯାଇଥିଲା l ମୁଖ୍ୟତଃ ଲାଞ୍ଜିପଲ୍ଲୀ ଅଞ୍ଚଳ ସହର ର ଏକ ସ୍ପର୍ଶ କାତର ଅଞ୍ଚଳ ରେ ଗଣତି ହୁଏ, ପୁଣି ଅତି ନିକଟରେ ହାଇୱେ ଜାଥିବା ଯୋଗୁ ଏହି ଆଉଟ ପୋଷ୍ଟର କାର୍ଯ୍ୟ କ୍ଷମତା ଅଧିକ ବଢିଯାଏ l କିନ୍ତୁ ଏଠାରେ ଥିବା ଫାଣ୍ଡି ଅଧିକାରୀଙ୍କ କାର୍ଯ୍ୟ ଶୈଳୀ ଟିକିଏ ଅଲଗା ଯାହାକି ଅଂଚଳରେ ଥିବା ଛୋଟ ଛୋଟ ଦୋକାନୀ, ଉଠା ବ୍ୟବସୟୀ ଏହାର ସଠିକ ଉତ୍ତର ଦେଇପାରିବେ ଯାହାକି ଅନୁସନ୍ଧାନ ରୁ ଅଂଚଳରେ ଥିବା ବୁଦ୍ଧିଜୀବୀ ଓ ସାଧାରଣ ମତ ଦେଇଛନ୍ତି l ମୁଖ୍ୟତଃ ଲାଞ୍ଜିପଲ୍ଲୀ ଅଞ୍ଚଳ ଅସାମାଜିକ ଯୁବକଙ୍କ ଅଡ୍ଡା ସ୍ଥଳି କହିଲେ କିଛି ଭୁଲ ହେବ ନାହିଁ, ଏଠାରେ ଦାଦା ବଟି ଠାରୁ ଆରମ୍ଭ କରି ଗଞ୍ଜେଇ, ଚୋରା ଦେଶୀ ଓ ବିଦେଶୀ ମଦ ବେପାରୀ ଙ୍କ ପେଣ୍ଠ ସ୍ଥଳି ଅଭିଯୋଗ କିମ୍ବା ଉଚ୍ଚ ପଦସ୍ତ ଅଧିକାରୀ ଙ୍କ ପାଖରେ ଯଦି ଖବର ପହଞ୍ଚେ ତେବେ ଚଢ଼ାଉ ହୋଇଥିବା ଦେଖିବାକୁ ମିଳେ କିନ୍ତୁ ବାବୁ ଫାଣ୍ଡି ଅଧିକାରୀ ଧୃତରାଷ୍ଟ୍ର ସାଜି ସମୁଦ୍ର କୁଳିଆ ପବନ ଖାଇ ନିଜ ବ୍ୟବସ୍ତା କରି ଚୁପ ବସିରହୁଥିବା ଦେଖିବାକୁ ମିଳୁଛି l କିଛି ଦିନ ତଳେ କିଛି ବ୍ୟବସୟୀ ଓ ଲାଞ୍ଜି ପଲ୍ଲୀ ବାସିନ୍ଦା ଅଞ୍ଚଳ ର ସୁରକ୍ଷା ଓ ଆଇନ ଶୃଙ୍ଖଳା କୁ ନେଇ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ଜଣାଇଥିଲେ ଏବଂ ଅଞ୍ଚଳ ରେ ପେଟ୍ରୋଲିଙ୍ଗ କଡା କଡ଼ି କରାଯାଉ ବୋଲି ଅନୁରୋଧ କରିଥିଲେ, କିନ୍ତୁ ଫଳ ଶୂନ ଯାହାକି ଗତ 23/06/2022 ତାରିଖ ବୁଧବାର ରାତି ରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଫାଣ୍ଡି ଠାରୁ ମାତ୍ର ୨00 ମିଟର ଦୂର ରେ ଥିବା କେଶବ ନଗର ଦ୍ୱତୀୟ ଲାଇନ ରେ ଏକ ଆଇସକ୍ରିମ ଦୋକାନ ରୁ ଚୋରି ହେଇଥିବା ଦୋକାନୀ ମାଲିକ ଅମିତ କୁମାର ପଟନାୟକ ଥାନରେ ଅଭିଯୋଗ କରିଥିବା ବେଳେ ଆଜକୁ ୮ ଦିନ ବିତିଯାଇଥିଲେ ସୁଦ୍ଧା ଅପରାଧୀ କୁ ପୋଲିସ ଗିରଫ କରି ପାରି ନାହିଁ ପୋଲିସ ପ୍ରଶାସନ ହାତରେ ହାତ ବାନ୍ଧି ବସିଛି ଯାହାକୁ ନେଇ ଅଞ୍ଚଳ ରେ ଅସନ୍ତୋଷ ଦେଖାଦେଉଛି, ପୋଲିସ ପ୍ରଶାସନର ନାଲି ଆଖି ଫଳରେ ଅଞ୍ଚଳ ର ବୁଦ୍ଧି ଜୀବି ଆଶଙ୍କା ପ୍ରକଟ କରୁଛନ୍ତି ଅଭିଯୋଗ କରିବାକୁ l ସୂଚନା ଥାଉକି ଏହି ଚୋରୀ ଘଟଣା ଫାଣ୍ଡି ର ଅତି ପାଖରେ ହୋଇଥିବା ବେଳେ ଯାହାକୁ ନେଇ ଅଞ୍ଚଳ ରେ କୋକୁଆ ଭୟ ଖେଳିଯାଇଛି l ପୋଲିସ କେମିତି ନିଜର ହେରୋ ପଣିଆ ଦେଖାଉଥିଲା ତାହା ଦେଖିବା କୁ ମିଳିଛି, l ପୋଲିସ କିନ୍ତୁ ଚୋର କୁ ଧରିବା ବଦଳରେ ଲାଞ୍ଜିପଲ୍ଲୀ ଅଞ୍ଚଳ ରେ ହେଉଥିବା ବେଆଇନ ଦେଶୀ,ବିଦେଶୀ ମଦ ଏବଂ ଛୋଟ ବଡ ଦୋକାନୀ କୁ ନିଜ ପୋଷାକ ର ଦୂରୁପଯୋଗ କରି ନାଲି ଆଖି ଦେଖାଇ ସେମାନଙ୍କଠୁ ଦାଦାବଟି ମାଗି କିଛି ଅସାମାଜିକ ଯୁବକଙ୍କୁ ସହଯୋଗ କରୁଥିବା ନେଇ ସେଇ ଅଞ୍ଚଳ ରେ ଲୋକମାନେ ଏବେ କଥା ହେବା ଆରମ୍ଭ କରିଦେଲେଣି l ଫାଣ୍ଡି ବାବୁ ଏବଂ ପୋଲିସ ପ୍ରଶାସନ ର କିଛି ତଳ କର୍ମଚାରୀ ଙ୍କ ଏହି ପରି କାମ କୁ ବୁଦ୍ଧିଜୀବୀ ମୋହଲ ରେ ଦୃଢ ନିନ୍ଦା କରାଯାଇଛି l ଜିଲ୍ଲା ପୋଲିସ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଆମ ପୋଲିସ କାର୍ଯ୍ୟ କରିବା ସହିତ ଅଞ୍ଚଳ ର ବୁଦ୍ଧିଜୀବୀ ଓ ବୟସ୍କ ନାଗରିକ ଙ୍କୁ ନେଇ ଏକ ପ୍ରସ୍ତୁତି ସଭା ଆୟୋଜିତ କଲେ ଅନେକ ତଥ୍ୟ ପଦାକୁ ଆସିବା ସହିତ ପୋଲିସ ଓ ଜନସାଧାରଣ ଙ୍କ ମଧ୍ୟରେ ଥିବା ସୁସମ୍ପର୍କ ଦୃଢ଼ୀଭୂତ ହୋଇପାରିବ ବୋଲି ଅଞ୍ଚଳ ବାସୀ ଅନୁରୋଧ କରୁଛନ୍ତି… I

nis-ad
Leave A Reply

Your email address will not be published.