ଭିଡ଼ ସ୍ଥାନକୁ ଯାଆନ୍ତୁ ନାହିଁ, ଲକ୍ଷଣ ଥିଲେ ଟେଷ୍ଟ କରନ୍ତୁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ଵର: ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ। ଏନେଇ ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ସ୍ଲୋ ପ୍ରୋଗେସ୍ ଅଛି । ପୂର୍ବରୁ ୫୦ ମଧ୍ୟରେ ରହୁଥିଲା, କିଛି ଦିନ ହେବ ତାହା ୭୦କୁ ଛୁଇଁଲା । ମାତ୍ର ବର୍ତ୍ତମାନ ଏବେ ସେହି ସଂଖ୍ୟା ୧୦୦ ପାର୍ କରିଛି ।

ଆଗକୁ ଯେମିତି ଅଧିକ ଟ୍ରାନ୍ସମିଶନ ନହେବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି । ଭିଡ଼ ସ୍ଥାନକୁ ନଯିବା ପାଇଁ ଲୋକମାନଙ୍କୁ ଅପିଲ୍ କରାଯାଉଛି।

ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ପୁଣି କହିଛନ୍ତି ଯେ, ସବୁବେଳେ ମାକ୍ସ ପରିଧାନ କରନ୍ତୁ, ଲକ୍ଷଣ ଥିଲେ ଟେଷ୍ଟ କରାଇ ନିଅନ୍ତୁ । ବର୍ତ୍ତମାନ ଘରେ ଘରେ ଟେଷ୍ଟିଂ କରାଯାଉଛି । ଯାହାଦ୍ୱାରା ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯଦି ଏହା ପରେ ହସ୍ପିଟାଲାଇଜେସନ ବଢେ ପୂର୍ବ ଭଳି ବ୍ୟବସ୍ଥା କରାଯିବ । ସଂକ୍ରମଣ ସ୍ଥିତି ଉପରେ ନଜର ରଖିଛୁ ପିକ୍‌ରେ କେତେ ପର୍ଯ୍ୟନ୍ତ ଯାଉଛି ତାହା ଉପରେ ନଜର ରଖିଛୁ ।

nis-ad
Leave A Reply

Your email address will not be published.