ସଂକୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଖା ଶିବିର ଅନୁଷ୍ଠିତ…

ଫୁଲବାଣୀ:-ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶା ଆନୁକୂଲ୍ୟରେ ସଂକୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଖା ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଏହା ସଂକୁଳ ସ୍ତରୀୟ  ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କୁ କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷା ପଦ୍ଧତି ସମ୍ବନ୍ଧୀୟ ଉପରେ ଆଲୋଚନା ହେବା ସହିତ କିପରି ଉନ୍ନତ ଶୈଳୀରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା
ଦାନ କରାଯିବ ସେନେଇ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି।  ଏହି ପ୍ରଶିକ୍ଷଣ ଦ୍ଵାରା କେନ୍ଦ୍ର ସରକାରଙ୍କ ଶିକ୍ଷା ପଦ୍ଧତିକୁ କିପରି ସହଜରେ ଛାତ୍ରଛାତ୍ରୀ ମାନେ ବୁଝି ପାରିବେ ଏଥିପାଇଁ କେଉଁ ଶୈଳୀରେ ଶିକ୍ଷାଦାନ କରାଯିବ ସେ ସମ୍ବନ୍ଧରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା, ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସମୂଖରେ ବକ୍ତବ୍ୟ ରଖିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସଂକୁଳ ପ୍ରମୁଖ ପବିତ୍ର ମୋହନ ସାହୁ, ଦକ୍ଷିଣ ପୂର୍ବ ସଂଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ସଂକୁଳ ସଂଯୋଜକ ରାଜେନ୍ଦ୍ର କୁମାର ପାଢୀ,ପରିଚାଳନା କମିଟିର ସମ୍ପାଦକ ବିରଞ୍ଚି ନାରାୟଣ ମିଶ୍ର,ସଦସ୍ୟ ଇନ୍ଦ୍ରମଣି ଭାଇ ପ୍ରମୁଖ ମଞ୍ଚାସିନ ଥିଲେ। ମଞ୍ଚାସିନ ସମସ୍ତ ଅତିଥି ଉକ୍ତ କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ ଓ ଲକ୍ଷ୍ୟ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।ଉକ୍ତ ପ୍ରଶିକ୍ଷଣ ଶିବିରରେ ୧୨୦ ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗ ଦେଇଥିଲେ ପ୍ରଧାନାଚାର୍ଯ୍ୟ  ମଞ୍ଚାସିନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.