ହିଞ୍ଜିଳି ପୋଲିସ ପକ୍ଷରୁ ରକ୍ତଦାନ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ…

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ପରିସରରେ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।ଅଚିଥି ଭାବେ ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ ଯୋଗଦେଇଥିଲେ l ଵୁଧବାର ଦିନ ହିଞ୍ଜିଳି ଥାନା ଆମ ପୋଲିସ ସମିତି ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହେବବୋଲି ଏହି ବୈଠକରେ ସୂଚନା ପ୍ରଦାନ କରିଥିଲେ l ପ୍ରତେକ ପଂଚାୟତରୁ ନବ ନିର୍ବାଚିତ ଜନପ୍ରତିନିଧି ମାନେ ସ୍ବେଛାକୃତ ରକ୍ତଦାନ କରିବାକୁ ଲୋକଙ୍କୁ ସଚେତନତା କରିବାକୁ ପରାମର୍ଶ ଦିଆଯାଇଛି l ପୋଲିସ ଓ ଲୋକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ନିବିଡ଼ ହୋଇ ପାରିଲେ ଅପରାଧ ହ୍ରାସ ପାଇବ ବୋଲି ମତ ପ୍ରକାଶ ପାଇଥିଲା l ଏସ ଆଇ ସିଦ୍ଧାର୍ଥ ଜେନା । ଏ ଏସ ଆଇ ଆଗୁ ପାତ୍ର, ଏ ଏସ ଆଇ ରାଘବ ପ୍ରଧାନ , ମହିଳା ଅଫିସର କମଳିନୀ ନାୟକ, ପ୍ରମୋଦ କୁମାର ଗନ୍ତାୟତ, ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ଯୁବ ସଭାପତି ସଂଜୟ କୁମାର ପଣ୍ଡା, ଙ୍କ ସମେତ ଵହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ

nis-ad
Leave A Reply

Your email address will not be published.