ମିଳିଲା ନିଖୋଜ ଥିବା ସାମ୍ବାଦିକଙ୍କ ପିତାଙ୍କ ମୃତଦେହ : ହତ୍ୟା ନା ଆତ୍ମହତ୍ୟା ସନ୍ଦେହ…

ସାମ୍ବାଦିକ ମହଲରେ ଗଭୀର ଶୋକ…

ଫୁଲବାଣୀ -: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଂଚଳ ରଜଣାଶୁଣା ସାମ୍ବାଦିକ ବିପ୍ର ଚରଣ ସାହୁ ଙ୍କ ପିତା ବନମାଳୀ ସାହୁ,୭୭ଙ୍କ ସୋମବାର ମୃତଦେହମିଳିଛି l ଭୁବେନଶ୍ୱର ସ୍ଥିତ ଏ ଏମ ଏସ ହସ୍ପିଟାଲ ନିକଟସ୍ଥ କାଜୁ ଜଙ୍ଗଲ ନିକଟରୁ ମୃତଦେହ ମିଳିଥିବା କଥା ସାମ୍ବାଦିକ ପୁତ୍ର ବିପ୍ରଚରଣ ସାହୁ କହିଛନ୍ତି l ସେ ଗତ ୧ ୫ ଦିନ ହେଲା. ନିଖୋଜ ହୋଇଯାଇଥିଲେ lବନମାଳି ଭୁବନେଶ୍ୱର ଡୁମୁଡୁମାରେ କିଛି ମାସ ହେଲା ସାମ୍ବାଦିକ ବିପ୍ର ଚରଣଙ୍କ ସାନଭାଇ ଘରେ ରହୁଥିଲେ । ବନମାଳୀ ଘରେ କାହାକୁ କିଛି ନଜଣାଇ କୁଆଡ଼େ ପଳେଇଥିଲେ । ପରିବାର ଲୋକେ ବନ୍ଧୁବାନ୍ଧବ, ସମ୍ପର୍କୀୟଘର ସମେତ ଅନେକ ସ୍ଥାନ ଖୋଜିବା ପରେ ବି ତାଙ୍କର କୌଣସି ସନ୍ଧାନ ମିଳିନଥିଲା l ହେଲେ ସୋମବାର ମୃତଦେହ ମିଳିଥିଲା lତାଙ୍କର ମୃତ୍ଯୁ କିପରି ହେଲା ଜଣା ପଡିନାହିଁ l ତାଙ୍କର ସ୍ୱାଭାବିକ ଭାବେ ମୃତ୍ଯୁ ହୋଇଛି ନା କିଏ ହତ୍ୟା କରିଛି, ନା ସେ ଆତ୍ମହତ୍ୟା କରିଛନ୍ତି ତାହା ତଦନ୍ତ ପରେ ଜଣାପଡିବ l
ସାମ୍ବାଦିକ ବିପ୍ର ଚରଣଙ୍କ ପିତାଙ୍କ ମୃତ୍ଯୁରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ଓ ୟୁ ଜେ ସଭାପତି ପ୍ରଶାନ୍ତ ବେହେରା, ସମ୍ପାଦକ ବ୍ରଜ ନାୟକଙ୍କ ସମେତ ବହୁ ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ,ପ୍ରଶାନ୍ତ ଜେନାଙ୍କ ସମେତ ବହୁ ସାମ୍ବାଦିକ ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l

nis-ad
Leave A Reply

Your email address will not be published.