୧୦୭ କୁଇଣ୍ଟାଲ ଗଂଜେଇ ସହ ବୋଲେରୋ ଜବତ, ଦୁଇ ଗିରଫ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର ପୋଲିସ ବିସିପଡା -କଟ୍ରିଙ୍ଗିଆ ରାସ୍ତାରେ ଏକମହିନ୍ଦ୍ରl ପିକ ଅପ ବୋଲେରୋ ସହ ଏକ କ୍ୟୁଣ୍ଟାଲ ୭ କେଜି ଚୋରା ଗଂଜେଇ ଜବତ କରିଛି lଜବତ ମହିନ୍ଦ୍ରl ବୋଲେରୋ ପିକଅପ ଭ୍ୟାନ୍ ନମ୍ବର ଓଡ଼ି- ୦୨-ବିଏମ ୯୩୪୦ ଏଥି ସହ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଦୁଇ ଅଭିଯୁକ୍ତ ହେଲେ ସାଡୀଙ୍ଗିଆ ଅଂଚଳର ଚି଼କୁନ ଦିଗାଲ ଓ ଅନାମିକା ଦିଗାଲ ବୋଲି ସଦର ଏସ ଆଇ ସମ୍ବିତ ବେହେରା କହିଛନ୍ତି lଏ ନେଇ ସଦର ପୋଲିସ ୯୯ /୨୨ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଏସଡିପିଓ ମହେନ୍ଦ୍ର ନାଥ ମୁର୍ମ୍ମୁ କହିଛନ୍ତି lସୂଚନା ଯୋଗ୍ୟ ଯେ ପୂର୍ବରୁ ସୂଚନା ପାଇ ଏସ ଆଇ ସମ୍ବିତ ବେହେରାଙ୍କ ନେତୃତ୍ୱରେ ଗଠିତ ଟିମ ଚଢ଼ାଉ କରି ଜବତ କରିଥିଲା l

nis-ad
Leave A Reply

Your email address will not be published.