ଅଗ୍ନିପଥ ନିଯୁକ୍ତି ପ୍ରତିବାଦରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ସତ୍ଯାଗ୍ରହ ଆନ୍ଦୋଳନ…

ରାଉରକେଲା : ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ନିର୍ଦ୍ଦେଶ କ୍ରମେ ବଣାଇଁ କଂଗ୍ରେସ ପକ୍ଷରୁ ବସଷ୍ଟାଣ୍ଡ ପରିସରରେ ଅଗ୍ନିପଥ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ସତ୍ୟାଗ୍ରହ କରିଥିବା ଦେଖିବାକୁ ମିଳିଛି। ଯେଉଁ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଦେଶର ଚାରିଆଡ଼େ ଅଶାନ୍ତି ଲାଗିରହିଛି।ବହୁ ସ୍ଥାନରେ ଏହି ନିଯୁକ୍ତିକୁ ପ୍ରତ୍ୟାହାର କରିବାକୁ ନେଇ ଯୁବଗୋଷ୍ଠୀ ମଧ୍ୟରେ ଅସ୍ଥିରତା ଦେଖାଦେଇଛି। ଏହି ଯୋଜନାକୁ ବନ୍ଦ କରିବା ପାଇଁ ବିଭିନ୍ନ ସ୍ଥାନରେ ଧାରଣା,ବିକ୍ଷୋଭ, ଶୋଭାଯାତ୍ରା ଓ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯାଉଛି। ତେବେ ଅଗ୍ନିପଥ ନିଯୁକ୍ତି ପ୍ରତ୍ୟାହାର ପାଇଁ କଂଗ୍ରେସ ଦଳ ତରଫରୁ ସତ୍ୟାଗ୍ରହ ଡାକରା ହୋଇଥିବା ବେଳେ ବଣାଇଁ ନିର୍ବାଚନ ମଣ୍ଡଳୀର ବ୍ଲକ ସଭାପତି ରୁଦ୍ର ଚରଣ ସାହୁଙ୍କ ନେତୃତ୍ୱରେ ଆଜି ବହୁ କଂଗ୍ରେସ ନେତା ଓ କର୍ମୀ ଏକାଠି ହୋଇ ଦିନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ।କେନ୍ଦ୍ର ମୋଦୀ ସରକାର ଅଗ୍ନିପଥ ଯୋଜନାକୁ କେବେବି ସଫଳ କରାଇ ଦିଆ ଯିବନି।କଂଗ୍ରେସ ଦଳ ଏହାକୁ ଜୋରଦାର ବିରୋଧ କରିବ। ୪ବର୍ଷ କାର୍ଯ୍ୟ କରିବା ପରେ ଜଣେ ଯୁବକ ସରକାରଙ୍କ ପାଇଁ ଅଲୋଡ଼ା ହେଇଯିବ ଏବଂ ଯାହାଫଳରେ ତାର ଭବିଷ୍ୟତ ସମ୍ପୂର୍ଣ୍ଣ ଅନ୍ଧକାରମୟ ହେବାର ସମ୍ଭାବନା ରହିଛି ।ତେଣୁ ଏହି ନିଯୁକ୍ତିକୁ ସ୍ଥାୟୀ କରିବା ସହ ତାକୁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବୀ କରାଯାଇଛି।


ଏଥିରେ ବଣାଇଁ ପୁର୍ବତନ ବିଧାୟକ ଜନାର୍ଦ୍ଦନ ଦେହୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ କୋଇଡା ପୁର୍ବତନ ସରପଞ୍ଚ ସନ୍ଧ୍ୟାରାଣୀ ନାଏକ, ପଦ୍ମ ଚରଣ ଆଚାର୍ଯ୍ୟ, ସମିର ଚକ୍ରବର୍ତ୍ତୀ, ଯୁଧିଷ୍ଟିର ତ୍ରୀପାଠୀ, ସୁନ୍ଦର ଗଡ଼ ଜିଲ୍ଲା ଯୁବ ମୋର୍ଚ୍ଚା ସହ ସମ୍ପାଦକ ପ୍ରେମାନନ୍ଦ ପାତ୍ର, କଂଗ୍ରେସ ବରିଷ୍ଠ ନେତା ଟୋପି ଚନ୍ଦନ ସାହୁ, କଂଗ୍ରେସ ସେବ ଦଳର ଶ୍ରୀକାନ୍ତ ଦଣ୍ଡିଆ, କୈବଲ୍ୟ ବାରିକ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଯେଉଁ ଯୁବକ ମାନଙ୍କୁ ପାଇଁ ୪ ବର୍ଷ ଅଗ୍ନିପଥ ନିଯୁକ୍ତିକୁ ଆଣିଛନ୍ତି ଏହାକୁ ପ୍ରତିହାର କରିଯାଉ ନଚେତ୍ ଆଗାମୀ ଦିନରେ ଆହୁରି ଘୋର ଆନ୍ଦୋଳନ ଜାରି ରହିବ ବୋଲି ନିଜ ନିଜର ବକ୍ତବ୍ୟରେ ରହିଛନ୍ତି।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭୋଲାନାଥ ପ୍ରଧାନ,ଗଗନ ବିହାରୀ ମହାରଣା, କାର୍ତ୍ତିକ ସାହୁ, ମନୋଜ ସେଠ, ଗୁରୁଣ୍ଡିଆ ବ୍ଲକ ପୂର୍ବତନ ସଭାପତି ଦଶରଥ ଓରାମ, ମୁନୁ ବିଶ୍ବାଳ, ରମାକାନ୍ତ ପାତ୍ର, ଘନଶ୍ୟାମ ମାହାନ୍ତ, ଗଜେନ୍ଦ୍ର ତନ୍ତୀ ପ୍ରମୁଖ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ।

nis-ad
Leave A Reply

Your email address will not be published.