ବ୍ରହ୍ମପୁର ଅର୍ବlନ ନିର୍ବାଚନ ବିଭିନ୍ନ ଜୋନରେ କଡା ମୁକାବିଲା…

ବ୍ରହ୍ମପୁର -ବ୍ରହ୍ମପୁର ସମବାୟ ସହରାଞ୍ଚଳ(ଅର୍ବାନ) ବ୍ୟାଙ୍କ ଲିମିଟେଡର ନିର୍ଦେଶକ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ,ସହରର ମୋଟ ୪୨ଟି ୱାର୍ଡକୁ ୧୫ଟି ଜୋନ୍‌ରେ ଭାଗ କରାଯାଇଥିଲା ପୂର୍ବରୁ ୬ଟି ଜୋନ୍‌ରେ ନିର୍ଦେଶକ ପଦବୀ ଅପ୍ରତିଦ୍ବନ୍ଦ୍ବିତା ରହିଥିବା ବେଳେ ୧୩ ନମ୍ବର ଜୋନ୍‌ର ଦୁଇ ପ୍ରାର୍ଥୀଙ୍କ ପ୍ରାଥିପତ୍ର ନାକଚ ହୋଇଯାଇଥିଲା । ରବିବାର ଦ୍ୱିତୀୟ ପଯ୍ୟାୟରେ ସମବାୟ ସହରାଞ୍ଚଳ ବ୍ୟାଙ୍କର ବଳକା ୮ଟି ଜୋନ୍‌ ପାଇଁ ମତଦାନ ଗ୍ରହଣ କରାଯାଇଛି l ଏହି ଜୋନ୍‌ଗୁଡ଼ିକରେ ମୋଟ ୫୬୬ଜଣ ମତଦାତା ରହିଥିଲେ ୩୫୫ଜଣ ମତଦାନ କରିଛନ୍ତି । ମତଦାନ ପରେ ଗଣତି ହୋଇଥିଲା l ୭ ନମ୍ବର ଜୋନ୍‌ ପାଇଁ ୧୮୮ଜଣ ମତଦାନ କରିଥିଲେ । ପି .ଦୀପକ କୁମାର ୯୩ଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦି ଅଶୋକ କୁମାର ଶୁକ୍ଳା ୮୮ ଖଣ୍ଡ ଭୋଟ୍‌ ପାଇ ପରାସ୍ତ ହୋଇଛନ୍ତି l ୯ ନମ୍ବର ଜୋନ୍‌ରେ ୨୧୮ଜଣ ମତଦାନ କରିଥିଲେ । ପ୍ରଶାନ୍ତ କୁମାର ପଟ୍ଟନାୟକ ୧୯୪ଖଣ୍ତ ଭୋଟ ବିପୁଳ ସଂଖ୍ୟାରେ ବିଜୟୀ ହୋଇଥିବା ବେଳେ ତ୍ରିନାଥ ମହାପାତ୍ର ମାତ୍ର ୧୫ ଖଣ୍ଡ ଭୋଟ୍‌ ପାଇଥିଲେ l ୧୨ ନମ୍ବର ଜୋନ୍‌ରେ ୨୫୭ଜଣ ମତଦାନ କରିଥିଲେ । ଭାଗିରଥୀ ଚୌଧୁରୀ ୨୩୮ଟି ଭୋଟ୍‌ ପାଇ ବିପୁଳ ସଂଖ୍ୟାରେ ବିଜୟୀ ହୋଇଥିବା ବେଳେ ମନୋଜ କୁମାର ପଣ୍ଡା ୧୮ଟି ଭୋଟ୍‌ ପାଇଥି​‌େ​‌ଲ । ୧୪ ନମ୍ବର ଜୋନ୍‌ରେ ୨ଶହ ମତଦାନ ହୋଇଥିଲା । କୁରି କୁମାରୀ ଦାସ ୮୭ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି। ନିକଟତମ ପ୍ରତିଦ୍ବନ୍ଦ୍ବି ଲକ୍ଷ୍ମୀପ୍ରିୟା ପାଢ଼ୀ ୭୮ଟି ଏବଂ ଭି.ପଦ୍ମା ୩୧ଟି ଭୋଟ୍‌ ପାଇଥିଲେ । ୪ ନମ୍ବର ଜୋନ୍‌ରେ ୨୨୧ଟି ଭୋଟ୍‌ ପଡ଼ିଥିଲା । ସନାତନ ସାହୁ ୧୨୮ଟି ଭୋଟ୍‌ ପାଇ ବିଜୟୀ ହୋଇଥିବା ବେଳେ ଡା.ରାମହରି ଖଣ୍ଡୁଆଳ ପାଇଥିଲେ ୮୯ ଖଣ୍ଡ ଭୋଟ୍‌ । ୩ ନମ୍ବର ଜୋନ୍‌ରେ ୨୨୦ଜଣ ମତଦାନ କରିଥିଲେ । ଟି.କିଶୋର କୁମାର ପାତ୍ର ୧୧୨ଖଣ୍ତ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ତଥା ପୂର୍ବତନ ସଭାପତି ଦୁର୍ଯ୍ୟଧନ ସ୍ବାଇଁ ୭୨ ଖଣ୍ଡ ଭୋଟ୍‌ ପାଇ ପରାସ୍ତ ହୋଇଛନ୍ତି । ୫ ନମ୍ବର ଜୋନ୍‌ରେ ୧୦୦ଜଣ ମତଦାନ କରିଥିଲେ । ଅଞ୍ଜନା କୁମାରୀ ସୁବୁଦ୍ଧି ୯୩ଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ ପ୍ରଦୀପ କୁମାର ବେହେରା ୭ଟି ଭୋଟ୍‌ ପାଇଛନ୍ତି । ୧ ନମ୍ବର ଜୋନ୍‌ଷର ୧୯୬ଜଣ ଭୋଟ୍‌ ଦେଇଥିଲେ । ପ୍ରକାଶ ଚନ୍ଦ୍ର ମହାରଣା ୯୩ଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ ପି.ଗଣେଷ କୁମାର ପାତ୍ର ୭୧ଟି ଏବଂ ରବି ନାରାୟାଣ ରାଉତରାୟ ୨୭ଟି ଭୋଟ୍‌ ପାଇଥିଲେ । ପୂର୍ବରୁ ୬ଟି ଜୋନ୍‌ରେ ଅପ୍ରତିଦ୍ବନ୍ଦ୍ବି ରହିଛି । ୨ ନମ୍ବରରେ ପ୍ରମିତା ବେହେରା, ୬ ନମ୍ବରରେ ଜ୍ୟୋତି ସୁବୁଦ୍ଧି, ୮ ନମ୍ବରରେ ଆର୍‌.ମୂରଲୀ ମୋହନ, ୧୦ ନମ୍ବରରେ ଲିଲି ବେହେରା, ୧୧ ନମ୍ବରରେ ରବିନ୍ଦ୍ରନାଥ ସେଠୀ ଏବଂ ୧୫ ନମ୍ବର ଜୋନ୍‌ରେ ସରିତା କୁମାରୀ ସାହୁ ଅପ୍ରତିଦ୍ବନ୍ଦି ହୋଇଥିଲେ l ସଭାପତି ପଦବୀ ପାଇଁ ଖୁବ୍‌ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି l

nis-ad
Leave A Reply

Your email address will not be published.