ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ନବରଙ୍ଗପୁର ଜିଲ୍ଲାକୁ ଦିନିକିଆ ଗସ୍ତ : ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

ନବରଂଗପୁର :- ଆଜି ଓଡିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ନବରଙ୍ଗପୁର ଜିଲ୍ଲାକୁ ଦିନିକିଆ ଗ୍ରସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ସେ ପ୍ରଥମେ ହିର୍ଲି ଠାରେ ଥିବା ଆଦର୍ଶ ବିଦ୍ୟାଳୟ ଯାଇ ବିଦ୍ୟାଳୟ ର ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ଏବଂ ପ୍ରିନ୍ସିପାଲ ସହ ଉନ୍ନତ ମାନର ଶିକ୍ଷା ଓ ସାଧାରଣ ଜ୍ଞାନ ବିଷୟରେ ଆଲୋଚନା କରିଥିଲେ । ତାହା ସହିତ ପାପଡ଼ାହାଣ୍ଡି ତହସିଲ ଯାଇ ବିଭିନ୍ନ ତହସିଲ ସମନ୍ଧୀୟ କାର୍ଯ୍ଯ ବିଷୟରେ ସମୀକ୍ଷା କରିଥିଲେ। ଝରିଗାଁ ବ୍ଲକ ଅନ୍ତର୍ଗତ କଦଭଟା ଗ୍ରାମ କୁ ଯାଇ ଜୈବ ପୁଞ୍ଜ ଏବଂ ଜଳ ପୁନର୍ବାସ ପଦ୍ଧତିରେ ମାଛ ଚାଷ ପ୍ରଣାଳୀ କୁ ପରିଦର୍ଶନ କରିଥିଲେ। ସେଠାରେ ମାଛ ଖାଦ୍ୟ ଉତ୍ପାଦନ କେନ୍ଦ୍ର ଏବଂ ମାଛ ଜାଆଁଳା ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ। ଅପରାହ୍ନ ରେ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ବୈଠକ କରିଥିଲେ। ବିଶେଷ କରି, ନବରଙ୍ଗପୁର ଜିଲ୍ଲା ମଧ୍ୟ ଦେଇ ଯାଉଥିବା ରାୟପୁର ଠାରୁ ବିଶାଖାପାଟଣା ଭାରତ ମାଳା ପ୍ରକଳ୍ପ ଏବଂ ଜୟପୁର ଠାରୁ ନବରଙ୍ଗପୁର ରେଳ ପ୍ରକଳ୍ପ ର ଜମି ଅଧିଗ୍ରହଣ ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ବୈଠକରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର, ଅତିରିକ୍ତ ରାଜସ୍ବ ସଚିବ ଅମିୟ କୁମାର ସାହୁ , ନିର୍ଦ୍ଦେଶକ ଲ୍ୟାଣ୍ଡ ରେକର୍ଡ ତୁଷାର ରଞ୍ଜନ ମହାନ୍ତି,ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁଙ୍କ ସହିତ ଜିଲ୍ଳାର ସମସ୍ତ ତହସିଲଦାର ଏବଂ ସମସ୍ତ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.