ନୀଳଗିରିରୁ ବ୍ରାଉନ୍‌ସୁଗାର ଜବତ; ଜଣେ ଗିରଫ

ନୀଳଗିରି : ନୀଳଗିରି ଥାନା ଅଧୀନରେ ଥିବା ବିଭିନ୍ନ ଅଞ୍ଚଳରେ ଏବେ ଧଳାଜହର କାରବାର ବଢ଼ିବାରେ ଲାଗିଛି। ଆଜି ବାଲେଶ୍ଵର ଅବକାରୀ ମୋବାଇଲ ସ୍କ୍ୱାଡ ଓଲଡ଼ଙ୍ଗ ଅଞ୍ଚଳରୁ ହେବା ସହ ଜଣେ ଯୁବକଙ୍କୁ ଗିରଫ କରିବା ସହ ୬୦ ଗ୍ରାମ୍‌ ବ୍ରାଉନ ସୁଗାର (ଧଳା ଜହାର) ଜବତ କରିଛି। କିଛି ମାସ ପରେ ପୁଣି ଧଳା ଜହାର କାରବାର ଧରା ପଡିଛି ।

ଖବର ଅନୁସାରେ ନୀଳଗିରି ଥାନା ଓ ଅବକାରୀ କାର୍ଯ୍ୟାଳୟ ଠାରୁ ୩ କି.ମି. ଦୂରରେ ଓଲଡଙ୍ଗ ଗାଁର ନରେନ୍ଦ୍ର ସାମଲକୁ ବାଲେଶ୍ଵର ଅବକାରୀ ମୋବାଇଲ ସ୍କୁୱାର୍ଡ ଟିମ ଗିରଫ କରିଛି। ଆଜି ଅଚାନକ ନୀଳଗିରି ଓଲଡଙ୍ଗ ଗାଁରେ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରି ବ୍ରାଉନ ସୁଗାର ଜବତ କରିଛି ମୋବାଇଲ ସ୍କ୍ୱାଡ। ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରିବା ସହ ଏହା ପଛରେ ଆଉ କାହାର ହାତ ଅଛି ଓ ଏହାର ତାର ଚେର କେଉଁଠି ଲମ୍ବିଛି ତାହାର ତଦନ୍ତ ହେଉଥିବା ସୂଚନା ମିଳିଛି। ନୀଳଗିରିରେ ଦିନକୁ ଦିନ ଧଳା ଜହାର ଓ ଚୋରା ମଦ କାରବାର, ଚୋରି, ଛିନତାୟୀ ବଢ଼ୁଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡ଼ୁଥିବାର ବହୁବାର ଅଭିଯୋଗ ହୋଇଛି।

nis-ad
Leave A Reply

Your email address will not be published.