ଭିଜିଲାନ୍ସ ହାତରେ ଧରାପଡିଲେ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ପ୍ରୋଗ୍ରାମ ଆସିଷ୍ଟାଣ୍ଟ

ନବରଙ୍ଗପୁର : ୧ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଏକାଉଣ୍ଟେଣ୍ଟ କମ୍ ପ୍ରୋଗ୍ରାମ ଆସିସଷ୍ଟାଣ୍ଟ ବିକାଶ ସାନା । ସୂଚନାଯୋଗ୍ୟ ଯେ ତା୨୩-୬-୨୩ ଗୁରୁବାର ଅପରାହ୍ନ ରେ ନବରଙ୍ଗପୁର ର ଜଣେ ଏମ ଡ଼ି ଏମ କଣ୍ଟ୍ରାକ୍ଟର ମୋହନ କୁମାର ଚୌରସିଆଙ୍କ ଏକ ଏମ.ଡି.ଏମ.ର ବିଲ କରିଦେବା ବାବଦରେ କଣ୍ଟ୍ରାକ୍ଟରଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ କିନ୍ତୁ କଥା ବାର୍ତ୍ତା ପରେ ଶେଷରେ ଏକ ଲକ୍ଷ ଟଙ୍କା ପାଇଁ ସହମତି ହୋଇଥିଲା । ସାନାଙ୍କ କହିବା ପ୍ରକାରେ କଣ୍ଟ୍ରାକ୍ଟର ଙ୍କ ପ୍ରତିନିଧି କିରଣ ପଟ୍ଟନାୟକଙ୍କ ଠାରୁ ଗୁରୁବାର ଅପରାହ୍ଣ ୬.୩୦ ସମୟରେ ୧୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ଏମ ଡି ଏମ ବିଲ୍ କରିଦେବା ବାବଦରେ ଏକ ଲକ୍ଷ ଟଙ୍କା ନେଉଥିବା ବେଳେ ନବରଙ୍ଗପୁର ଭିଜିଲାନ୍ସ ହାତରେ ଧରାପଡିଥିଲେ । ଭିଜିଲାନ୍ସ ଟିମର ତଦନ୍ତ ନବରଙ୍ଗପୁର ରେ ରହୁଥିବା ଭଡ଼ାଘରେ ଓ ଉମରକୋଟ ସ୍ଥିତ ସାନାଙ୍କ ନିଜ ଵାସ ଭଵନରେ ଜାରି ରହିଛି । ଏହି ଚଢ଼ାଉ ସମୟରେ ଭିଜିଲାନ୍ସର ନବରଙ୍ଗପୁର ଡି ଏସ ପି କଳାବତୀ ବାଗ , ଜୟପୁର ଡ଼ି ଏସପି ରୁକଧର ନାୟକ , ଇନ୍ସପେକ୍ଟର ଅନୁଭା ଦାସ , ଇନ୍ସପେକ୍ଟର ବାଙ୍କୀନ ବୋବାଲିଙ୍କ ସମେତ ଭିଜିଲାନ୍ସ ବିଭାଗର ମୋଟ ୧୨ଜଣ ଅଧିକାରୀ ଉପସ୍ଥିତ ଥିଲେ।ଖଵରରୁ ପ୍ରକାଶ ଯେ ଭିଜିଲେନ୍ସ PS case17/2022u/s 7 Pc amendment act 2018 ପ୍ରକାରେ କେସ ଦାୟର ହୋଇଛି।ଖବର ପ୍ରଚାର ହେଵା ପରେ ଜାଲ ପ୍ରମାଣପତ୍ର ରେ ନିଯୁକ୍ତି, ବାହାର ଜିଲାର ଶିକ୍ଷକ ବହୁଦିନ ଧରି କର୍ମସ୍ଥଳରେ ଅନୁପସ୍ଥିତ ରହିବା ଓ ସେମାନଙ୍କ ଠାରୁ ଵଟି ଆଦାୟ କରି ସୁରକ୍ଷା ଯୋଗାଇଵା ବିଷୟରେ ବି ତଦନ୍ତ କରିବାକୁ ସାଧାରଣରେ ଆଲୋଚନା ହେଉଛି।

nis-ad
Leave A Reply

Your email address will not be published.