ଶ୍ରାନିକେତା ଗ୍ରାମ ପୋଖୋରୀରେ ଭାସୁଥିବା ବୃଦ୍ଧାଙ୍କ ମୃତ ଶରୀର ଉଦ୍ଧାର

ଦାରିଙ୍ଗବାଡ଼ି,(୨୩/୬) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଶ୍ରାନିକେତା ଗ୍ରାମ ପୋଖୋରୀରେ ଭାସୁଥିବା ବୃଦ୍ଧାଙ୍କ ମୃତ ଶରୀରକୁ ଦାରିଙ୍ଗବାଡ଼ି ପୋଲିସ ଅଗ୍ନିଶମ ବିଭାଗର ସହଯୋଗରେ ଉଦ୍ଧାର କରିଛି । ସୂଚନାରୁ ପ୍ରକାଶଯେ ମୃତ ତପସି ପ୍ରଧାନ (୭୫) ମାନସିକ ବିକୃତି ବ୍ୟକ୍ତି ଥିଲେ । ବେଳେବେଳେ ଘରୁ ବାହାର ଗାଁକୁ ପଳାଇ ଯାଉଥିଲେ ପୁଣି ଘରକୁ ଫେରୁ ଥିଲେ । ଗତକାଲି ମଧ୍ୟ ସନ୍ଧ୍ୟାରୁ କୁଆଡ଼େ ଯାଇ ନିଖୋଜ ହୋଇଥିଲେ । ଆଜି ଭୋର ସକାଳେ ଗ୍ରାମର କିଛି ଲୋକ ପୋଖରୀରେ ଜଣେ ମୃତବ୍ୟକ୍ତିର ଦେହ ଭାସୁଥିବା ଦେଖି ଗାଁରେ ପ୍ରକାଶ କରିଥିଲେ। ଏହିଖବର ପାଇଁ ମୃତ ବୃଦ୍ଧା ପରିବାର ଲୋକେ ପୋଖରୀକୁ ଯାଇ ଦେଖି ଚିହ୍ନଟ କରିଥିଲେ । ପରିବାର ପକ୍ଷରୁ ଦାରିଙ୍ଗବାଡ଼ି ଥାନାକୁ ଏହି ସୂଚନା ଦେଇଥିଲେ । ସୂଚ ନାପାଇ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ଅଗ୍ନିଶମ ବିଭାଗ ସହ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରି, ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦକୁ ପଠାଇ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି।

nis-ad
Leave A Reply

Your email address will not be published.