ଆଦର୍ଶ ବିଦ୍ୟାଳୟ, ଗୁଣ୍ଡୁରିଗୁଡା ରେ ବିଏସଏଫର “ହର ଘର ଝଣ୍ଡା” କର୍ମଶାଳା ଅନୁଷ୍ଠିତ

ମାଲକାନଗିରି କୁଡୁମୁଲୁଗୁମ୍ମା (୨୩/୦୬) : ଭାରତବର୍ଷର ମହାପର୍ବ “ଆଜାଦୀ କି ଅମୃତ ମହୋତ୍ସବ ୨୦୨୨” ପରିପ୍ରେକ୍ଷୀରେ ସ୍ୱତନ୍ତ୍ରତା ର ସୁନେହେରି ପଞ୍ଚସ୍ତରୀ ବର୍ଷର ଅଭିଜ୍ଞତା ଓ କଷ୍ଟାର୍ଜିତ ସ୍ୱାଧୀନତା ପ୍ରାପ୍ତି ର ମହାବାର୍ତ୍ତା ପ୍ରଦାନ ସହ ,ରାଷ୍ଟ୍ରୀୟ ଧ୍ୱଜା “ତ୍ରୀରଙ୍ଗା” ଓ ଏହାର ବୈଶିଷ୍ଟ୍ୟଗୁଡିକ ସଂପର୍କରେ ଯୁବପିଢି କୁ ସୂଚନା ଦେବା ନିମନ୍ତେ , ସ୍ୱାଧୀନତା ସଂଗ୍ରାମ ରେ ବଳିଦାନ ଦେଇଥିବା ସମସ୍ତ ବୀର ଶହୀଦ ମାନଙ୍କୁ ନମନ୍ କରିବାର ମହାର୍ଘ ମାନସିକତା ନେଇ କେନ୍ଦ୍ର ସରକାର ଙ୍କ ଆହ୍ବାନ ପରିପ୍ରେକ୍ଷୀରେ ଅଖଣ୍ଡ ଭାରତ, କୁମାରୀକା ଠାରୁ ହିମାଳୟ ଯାଏଁ ଯୁବପିଢି ଓ କୈଶୋର ବର୍ଗଙ୍କୁ ରାଷ୍ଟ୍ରୀୟ ଚେତନାରେ ଉଦ୍ ବୃଦ୍ଧ କରି “ଏକ୍ ଭାରତ୍ ,ଶ୍ରେଷ୍ଠ ଭାରତ୍” ଗଠନ ନିମନ୍ତେ, ସିମା ସୁରକ୍ଷା ବଳ (ବିଏସଏଫ ୧୫୧ ବାଟାଲିୟନ କୁଡୁମୁଲୁଗୁମ୍ମା) ତରଫରୁ
“ହର୍ ଘର୍ ରାଷ୍ଟ୍ରୀୟ ଝଣ୍ଡା “କାର୍ଯ୍ୟକ୍ରମ ଅବସରରେ ମାନ୍ୟବର ଭାରତର ଯଶଃସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦି କଂ ବାର୍ତ୍ତା ପହଞ୍ଚାଇବା ନିମନ୍ତେ ରାଷ୍ଟ୍ରବାଦୀ ଚେତନାର ଜାଗୃତିକା ନେଇ କୁଡୁମୁଲୁଗୁମ୍ମା(ଗୁଣ୍ଡୁରିଗୁଡା) ସ୍ଥିତ ଆଦର୍ଶ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଏସଏଫ କୁଡୁମୁଲୁଗୁମ୍ମା ର ସମସ୍ତ ସୁରକ୍ଷା ବଳ କର୍ମକର୍ତ୍ତା କଂ ସହ ଗୃପ୍ କମାଣ୍ଡର ନୀରଜ ଶର୍ମା ,ସବ୍ ଇନ୍ସପେକ୍ଟର ଭିପିନ୍ କୁମାର, ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ସତ୍ୟପା ,ହାବିଲଦାର ଅମ୍ରିତ ଲାଲ ସୋରେନ ପ୍ରମୁଖ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଦେଶ ପ୍ରତି ସମର୍ପିତ ହୋଇ ଦେଶ ମାତୃକାର ସେବା କରିବା ନିମନ୍ତେ ଅଭିପ୍ରେରିତ କରିଥିଲେ । କାର୍ଯ୍ୟକ୍ରମ ରେ କୁଡୁମୁଲୁଗୁମ୍ମା (ଗୁଣ୍ଡୁରିଗୁଡା) ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ହର ପ୍ରସାଦ ସ୍ୱାଇଁ, ଅଧ୍ୟାପକ ମହେଶ୍ବର ସାହୁ,ପପୁ ସାହୁ , ଅଭିଜିତ ଷଢ°ଗୀ, ଭାସ୍କର ମାଝୀ, କନ୍ଦର୍ପ ଦଳେଇ, ଶୁଭସ୍ମିତା ପୃଷ୍ଠି,ରାସନନ୍ଦ ନାୟକ, ଦୀନେଶ କୁମାର ରାନ୍ଚୋଡ ଓ ବିମଲ କୁମାର ଜେନା ,ଯୁବ ସାମାଜିକ କର୍ମୀ ଭଗବାନ ସାହୁ , ଜ୍ୟୋତି ରଞ୍ଜନ ବେହେରା, ପରିଚାଳନା କମିଟି ର ଅନ୍ୟାନ୍ୟ କର୍ମକର୍ତ୍ତା ଓ ସମସ୍ତ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ସାମ୍ପ୍ରତିକ ସମୟରେ ସୀମାନ୍ତ ରାଷ୍ଟ୍ର ମାନଙ୍କ, ଆମ ଦେଶ ପ୍ରତି ଥିବା ଅସୁୟା ଭାବ , ଆତଙ୍କବାଦୀ କାର୍ଯ୍ୟକଳାପ ବଢିବା ଯୋଗୁଁ ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ଓ ସୀମା ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇପଡିଛି ।ମଧ୍ୟ ପ୍ରାଚ୍ୟ ଅନ୍ତର୍ଗତ ସମଗ୍ର ଏସିଆ ମହାଦେଶ ରେ, ଏକମାତ୍ର ଶାନ୍ତିପ୍ରୀୟ ଦେଶ ଭାରତବର୍ଷ ର, ଅଭ୍ୟୁଦୟ ଘଟିବା ସହ ସୂଚନା ଓ ପ୍ରଯୁକ୍ତି ବିଦ୍ୟା,ଖାଦ୍ୟସୁରକ୍ଷା ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ସୁଦକ୍ଷ ଶାଶନ ବ୍ୟବସ୍ଥା, ସ୍ଥାୟୀ ଓ ନିରପେକ୍ଷ ସୁଦୃଢ଼ ଗଣତନ୍ତ୍ର ପ୍ରତିଷ୍ଠା ସର୍ବୋପରି ମାନବବାଦୀ ଓ ଲୋକକଲ୍ୟାଣକାରୀ ସରକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତ ବର୍ଷ ପୃଥିବୀ ରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର ହାସଲ କରିବା ସହ ଶାନ୍ତି ସହାବସ୍ଥାନର ବାର୍ତ୍ତା ଦେଇ ବସୁଧୈବ କୁଟୁମ୍ବକଂ ମନ୍ତ୍ର କୁ ସାର୍ଥକ କରି ଭାରତ , ବର୍ତ୍ତମାନ ବିଶ୍ୱଗୁରୁ ଆଖ୍ୟା ଅର୍ଜନ କରିବାକୁ ଯାଉଛି ।ଆମ ପଡୋଶୀ ରାଷ୍ଟ୍ରୀ ଗୁଡିକ ରେ ଖାଦ୍ୟ ସଂକଟ ଦେଖାଦେବା ସହ,ଅର୍ଥନୈତିକ ଦୂରାବସ୍ଥା ,ଅଶାନ୍ତ ସାମାଜିକ ବାତାବରଣ ଓ ଗୃହଯୁଧ୍ଧର ବିଭୀଷିକା ଯୋଗୁଁ ସେଠାରେ ଗଣତନ୍ତ୍ର ଆଜି ବିପଦରେ ପଡିବା ସହ ଭାରତୀୟ ଭୂଖଣ୍ଡ ପ୍ରତି ସୀମାପାର ଆତଙ୍କବାଦୀ ଆକ୍ରମଣ ର ଭୟ ସୃଷ୍ଟି ହୋଇଛି ।ଏହି ଘଡିସଂଧ୍ଧି ମୂହୁର୍ତ୍ତ ରେ ଭାରତୀୟ ସେନାର ସାମାଜିକ ଦାୟିତ୍ୱବୋଧ ଭାବରେ “ଅଗ୍ନିପଥ “ଯୋଜନା ମାଧ୍ୟମରେ ଜାତୀୟବାଦୀ ସୈନ୍ୟବଳ “ଅଗ୍ନିବୀର ‘ସୃଷ୍ଟି କରି ଦେଶ ସୁରକ୍ଷା ପାଇଁ ଗମ୍ଭୀରତା ସହ ପଦକ୍ଷେପ ନିଆଯାଉଛି । ଦେଶର ଏଇ କଠିନ ମୂହୁର୍ତ୍ତରେ କିଛି ଅରାଜକତା ସୃଷ୍ଟି କରୁଥିବା ତତ୍ତ୍ୱ ସକ୍ରିୟ ହୋଇଉଠିଛନ୍ତି ଓ କିଛି ନ ବୁଝି ନ ସୁଝି ଦେଶର ଜାତୀୟ ମୂଲ୍ୟବାନ ରେଳବାଇ ସମ୍ପତ୍ତି କୁ ନଷ୍ଟ କରି ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ୍ଦଜନକ ଭାବେ ଉଭା ହୋଇଛନ୍ତି ।ଏହି ମୂହୁର୍ତ୍ତ ରେ ତିନି ସୈନ୍ଯବାହିନୀ ର ମନୋବଳ ଦୃଢ କରିବା ପାଇଁ ଆମ ଅର୍ଦ୍ଧସାମରିକ ବଳ ସୀମା ସୁରକ୍ଷା ବାହିନୀ ପକ୍ଷରୁ ଏ ଜାତୀୟତା ର କାର୍ଯ୍ୟକ୍ରମ ଆୟୋଜନ କରି ଆଗାମୀ ଭବିଷ୍ୟତ ପିଢି କୁ ରାଷ୍ଟ୍ରୀୟ ଚେତନାରେ ଉଦ୍ ବୃଦ୍ଧ କରିବା ଏକ ଯୁଗାନ୍ତକାରୀ ପଦକ୍ଷେପ । ସର୍ବ ଶେଷରେ ଭାରତ ମାନଚିତ୍ରର ଏକ ରେଖା ବଳୟ ସୃଷ୍ଟି କରାଯାଇଥିଲା ଓ ସେଠାରେ ଛାତ୍ର ଛାତ୍ରୀ ମାନେ ରେଖା ମାନଚିତ୍ର କଡରେ ଛିଡା ହୋଇ ତ୍ରିରଙ୍ଗା ପତକା ହଲାଇ ରାଷ୍ଟ୍ରୀୟ ଧ୍ୱଜା କୁ ସଲାମୀ ସହ ଭାରତ ମାତାକି ଜୟ ଧ୍ୱନି ଦେଇଥିଲେ । ସମଗ୍ର କୁଡୁମୁଲୁଗୁମ୍ମା ବାସୀ ଙ୍କ ତରଫରୁ ଏଥିପାଇଁ ସୀମା ସୁରକ୍ଷା ବାହିନୀ ଙ୍କୁ ଧନ୍ୟବାଦ୍ ଅର୍ପଣ ସହ ଏ ଅଞ୍ଚଳର ସମସ୍ତ ଯୁବାବର୍ଗଙ୍କୁ ଏଥିରେ ସାମିଲ କରିବା ପାଇଁ ବରିଷ୍ଟ ସମାଜସେବୀ ଓ ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.