ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଓଡିଶା ରାଜସ୍ଵ ଅମଲା ସଂଘର କର୍ମକର୍ତ୍ତାଙ୍କ ସାକ୍ଷାତ

ନବରଙ୍ଗପୁର(୨୩/୦୬) : ଆଜି ନବରଙ୍ଗପୁର ସର୍କିଟ ହାଉସ ଠାରେ ଓଡିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଙ୍କୁ ଓଡିଶା ରାଜସ୍ଵ ଅମଲା ସଂଘର କର୍ମକର୍ତ୍ତା ବୃନ୍ଦ ସାକ୍ଷାତ କରି ସଂଘ ର ନିମ୍ନଲିଖିତ ବିଭିନ୍ନ ଦାବି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ୧. ଜିଲ୍ଲା ସ୍ତରୀୟ ରାଜସ୍ୱ ଅମଲା ମାନଙ୍କୁ ସ୍ୱତନ୍ତ୍ର ପାହ୍ୟା ଘୋଷଣା କରିବା । ୨. ରାଜସ୍ୱ ଅମଲା ଙ୍କ ପଦବୀ ପୁନର୍ଗଠନ ସମନ୍ଧେ। ୩.ଶିକ୍ଷାଗତ ଯୋଗ୍ୟତା ଅନୁଯାଇ, ଅମଲା ମାନଙ୍କ ବେତନରେ ଥିବା ଅସଂଗତି କୁ ଦୂର କରାଯାଇ କନିଷ୍ଠ ଅମଲା ମାନଙ୍କ ଦରମା ୨୦୦୮ ମସିହା ବେତନ ର ପୁନର୍ଗଠନ ନିୟମ ଅନୁଯାୟୀ ୫୨୦୦/- ରୁ ଟଙ୍କା ୯୩୦୦/- ଙ୍କୁ ବୃଦ୍ଧି କରିବା। ୪. ଶତ ପ୍ରତିଶତ ଓଡିଶା ରାଜସ୍ୱ ସେବା ପଦବୀକୁ କେବଳ ରାଜସ୍ୱ କର୍ମଚାରୀ ଙ୍କ ପାଇଁ ସଂରକ୍ଷିତ ରଖିବା। ଏହି ସାକ୍ଷାତ ସମୟରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର,ଅତିରିକ୍ତ ସଚିବ ରାଜସ୍ୱ,ଅମିୟ କୁମାର ସାହୁ, ନିର୍ଦ୍ଦେଶକ ଲ୍ୟାଣ୍ଡ ରେକର୍ଡ ତୁଷାର ରଞ୍ଜନ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଓଡିଶା ରାଜସ୍ୱ ଅମଲା ସଂଘର ସଭାପତି ତ୍ରିପତି ବାଲାଜୀ ସାହୁ, ଜିଲ୍ଲା ଶାଖା ର ଉପ ସଭାପତି ଧନୁର୍ଯୟ ମାଝୀ, ସମ୍ପାଦକ ତ୍ରିଲୋଚନ ନାୟକ, ବିଜଯ ସାହୁ,ସତ୍ୟନାରାୟଣ ସାହୁ, ଅଜୟ ସାହୁ, ଅଜୟ ନାୟକ, ନୀଳାଚଳ ମାଝି, ସୁନୀଲ ଦାସ, ଶ୍ରୀକାନ୍ତ ଶତପଥୀ ,ନୀଳକଣ୍ଠ ରାଜୁ, ଧନପତି ନାୟକ ,ସତ୍ୟନାରାୟଣ ତ୍ରିପାଠୀ, ଅକ୍ଷୟ ଭକ୍ତ, ରାମଚନ୍ଦ୍ର ରଘୁ ମଣ୍ଡଳ, ସୌରଭ ଦାସ ପ୍ରମୂଖ ଉପସ୍ଥିତ ଥିଲେ

nis-ad
Leave A Reply

Your email address will not be published.