ଛାତ୍ରୀଙ୍କୁ ଶିକ୍ଷୟତ୍ରୀଙ୍କ ନିସ୍ତୁକ ମାଡ଼, ଥାନାରେ ଏତଲା

ଦାରିଙ୍ଗବାଡ଼ି (୨୨/୬) : ଶିକ୍ଷୟତ୍ରୀଙ୍କ ମାଡ଼ରେ ଦଶମ ଶ୍ରେଣୀ ଛାତ୍ରୀ ଗୁରୁତର । ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଅଞ୍ଜଳି ପ୍ରଧାନଙ୍କ ନାମରେ ଆସିଛି କିଛି ଏଭଳି ଅଭିଯୋଗ । ସୂଚନା ପ୍ରକାରେ, ସିମନବାଡ଼ି ସ୍ଥିତି ଲାଦାମାଲା ଗ୍ରାମର ଅଶୋକ ଦିଗାଲଙ୍କ ଝିଅ କୁମାରୀ ଆରିନ ଦିଗାଲ ସିମନବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ୧୦ ମ ଶ୍ରେଣୀ ପାଠ ପଢ଼ନ୍ତି । ବୁଧବାର ଦିନ ସ୍କୁଲ ଯାଇଥିବା ବେଳେ ୧୧ ଟା ସମୟରେ ବିଜ୍ଞାନ ଶିକ୍ଷୟତ୍ରୀ ଅଞ୍ଜଳି ପ୍ରଧାନ ପିଲାଙ୍କୁ ତାପ ଉତ୍ପାଦି ରାସାୟନିକ ପ୍ରତିକ୍ରିୟା ବିଷୟରେ ପାଠ ପଢ଼ାଇ ପ୍ରଶ୍ନ ପଚାରିଥିଲେ । ହେଲେ କୁମାରୀ ଆରିନ ଦିଗାଲ ଏହି ପ୍ରଶ୍ନର ସଠିକ ଭାବେ ଉତର ନଦେବାରୁ ଅମାନୁସିକ ଭାବେ ଛାତ୍ରୀ କୁମାରୀ ଆରିନ ଦିଗାଲଙ୍କୁ ମୁଣ୍ଡର ଚୁଟି ଝିକିବା ସହ ବାଡ଼ି ସାହାଯ୍ୟରେ ଛାତ୍ରୀଙ୍କ ଡେଣା ଓ ହାତ ପାପୁଲିରେ ମାଡ଼ ମାରିଥିଲେ ଶିକ୍ଷୟତ୍ରୀ । ଯଦ୍ୱାରା ଡେଣା ଫୁଲିଯାଇଥିଲା । ଆହତ ଅବସ୍ଥାରେ ହିଁ ଛାତ୍ରୀ ଜଣକ ନଖାଇପିଇ ସ୍କୁଲରେ ରହିଥିଲେ । ଛୁଟି ପରେ ଛାତ୍ରୀ ଜଣକ ଘରେ ପହଂଚି ମାଆ ଓ ବାପାଙ୍କୁ ଏହି ସବୁ ଘଟଣା ବିଷୟରେ କହିବା ସହ ମାଡ଼ ହୋଇଥିବା ସ୍ଥାନ ଗୁଡିକୁ ଦେଖାଇଥିଲେ । ମାଡ଼ ଯୋଗୁଁ ଛାତ୍ରୀ ଜଣକ ଶାରୀରିକ ସ୍ତରରେ ଅସୁସ୍ଥ ହେବା ସହ ମାନସିକ ଚାପରେ ରହିଛନ୍ତି । ଏହି କାରଣ ଯୋଗୁଁ ମଧ୍ୟାହ୍ନରେ କିଛି ଖାଇନାହାନ୍ତି । ପରିବାର ଲୋକ ଏନେଇ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଏକ ଅଭିଯୋଗ କରିଥିବା ଜଣାପଡିଛି । ଶିକ୍ଷୟତ୍ରୀ ଅଞ୍ଜଳି ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ ପ୍ରଶ୍ନର ଉତ୍ତର ନଦେବା ଯୋଗୁଁ କୁମାରୀ ଆରିନ ଦିଗାଲଙ୍କୁ ମାଡ଼ ମାରିଥିବା କଥା ସ୍ଵୀକାର କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରୋମଦ ଷଡଙ୍ଗୀ ଙ୍କୁ ପଚାରିବାରୁ ସେ କହିଲେ ମାଡ଼ ମାରିବା ବେଆଇନ ,ପିଲା ଯଦି ପାଠ ବୁଝୁନାହାନ୍ତି ତାହାଲେ ସେମାନଙ୍କୁ ବାରମ୍ବାର ପଢାଇବା ଦରକାର,ଏହି ଘଟଣାର ତଦନ୍ତ କରାଯିବ ବୋଲି କହିଥିଲେ ।

nis-ad
Leave A Reply

Your email address will not be published.