ରୋମରେ ପୋପ ଫ୍ରାନସିସଙ୍କୁ ଭେଟିଲେ ନବୀନ

ରୋମ: ରୋମର ଭାଟିକାନ ସିଟିରେ ଖ୍ରୀଷ୍ଟ ଧର୍ମଗୁରୁ ପୋପ ଫ୍ରାନସିସଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ପୋପଙ୍କୁ ଭେଟିଛନ୍ତି । ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ସାକ୍ଷାତ କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି 5T ସଚିବ ଭି.କେ ପାଣ୍ଡିଆନ ।

ପୋପ୍ ଫ୍ରାନ୍ସିସ ହେଉଛନ୍ତି ଖ୍ରୀଷ୍ଟ ଧର୍ମଗୁରୁ । ୨୦୧୮ର ତଥ୍ୟ ଅନୁସାରେ ବିଶ୍ୱର ପ୍ରାୟ ୧୩୨ କୋଟି ୨୯ ଲକ୍ଷ କ୍ୟାଥୋଲିକ ଚର୍ଚ୍ଚର ମୁଖ୍ୟ ଧର୍ମାନୁଷ୍ଠାନ ହେଉଛି ଭାଟିକାନ ସହର ଓ ଏଠାରେ ରହୁଥିବା ପୋପ ଫ୍ରାନସିସ ଏମାନଙ୍କ ସର୍ବମାନ୍ୟ ଧର୍ମଗୁରୁ । ତେଣୁ ପୋପଙ୍କୁ ଭେଟି ଐତିହାସିକ ରେକର୍ଡ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ତାଙ୍କ ଭାବମୂର୍ତିକୁ ବିଶ୍ୱ ଦରବାରରେ ଆହୁରି ବ୍ୟାପକ କରିପାରିଛି ।

nis-ad
Leave A Reply

Your email address will not be published.