ଦ୍ରୌପଦୀ ମୁର୍ମୁଙ୍କୁ Z+ ସୁରକ୍ଷା, ନିୟୋଜିତ ରହିବେ NSG ସହ CRPF କମାଣ୍ଡୋ

ନୂଆଦିଲ୍ଲୀ ୨୨।୦୬ : ଦୌପଦୀ ମୁର୍ମୁ NDAର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ତାଙ୍କୁ ୨୪ ଘଣ୍ଟିଆ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଛି । କେନ୍ଦ୍ର ସରକାର ତାଙ୍କୁ ଜେଡ୍ ପ୍ଲାସ ସୁରକ୍ଷା ବ୍ୟବସ୍ଥା କରିଛନ୍ତି। ତାଙ୍କ ନିରାପତ୍ତା ନିମନ୍ତେ ‘ସିଆର୍ ପିଏଫ୍ ’ କମାଣ୍ଡୋ ମୁତୟନ କରାଯାଇଛି ।

ତେବେ ‘ଜେଡ୍ ପ୍ଲସ୍ ’ ସୁରକ୍ଷା ହେଉଛି କେନ୍ଦ୍ର ସରକାର ଯୋଗାଇ ଦେଉଥିବା ସୁରକ୍ଷା ମଧ୍ୟରେ ଦ୍ବିତୀୟ ସର୍ବୋଚ୍ଚସ୍ତରର ସୁରକ୍ଷା ବ୍ୟବସ୍ଥା। ସକାଳୁ ସଶସ୍ତ୍ର କମାଣ୍ଡୋମାନେ ୬୪ ବର୍ଷୀୟ ମୁର୍ମୁଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହୋଇଛନ୍ତି। ଏହି ‘ଜେଡ୍ ପ୍ଲସ୍ ’ ସୁରକ୍ଷାରେ ୧୫୦ରୁ ଅଧିକ ଯବାନ ନିୟୋଜିତ ରହିବେ । ଏମାନଙ୍କ ମଧ୍ୟରେ ୧୦ ଜଣ ଏନ୍‌ଏସ୍‌ଜି କମାଣ୍ଡୋ ଓ ୫ଟି ବୁଲେଟ୍‌ ପ୍ରୁଫ୍‌ ଗାଡି ରହିବ । ବାକି ସବୁ ସିଆରପିଏଫ୍‌ର ଯବାନ ରହିବେ ।

ସୂଚନାଯୋଗ୍ୟ ଯେ, ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ ଓଡ଼ିଶାର ଦ୍ରୌପଦୀ ମୁର୍ମୁ । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାଁରେ ମୋହର ଲାଗିଛି । ମଙ୍ଗଳବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି । ବିଜେପି ସଂସଦୀୟ ବୈଠକରେ ଦ୍ରୌପଦୀଙ୍କ ନାଁକୁ ନେଇ ଚର୍ଚ୍ଚା ପରେ ମୋହର ଲାଗିଛି । ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଦ୍ରୌପଦୀଙ୍କ ଘର । ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ଦାୟିତ୍ବ ତୁଲାଇଥିଲେ । ଓଡ଼ିଶାରେ ମନ୍ତ୍ରୀ ଦାୟିତ୍ବ ମଧ୍ୟ ତୁଲାଇ ସାରିଛନ୍ତି ମୁର୍ମୁ । ଓଡ଼ିଶାରେ ୨୦୦୦ ରୁ ୨୦୦୪ ମନ୍ତ୍ରୀ ହୋଇଥିଲେ । ନବୀନ ସରକାରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଥିଲେ ଦ୍ରୌପଦୀ । ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ରାଇରଙ୍ଗପୁର ବିଧାୟିକା ଥିଲେ । ୨ ଥର ବିଜେପି ବିଧାୟିକା ନିର୍ବାଚିତ ହୋଇଥିଲେ । ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ଦ୍ବିତୀୟ ମହିଳା ରାଷ୍ଟ୍ରପତି ହୋଇପାରନ୍ତି ଦ୍ରୌପଦୀ ମୁର୍ମୁ

nis-ad
Leave A Reply

Your email address will not be published.