ଆଫଗାନିସ୍ତାନରେ ଭୟଙ୍କର ଭୂ-କମ୍ପ, ୨୫୫ ମୃତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଭୟଙ୍କର ଭୂ-କମ୍ପ ଅନୁଭୂତ ହୋଇଛି। ଏଥିରେ ୨୫୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଏହି ଭୂକମ୍ପର ପ୍ରଭାବ ପାକିସ୍ତାନର କେତେକ ଅଞ୍ଚଳରେ ପଡ଼ିଥିବା ଜଣାପଡ଼ିଛି। ପାକିସ୍ତାନର କେତେକ ଘର ଦୋହଲିଥିବା ଜଣାପଡ଼ିଛି। ଭୂମିକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଥିଲେ ମଧ୍ୟ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ସେଠାରେ ଉଦ୍ଧାରକାରୀ ଦଳ ପହଞ୍ଚିବାରେ ବିଳମ୍ବ ହେଉଛି।ୟୁଏସ ଜିଓଲୋଜିକାଲ ସର୍ଭେ ମୁତାବିକ ଆଫଗାନିସ୍ତାନର ଦକ୍ଷିଣପୂର୍ବ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି । ପାକିସ୍ତାନ ସୀମା ତଥା ଆଫଗାରନିସ୍ତାନର ଖୋଷ୍ଟ ସହରଠାରୁ ୪୪ କିମି ଦୂରରେ ୫୧ କିମି ଗଭୀରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ରେକର୍ଡ଼ କରାଯାଇଛି। ଏହାର ପ୍ରଭାବରେ ଆଫଗାନିସ୍ତାନର ରାଜଧାନୀରେ ବହୁ କ୍ଷୟକ୍ଷତି ହୋଇଛି। ଅନ୍ୟପକ୍ଷରେ ପାକିସ୍ତାନର ୧୧୯ ମିଲିଅନ ଲୋକେ ଭୂକମ୍ପର ତୀବ୍ରତା ଅନୁଭବ କରିଛନ୍ତି ।
ଏ ସମ୍ପର୍କରେ ଆଫଗାନିସ୍ତାନର ପ୍ରାକୃତିକ ବିପର୍ଯ୍ୟୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି। ବିଷେଶ କରି ଏହି ବିପର୍ଯ୍ୟୟରେ ପାକଟିକାରର ଅଧିକ ଲୋକେ ତଥା ୧୦୦ରୁ ଅଧିକ ମୃତ୍ୟୁ ଘଟିଥିବା କୁହାଯାଇଛି । ବର୍ତ୍ତମାନ ଆଫଗାନିସ୍ତାନ ଅର୍ଥନୈତିକ ସଙ୍ଗଟ ଦେଇ ଗତି କରୁଥିବା ବେଳେ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବା ଚିନ୍ତାର କାରଣ ପାଲଟିଛି।
ଦୁଇ ଦଶନ୍ଧି ଧରି ଆମେରିକାର ଶକ୍ତି ବିରୋଧରେ ଲଢ଼େଇ ପରେ ତାଲିବାନ ଆଫଗାନିସ୍ତାନର ଶାସନ କ୍ଷମତାକୁ ଅକ୍ତିଆର କରିଥିଲା। ଆଫଗାନିସ୍ତାନରେ ତାଲିବାନ ସକରାର କ୍ଷମତାକୁ ଆସିବା ପରେ ବହୁ ଦେଶ ଆର୍ଥିକ କଟକଣା ଲାଗୁକରିଛନ୍ତି। ସେହିପରି ଅଫାଗାନିସ୍ତାନରେ ବ୍ୟାଙ୍କିଂ ସେକ୍ଟର ପ୍ରଭାବିତ ହୋଇଥିବା ବେଳେ ବହୁ ବିଦେଶୀ ସହାୟତା ମଧ୍ୟ ବନ୍ଦ ହୋଇଯାଇଛି। ଏଭଳି ସ୍ଥିତିରେ ଆଫଗାନିସ୍ତାନରେ ଭୂକମ୍ପ ହେବା ଦେଶବାସୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେବ ନିଶ୍ଚିତ।

nis-ad
Leave A Reply

Your email address will not be published.