ଦାରିଙ୍ଗବାଡ଼ିରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ଦାରିଙ୍ଗବାଡ଼ି, (୨୧/୬) : ଯୋଗ ଦିବସ ଅବସରରେ ଦାରିଙ୍ଗବାଡ଼ିରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସ୍ୱାସ୍ଥ୍ୟ ଠିକ ରଖିବା ପାଇଁ ଯୋଗ ର ଆବଶ୍ୟକତା ଅଛି ବୋଲି ବିଡ଼ିଓ ଶ୍ରୀ ପାତ୍ର କହିଛନ୍ତି।ଏପଟେ ମହିଳାମାନେ ମଧ୍ୟ ଯୋଗ କରି ବେଶ ଖୁସିଥିବା ପ୍ରକାଶ କରିଛନ୍ତି । ଏଥିରେ ଏପିଓ ତ୍ରିନାଥ ନାୟକଙ୍କ ସମେତ ଲିଟୁ ନାୟକ , ଓଏଲଏମ୍ ବିଭାଗର ଏମବିକେ ମାନଙ୍କ ସହିତ ଦାରିଙ୍ଗବାଡ଼ି ଅଞ୍ଚଳର ବିଭିନ୍ନ ବର୍ଗର ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.