ବିଶ୍ୱ ସ୍ତରୀୟ ରେଲୱେ ଷ୍ଟେସନ ହେବ ପୁରୀ, ଖର୍ଚ୍ଚ ହେବ ୩୬୪ କୋଟି

ପୁରୀ : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ଗସ୍ତରେ ଆସିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ପୁରୀ ରେଳଷ୍ଟେସନ ବିଶ୍ୱ ସ୍ତରୀୟ ରେଲୱେ ଷ୍ଟେସନ ହେବ । ଏ ନେଇ ଖର୍ଚ୍ଚ ହେବ 364 କୋଟି ଟଙ୍କା । ଏଥିପାଇଁ ଟେଣ୍ଡର ହୋଇଛି । ଆଉ ଦୁଇ ମାସ ଭିତରେ କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀକୁ ବିଶ୍ୱ ସ୍ତରୀୟ ହେରିଟେଜ ସିଟି ପାଇଁ ସ୍ୱପ୍ନ ଦେଖିଛନ୍ତି । ଏଥିପାଇଁ ପୁରୀରେ ବିମାନ ବନ୍ଦର ପ୍ରକଳ୍ପ ପାଇଁ ଅନୁମୋଦନ କରିଛନ୍ତି । ସେହିପରି ଭୁବନେଶ୍ୱରରୁ ପୁରୀକୁ ମଧ୍ୟ ଏକ ବିଶ୍ୱ ସ୍ତରୀୟ ଟ୍ରେନ ଚାଲିବ । ଯାତ୍ରୀମାନେ ଆରାମରେ ଯାତ୍ରା କରି ପାରିବେ । ପୁରୀ ରେଲୱେ ଷ୍ଟେସନର ଡିଜାଇନ ସ୍ଥାପତ୍ୟ ଐତିହ୍ୟ କଳାକୃତିକୁ ନେଇ ତିଆରି ହେବ ।

ରଥଯାତ୍ରା ପାଇଁ ରେଳ ବିଭାଗ ପକ୍ଷରୁ 200ରୁ ଅଧିକ ଟ୍ରେନ ପୁରୀକୁ ଚାଲିବ । ଯାତ୍ରୀ ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର, ଖାଦ୍ୟ ବିତରଣ ମଧ୍ୟ କରାଯିବ । ଆସନ୍ତା 2022 ଅଗଷ୍ଟରୁ କାମ ଆରମ୍ଭ ହୋଇ 2024 ସୁଦ୍ଧା ପୁରୀ ରେଲୱେ ଷ୍ଟେସନର ନିର୍ମାଣ କାର୍ଯ୍ୟ ସାରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ପୁରୀକୁ ଦିନକୁ ଦିନ ଯାତ୍ରୀଙ୍କ ସଂଖ୍ୟା ବଢୁଥିବାବେଳେ ସୁବିଧା ପ୍ରଦାନ ପାଇଁ ସବୁ ପଦକ୍ଷେପ ନିଆଯାଉଥିବା ରେଳମନ୍ତ୍ରୀ କହିଛନ୍ତି ।

nis-ad
Leave A Reply

Your email address will not be published.