ତୁମୁଡିବନ୍ଧ ଶିଶୁ ବିଦ୍ୟା ମନ୍ଦିରରେ ଯୋଗ ଦିବସ ପାଳିତ

ଫୁଲବାଣୀ : ସ୍ଥାନୀୟ ଡ଼ଃ ଆମ୍ବେଦକର ଛକ ତୁମୁଡିବନ୍ଧ ଠାରେ ଅବସ୍ଥାପିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଷ୍ଟମ ଯୋଗ ଦିବସ ପାଳିତ ହୋଇ ଯାଇଛି l ବିଦ୍ୟାଳୟର ଛାତ୍ରଛାତ୍ରୀ, ଗୁରୁମା ଗୁରୁଜୀ, ସେବକ ସେବିକା, ପରିଚାଳନା ସମିତି ଅଭିଭାବକ ଓ ଅଭିଭାବିକାମାନେ ଯୋଗ ଦେଇଥିଲେ l ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ ଉପସ୍ଥିତ ଲୋକ ମାନଙ୍କୁ ଯୋଗ ଦିବସ ଉପରେ ଆଲୋଚନା କରିଥିଲେ l ନିଜ ଶରୀରକୁ ଭଲ ପାଇ ତା’ର ଯତ୍ନ ନେଲେ ଆମେ ସୁସ୍ଥ ରହିବା ସହ ସୁସ୍ଥ ବିଚାର ଆସିବ ବୋଲି କହିଥିଲେ l ପତଞ୍ଜଳି ଯୋଗ ଆଧାରିତ ବାବା ରାମଦେବଙ୍କ ସାଧନା ଓ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଉଦ୍ୟମ ଯୋଗୁଁ ସାରା ବିଶ୍ୱ ଯୋଗକୁ ପ୍ରମୁଖ ସ୍ଥାନ ଦିଆଯାଇଛି ବୋଲି ଅବଗତ କରାଇଥିଲେ l ପରେ ପରେ ଶ୍ରୀ ଧଳ ସମସ୍ତଙ୍କୁ ଯୋଗ ଅଭ୍ୟାସ କରିବା ସହ କେବଳ ଯୋଗ ଦିବସ ଦିନ ଯୋଗ ନ କରି ନିୟମିତ ଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପରିଚାଳନା ସମିତିର କର୍ମକର୍ତ୍ତା ଉପସ୍ଥିତ ରହିଥିଲା ବେଳେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.