ଟେଲି ଅଭିନେତ୍ରୀ ରଶ୍ମୀରେଖା ମୃତ୍ୟୁ ମାମଲା, ଦୁଇ ବୟଫ୍ରେଣ୍ଡଙ୍କୁ ଜେରା କରିବ ପୋଲିସ

ଭୁବନେଶ୍ୱର: ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲା । ମାମଲାରେ ରହସ୍ୟ ବଢିବାରେ ଲାଗିଛି । ତେବେ ଏହି ମୃତ୍ୟୁ ମାମଲାରେ ରଶ୍ମିରେଖାଙ୍କ ଦୁଇ ବୟଫ୍ରେଣ୍ଡ ସନ୍ତୋଷ ପାତ୍ର ଓ ପୂର୍ବତନ ବୟଫ୍ରେଣ୍ଡ ରାଜାଙ୍କୁ ଜେରା କରାଯିବ । ଏହି ଦୁଇ ବୟଫ୍ରେଣ୍ଡକୁ କମିଶନରେଟ ପୋଲିସ ଜେରା କରିବ ବୋଲି ଜଣାପଡିଛି ।

ତେବେ ଆତ୍ମହତ୍ୟା ପଛର କାରଣ କଣ ରହିଛି ଏବଂ ଆତ୍ମହତ୍ୟା କରିବାକୁ କିଏ ଉସୁକେଇଥିଲା ସେନେଇ ଜେରା କରାଯିବ । ସେପଟେ ଆଜି ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବ । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ମଧ୍ୟ ସ୍ପଷ୍ଟ ହୋଇଯିବ ।

ସୂଚନା ଅନୁସାରେ, ରଶ୍ମିରେଖାଙ୍କ ମୃତଦେହ ସୋମବାର ନୟାପଲ୍ଲୀସ୍ଥିତ ଭଡା ଘରୁ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା । ମୃତଦେହ ପାଖରେ ଥିବା ଏକ ଟେବୁଲ ସୁସାଇଡ ନୋଟ ମଧ୍ୟ ପୋଲିସ ଜବତ କରିଥିଲା ।

ସୁସାଇଡ ନୋଟରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନଥିବା ଲେଖା ଯାଇଥିଲା । ଏହାସହିତ ପରିବାର ଲୋକେ କାହାରି ନାଁ ଅଭିଯୋଗ ନକରିବାକୁ ମଧ୍ୟ କୁହାଯାଇଥିଲା । ଯଦି କାହାକୁ ଦୋଷୀ କରାଯାଏ ତେବେ ସେ କାହାରିକୁ ଛାଡିବେ ନାହିଁ ବୋଲି ଲେଖା ଯାଇଥିଲା ।

nis-ad
Leave A Reply

Your email address will not be published.