ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମପୁର (୨୧/୦୬) : ଧନ୍ଵନ୍ତରୀ ଉପନଗର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଓ ଦୁର୍ଗା ବାହିନୀ ର ମିଳିତ ଆନୁକୂଲ୍ୟରେ ଗୋପବନ୍ଧୁ ପ୍ରଭାତ ଶାଖା ର ଦୈନିକ ଅଭ୍ୟାସ ସ୍ଥାନ ଅର୍ଥାତ୍ ବ୍ରହ୍ମପୁର ବଡ ମେଡିକାଲ କଲେଜ ପଡିଆଠାରେ ବିଶ୍ଵ ଯୋଗ ଦିବସ ଉପଲକ୍ଷେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଦୂର୍ଗାବାହିନୀ ର ଶ୍ରୀମତୀ ବବିତା ପାତ୍ର ଓ ଉପ ନଗର ଶାଖାର ଶ୍ରୀ ସନ୍ତୋଷ କୁମାର ସାହୁ, ଶ୍ରୀ ସୁରେଶ କୁମାର ବିଶୋଇ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିର ରେ ଯୋଗ ଶିକ୍ଷକ ଭାବରେ ଶ୍ରୀ କୈଳାଶ ଚନ୍ଦ୍ର ପାଣିଗ୍ରାହୀ ଓ ଶ୍ରୀ ସୁଶାନ୍ତ କୁମାର ସାହୁ ଯୋଗଦାନ କରି ସୁର୍ଯ୍ୟ ନମସ୍କାର, ବିବିଧ ଆସନ, ପ୍ରାଣାୟମ, ବ୍ୟାୟାମ ଉପରେ ଶିକ୍ଷାଦାନ କରିଥିବାବେଳେ, ପରିଶେଷରେ ଶ୍ରୀ ପ୍ରମୋଦ କୁମାର ବାଜୁବନ୍ଧ ଯୋଗଦି ବସର ତାତ୍ପର୍ଯ୍ୟ, ବିଶ୍ୱରେ ଭାରତର ସ୍ଥାନ, ମୁନିଋଷି ମାନଙ୍କ ଅବଦାନ ଓ ଯୋଗପାଇଁ ବିଶ୍ୱ ସମୁଦାୟର ଭାରତକୁ ପ୍ରଶଂସା ଆଦି ଉପରେ ଆଲୋଚନା କରିଥିଲେ । ଏ ହିଁ କାର୍ଯ୍ୟକ୍ରମ ରେ ୨୦ ରୁ ଉର୍ଦ୍ଧ ମହିଳା ଏ ପରି କି ୫୦ ରୁ ଅଧିକ ସିବିରାର୍ଥି ଯୋଗଦାନ କରିଥିଲେ। ଶାନ୍ତି ପାଠ ପରେ କାର୍ଯ୍ୟକ୍ରମ ସମାପ୍ତି ହୋଇଥିଲା ।

nis-ad
Leave A Reply

Your email address will not be published.