ନବରଙ୍ଗପୁର : ମୋବାଇଲ ଟର୍ଚ୍ଚରେ ପରୀକ୍ଷା ଖାତା ମୂଲ୍ୟାୟନ


ନବରଙ୍ଗପୁର : ପିଲାଙ୍କ ଭବିଷ୍ୟତ କୁହାଯାଉଥିବା ବୋର୍ଡ ପରୀକ୍ଷା ଖାତା ଦେଖାଚାଲିଛି ମୋବାଇଲ ଟର୍ଚ୍ଚରେ l ଯାହାକୁ ନେଇ ସଠିକ ମୂଲ୍ୟାଙ୍କନ ହେବ କି ନାହିଁ ତାହା ସନ୍ଦେହ ଘେରକୁ ଟାଣି ହେଉଛି l ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ମହାବିଦ୍ୟାଳୟ ଠାରେ l ଯେଉଁଠି ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ପିଲାଙ୍କ ପରୀକ୍ଷା ଖାତା ର ଦ୍ଵିତୀୟ ପର୍ଯ୍ୟାୟ ରେ ମୂଲ୍ୟାଙ୍କନ କରାଯାଉଥିବା ବେଳେ +3 ପଞ୍ଚମ ବର୍ଷ ଖାତା ର ମୂଲ୍ୟାଙ୍କନ ଚାଲିଛି l ଆଜି ଯୁକ୍ତ ଦୁଇ ଦ୍ଵିତୀୟ ପର୍ଯ୍ୟାୟ ମୂଲ୍ୟାଙ୍କନ ର ପ୍ରଥମ ଦିନରେ MIL (ODIYA ) ଓ ଇକୋନମିକ୍ସ ଖାତା ଦେଖା ଚାଲିଛି l ଯେଉଁଠି 32ଜଣ ଅଧ୍ୟାପକ ନିଯୁକ୍ତି ହୋଇଥିବା ବେଳେ ବର୍ତମାନ ସୁଦ୍ଧା 15ଜଣ ଅଧ୍ୟାପକ ମୂଲ୍ୟାଙ୍କନ ଅନ୍ଧାରରେ ମୋବାଇଲ ଟର୍ଚ୍ଚ ଲଗାଇ ମୂଲ୍ୟାଙ୍କନ କରୁଥିବା ଦେଖିବାକୁ ମିଳିଛି l ମୂଲ୍ୟାଙ୍କନ କୋଠରୀ ରେ ଲାଇଟ ବ୍ୟବସ୍ଥା ରହିଥିଲେ ମଧ୍ୟ ବିଜୁଳି ଚାଲିଗଲେ ବିକଳ୍ପ ବ୍ୟବସ୍ଥା ନଥିବାରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି l ଏପରିକି କିଛି ଅଧ୍ୟାପକ ବାହାରେ ଟେବୁଲ ପକାଇ ମୂଲ୍ୟାଙ୍କନ କରୁଛନ୍ତି l

ଅନ୍ୟପଟେ ଏଭଳି ଅବ୍ୟସ୍ଥା କୁ ନେଇ ନବରଙ୍ଗପୁର ମହାବିଦ୍ୟାଳୟ ର ପ୍ରିନସିପାଲ କହିଛନ୍ତି ଯେ – ଆମ ମହାବିଦ୍ୟାଳୟ ରେ ଗୋଟିଏ ପଟେ ଯୁକ୍ତ ତିନି ପଞ୍ଚମ ବର୍ଷର ପରୀକ୍ଷା ଖାତା ମୂଲ୍ୟାଙ୍କନ ସହିତ ଯୁକ୍ତ ଦୁଇ ପ୍ରଥମ ବର୍ଷ ର ପରୀକ୍ଷା ଚାଲିଥିବାରୁ ଏବଂ ଆଜି ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ର ଦ୍ଵିତୀୟ ପର୍ଯ୍ୟୟ ଖାତା ଦେଖା ଆରମ୍ଭ ହୋଇଥିବାରୁ ଏଭଳି ଅବ୍ୟବସ୍ଥା ହୋଇଥିବା କହିଛନ୍ତି l ତେବେ, ଆସନ୍ତା କାଲି ଠାରୁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ଭାସ୍କର ନାଥ ବିଶ୍ୱାଳ ପ୍ରିନ୍ସପାଲ, ନବରଙ୍ଗପୁର ମହାବିଦ୍ୟାଳୟ | ଦେଖିବାକୁ ବାକି ରହିଲା ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି ନା ନାହିଁ।

nis-ad
Leave A Reply

Your email address will not be published.