୧୭ ହଜାର ଫୁଟ ଉପରେ ଯୋଗ କଲେ ଯବାନ

ନୂଆଦିଲ୍ଲୀ: ପ୍ରତିକୂଳ ପରିସ୍ଥିତିରେ ବି ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ । ଲଦାଖ ଓ ସିକିମରେ ବରଫ ଚାଦରରେ ଢାଙ୍କି ହୋଇଥିବା ୧୭ ହଜାର ଫୁଟ ଉଚ୍ଚ ପର୍ବତ ଉପରେ ସୂର୍ଯ୍ୟ ନମସ୍କାର କରିଛନ୍ତି ଯବାନ। ଉତ୍ତରାଖଣ୍ଡରୁ ଅରୁଣାଚଳ ପ୍ରଦେଶ ତଥା ହିମାଳୟର ବରଫରେ ଢଙ୍କା ଯାଇଥିବା ଉଚ୍ଚ ଉଚ୍ଚ ପର୍ବତ ଓ ମଇଦାନରେ ଯୋଗାସନ କରି ସମଗ୍ର ଦେଶକୁ ‘ମାନବତା ପାଇଁ ଯୋଗ’ର ବାର୍ତ୍ତା ଦେଇଛନ୍ତି ଭାରତ-ତିବ୍ବତ ସୀମା(ITBP)ର ଯବାନମାନେ ।
ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗମୟ ହୋଇଛି ସମଗ୍ର ଦେଶ । ଦେଶର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ଯୋଗ । କରୋନା ଭାଇରସ ଯୋଗୁ ଗତ ୨ ବର୍ଷ ହେବ ସାଧାରଣ ସ୍ଥାନରେ ଯୋଗ ଦିବସ ପାଳନ ବନ୍ଦ ହୋଇଥିବା ବେଳେ ଚଳିତ ବର୍ଷ ପୁଣି ଥରେ ସମଗ୍ର ଦେଶରେ ଯୋଗ ନିମନ୍ତେ ଦେଖାଦେଇଛି ଉତ୍ସାହ । ସର୍ବସାଧାରଣ ସ୍ଥାନରେ ପୁଣି ଆରମ୍ଭ ହୋଇଛି ଯୋଗ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ମହିଶୁର ପ୍ୟାଲେସରେ ବିଶ୍ୱ ଯୋଗ ଦିବସ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରାୟ ୧୫ ହଜାର ଲୋକଙ୍କ ସହ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
‘ମାନବତା ପାଇଁ ଯୋଗ’ର ବାର୍ତ୍ତାକୁ ଯୋଗ ମାଧ୍ୟମରେ ପ୍ରମାଣ କରିଛି ମାନବ ଜାତି । ଯୋଗ ହିଁ ଶରୀର, ମନ ଓ ଆତ୍ମା ଶୁଦ୍ଧିକରଣର ଅନନ୍ୟ ମାର୍ଗ । ଆଜି ଏହା ପ୍ରମାଣିତ ହୋଇଛି ।’ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସମଗ୍ର ଦେଶବାସୀଙ୍କୁ ଏପରି ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

nis-ad
Leave A Reply

Your email address will not be published.