ଭାରତର ଗହମ ନେବାକୁ ମନାକଲା ୟୁଏଇ

ଦୁବାଇ: ଆସନ୍ତା ୪ ମାସ ପାଇଁ ଭାରତରରୁ ଗହମ ଓ ଅଟା ନେବନି ୟୁଏଇ। ସରକାରଙ୍କ ପକ୍ଷରୁ ଭାରତରେ ଉତ୍ପାଦିତ ହେଉଥିବା ଗହମ ସହ ଜଡ଼ିତ ସମସ୍ତ ସାମଗ୍ରୀର ରପ୍ତାନୀ ଉପରେ ୪ ମାସ ପାଇଁ ରୋକ ଲଗାଇ ଦିଆଯାଇଛି। ଗହମ ଉତ୍ପାଦରେ ଭାରତ ବିଶ୍ୱରେ ଦ୍ୱିତୀୟ ବଡ଼ ରାଷ୍ଟ୍ର। କିନ୍ତୁ ୟୁଏଇର ଏପରି ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଗଲ୍ଫ ଦେଶର ଅର୍ଥ ବ୍ୟବସ୍ଥା ମନ୍ତ୍ରଣାଳୟ ଗହମ ରପ୍ତାନୀ ଉପରେ ରୋକ ଲଗାଇଛି। ବିଶ୍ୱ ସପ୍ଲାଏ ବଜାରରେ ବିବାଦ କାରଣରୁ ୟୁଏଇ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭାରତ ଘରୋଇ ବ୍ୟବହାର ପାଇଁ ଗହମର ରପ୍ତାନୀକୁ ଅନୁମତି ଦେଇଥିଲା। ଭାରତ ମେ’ ୧୪ରେ ଗହମ ରପ୍ତାନୀକୁ ବ୍ୟାନ କରିଥିଲା। ତେବେ ଯେଉଁମାନେ ବ୍ୟାନ ଆଦେଶ ପୂର୍ବରୁ ଗହମ ରପ୍ତାନୀ ପାଇଁ ବ୍ୟବସ୍ଥା କରି ସାରିଥିଲେ, ସେମାନଙ୍କ ପାଇଁ କୌଣସି ଅସୁବିଧା ହୋଇ ନଥିଲା।
ବ୍ୟାନ ଲାଗିବା ପରଠାରୁ ଭାରତ ସରକାର ମୋଟ ୪୬,୯୨,୦୨ ଟନ୍‌ ଗହମ ରପ୍ତାନୀ କରିଛନ୍ତି। ମେ’ ୧୩ ପୂର୍ବରୁ ୟୁଏଇକୁ ଭାରତରୁ ଗହମ ଆଣିଥିବା କମ୍ପାନୀ ଗୁଡ଼ିକ ଯଦି ଏହାକୁ ରପ୍ତାନୀ କିମ୍ବା ପୁନଃ ରପ୍ତାନୀ କରିବାକୁ ଚାହୁଁଛନ୍ତି, ତା’ହେଲେ ସେମାନଙ୍କୁ ପ୍ରଥମେ ଅର୍ଥ ବ୍ୟବସ୍ଥା ମନ୍ତ୍ରଣାଳୟ ନିକଟରେ ଆବେଦନ ପତ୍ର ଦାଖଲ କରିବାକୁ ପଡ଼ିବ ବୋଲି ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

nis-ad
Leave A Reply

Your email address will not be published.