ଭାରତ, ଇସ୍ରାଏଲ, ଆମେରିକା ଓ ୟୁଏଇ ମିଳିତ ଭାବେ ଗଠନ କଲେ ନୂଆ ମେଣ୍ଟର I2U2

ୱାଶିଂଟନ: ଭାରତ, ଇସ୍ରାଏଲ, ଆମେରିକା ଓ ୟୁଏଇ ମିଳିତ ଭାବେ ଗଠନ କରିଛନ୍ତି ଗୋଟିଏ ନୂଆ ଫୋରମ। ଏହି ନୂଆ ମେଣ୍ଟର ନାଁ I2U2। ଏହାର ଅର୍ଥ ଇସ୍ରାଏଲ ଓ ଭାରତ ଆଇ ୨ ଓ ଆମେରିକା-ୟୁଏଇ ୟୁ୨। ଆସନ୍ତା ମାସରେ ଏହି ୪ ଦଶ I2U2ର ପ୍ରଥମ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହେବ।
ଏପରି ଏକ ଫୋରମ ଗଠନ କରିବା ପଛରେ ଆମେରିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବାଇଡେନ ପ୍ରଶାସନ ଆମେରିକାର ସବୁ ସହଯୋଗୀଙ୍କୁ ପୁଣି ଏକାଠି କରି ଆଗକୁ ବଢ଼ିବାକୁ ଚାହୁଁଥିବାରୁ ଏପରି ପଦକ୍ଷେପ ନେଇଥିବା ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି।
ଖାଦ୍ୟ ସୁରକ୍ଷା ସଙ୍କଟ ଓ ଅନ୍ୟାନ୍ୟ ଭାଗିଦାରୀ ସମ୍ପର୍କିତ ପ୍ରସଙ୍ଗ ଉପରେ ଆଲୋଚନା ହିଁ ଆସନ୍ତା ମାସରେ ହେବାକୁ ଥିବା I2U2ର ମୂଳ ଲକ୍ଷ୍ୟ। ଏହି ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେଫତାଲି ବେନ୍ନେଟ୍ଟ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ୟୁଏଇ ରାଷ୍ଟ୍ରପତି ମହମ୍ମଦ ବିନ ଜାୟେଦ ଅଲ ନହୟାନ ଯୋଗଦେବ।
ବାଇଡେନ ଜୁନ ୧୩ରୁ ୧୬ ଯାଏ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ଗସ୍ତରେ ଯିବେ। ଏହି ସମୟରେ ହିଁ I2U2 ବୈଠକ ହେବ। ବାଇଡେନ ସ୍ୱତନ୍ତ୍ର ଭାବେ ମୋଦି, ବେନ୍ନେଟ ଓ ନହୟାନଙ୍କ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ଚାହୁଁଛନ୍ତି। ପରସ୍ପର ସହଭାଗିତାରେ ବିକାଶର ରଥ ଆଗକୁ ନେବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଖାଦ୍ୟ ଠାରୁ ଆରମ୍ଭ କରି ସମାରିକ କ୍ଷେତ୍ରରେ ସବୁ ଦେଶ ପରସ୍ପର ସହ ମିଳିତ ଭାବେ କାମ କରିବା ସପକ୍ଷରେ ବାଇଡେନ ରହିଛନ୍ତି। ତେଣୁ ଏପରି ଏକ ଫୋରମ ଗଠନ କରାଯାଇଥିବା ହ୍ୱାଇଟ ହାଉସ ସୂତ୍ରରୁ ଖବର ମିଳିଛି।

nis-ad
Leave A Reply

Your email address will not be published.