ବ୍ରୋ ଅମ୍ଳାନ୍ ଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା “ଆତ୍ମିକ ଉଦ୍ଦିପନା ଓ ସୁସ୍ଥତା ସଭା- ୨୦୨୨” ନାମରେ ଧର୍ମ ପରିବର୍ତ୍ତନ ବା ଖ୍ରୀଷ୍ଟ ଧର୍ମର ପ୍ରସାର କାର୍ଯ୍ୟକ୍ରମକୁ ବନ୍ଦ କରିବା ନିମନ୍ତେ ଦେବ ସେନା ତରଫରୁ ବିରୋଧ…

ଦେବସେନା ମାଲକାନଗିରି ଶାଖା ତରଫରୁ ଜିଲ୍ଲାପାଳ ଓ ଏସ.ପି ଙ୍କୁ ଦାବି ପତ୍ର…

ମାଲକାନଗିରି // ଚିତ୍ରକୋଣ୍ଡା :- ଗତ କିଛିଦିନ ହେବ ଆରୋଗ୍ୟ ପ୍ରାର୍ଥନା ଶିବିର ନାମରେ ସାରା ଓଡିଶାର ଦକ୍ଷିଣ ଓ ପଶ୍ଚିମ ଜିଲ୍ଲା ମାନଙ୍କରେ ବିଶେଷତଃ ଆଦିବାସୀ ଅଞ୍ଚଳ ମାନଙ୍କରେ ଧର୍ମପରିବର୍ତ୍ତନ କରିବାର ଏକ ଅଭିନବ ଉପାୟ ଖ୍ରୀଷ୍ଟ ଧର୍ମର କେତେକ ପ୍ରବର୍ତ୍ତକ କାର୍ଯ୍ୟ କରିଆସୁଛନ୍ତି l
ଆଦିବାସୀ ମାନଙ୍କୁ ଧର୍ମପରିବର୍ତ୍ତନ କରାଇଲେ ସେମାନେ କୌଣସି ସରକାରୀ ସୁବିଧାରୁ ବଞ୍ଚିତ ହେବେନାହିଁ ଜାଣିବାପରେ ଖ୍ରୀଷ୍ଟ ଧର୍ମର ପ୍ରବର୍ତ୍ତକ ମାନେ ଆରୋଗ୍ୟ ଶିବିର, ସୁସ୍ଥତା ଶିବିର ଓ ପ୍ରାର୍ଥନା ସଭା ନାମରେ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ କରୁଛନ୍ତି l ଏ ବିଷୟରେ ପ୍ରଥମେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଠାରେ ଗତ ମାସରେ ଏକ କାର୍ଯ୍ୟକ୍ରମ କରିଥିଲେ ଯଦିଅ ସେଥିରେ କୌଣସି ଅଭିଯୋଗ ବର୍ତ୍ତମାନ ପର୍ଯ୍ୟନ୍ତ ସଂଗଠନର ହସ୍ତଗତ ହୋଇପାରି ନାହିଁ କିନ୍ତୁ ଗଜପତି ଜିଲ୍ଲା ଓ ବଲାଙ୍ଗିର ଜିଲ୍ଲାରୁ ଅନେକ ଅଭିଯୋଗ ଆସିବାପରେ ସେଠାର ପ୍ରଶାସନ ବର୍ତ୍ତମାନ ତତ୍ପରତା ଦେଖଇବାସହ ଏହି ଅଭିଯୋଗକୁ ଭିତ୍ତିକରି ଆୟୋଜକ ବିରୋଧରେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛି l ସେଠାର ନିରିହ ଆଦିବାସୀ ରୋଗୀଙ୍କଠାରୁ ୫୦୦ ଟଙ୍କାରୁ ଆରମ୍ଭ କରି ୧୫୦୦୦ ଟଙ୍କା ପର୍ଯ୍ୟନ୍ତ କଲେକ୍‌ସନ୍ କରିଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର ହୋଇଥିବା ଆପଣ

ନିଶ୍ଚିତଭାବେ ଜାଣିଥିବେ l ପ୍ରଶାସନ ନିକଟରେ ଆମଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ କେତେଜଣ ଖ୍ରୀଷ୍ଟିଆନ୍ ଧର୍ମ ଆପଣେଇଛନ୍ତି ତାର କୌଣସି ହିସାବନାହିଁ କିନ୍ତୁ ଜିଲ୍ଲାରେ ଚର୍ଚ୍ଚ, ପ୍ରାର୍ଥନା ଗୃହ, ସାପ୍ତାହିକ ପ୍ରାର୍ଥନା ମଣ୍ଡଳି, ଡେ-କେଆର୍ ହୋମ୍, ସେଲ୍ଟର ହୋମ୍, ପ୍ରାଇଭେଟ୍ ହଷ୍ଟେଲ୍ ସହ ବିଦ୍ୟାଳୟ ଗୁଡିକ ଛତୁଫୁଟିବା ପରି ଖୋଲିଚାଲିଛନ୍ତି l ସ୍କୋଲାର ସିପ୍, ବୈଷୟିକ ଶିକ୍ଷା (ସେଲ୍‌ଫ୍ ଏମ୍ପ୍ଲୋଇମେଣ୍ଟ୍ ଟ୍ରେନିଂ), ନର୍ସ୍ ଓ ହସ୍ପିଟାଲିଟି ( ମେଡିକାଲ୍ ଆଟେଣ୍ଡେଣ୍ଟ୍) ପ୍ରଭୁତି ଅନେକ କିଛି ପ୍ରଶିକ୍ଷଣ ଦେଇ ଗ୍ରାମାଞ୍ଚଳରେ ଲୋକଙ୍କୁ ନିଯୁକ୍ତି ଦେଉଛନ୍ତି l ସେବା ଓ ଶିକ୍ଷା ନାମରେ ଜିଲ୍ଲା ପ୍ରଶାସନର ଆଖି ଆଗରେ ଧର୍ମ ପରିବର୍ତ୍ତନ ଖୋଲମ୍ ଖୋଲା ଆଇନ ଆଖିରେ ଧୁଳି ଦେଇ ନିରିହ ଆଦିବାସୀ ମାନଙ୍କୁ ଖ୍ରୀଷ୍ଟ ଧର୍ମର ଅନୁଗାମୀ କରାଉଛନ୍ତି l ଆସିବାସୀ ମାନେ ହିନ୍ଦୁ ନୁହନ୍ତି , ସେମାନଙ୍କ କୌଣସି ଧର୍ମ ବନ୍ଧନ ନାହିଁ, କହି ସେମାନେ ନିଜଇଚ୍ଛାରେ ଯେକୌଣସି ଧର୍ମ ଗ୍ରହଣ କରିପାରିବେ ଏ ପ୍ରକାର ମିଥ୍ୟା ତର୍କ ଉପସ୍ଥାପନ କରି ଖ୍ରୀଷ୍ଟିୟାନ କରିଦେଉଛନ୍ତି l ପ୍ରାରମ୍ଭିକ ସମୟରେ କିଛି ଅର୍ଥ ପ୍ରଦାନ କରି ଜୀବନ ତମାମ୍ ପ୍ରତି ସପ୍ତାହର ରବିବାର ଦିନ ପରିବାରର ସମସ୍ତ ସଦସ୍ୟଙ୍କ ଆଞ୍ଜୁଳା ଭର୍ତ୍ତି ଚାଉଳ ଓ ପନିପରିବା ତଥା ଅର୍ଥ ଆଦାୟ କରୁଛନ୍ତି ଓ ସଂଗୃହିତ ଜିନିଷକୁ ସେମାନଙ୍କ (ଉପସ୍ଥିତ ସଦସ୍ୟମାନଙ୍କ) ମଧ୍ୟରେ ବିକ୍ରି କରି ଆଦାୟ ଅର୍ଥକୁ ପାଷ୍ଟର୍ (ଫାଦର୍) ମହାଶୟ ନେଇ ଯାଉଛନ୍ତି l ବର୍ତ୍ତମାନ ଏହି କାର୍ଯ୍ୟକ୍ରମ ବିଷୟରେ କିଛି :- ଯେଉଁ ମାନେ ସ୍ପର୍ଷ କରି ରୋଗୀମାନଙ୍କୁ ରୋଗମୁକ୍ତ କରୁଛନ୍ତି ବୋଲି ଦାବି କରୁଛନ୍ତି, ସେମାନଙ୍କ ନିକଟରେ କୌଣସି ଆଇନ ସ୍ୱୀକୃତ ପ୍ରାପ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କୃତିହାସଲ କରିଥିବା ପ୍ରମାଣପତ୍ର ନାହିଁ l ସେମାନେ ସରକାରଙ୍କ ଦ୍ୱାରା ଡକ୍ତର ଉପାଧି ପାଇ ନାହାନ୍ତି କିନ୍ତୁ କେଉଁ ବିଷୟରେ ସେମାନେ ଉପାଧି ପାଇଛନ୍ତି ତାହାର ସଠିକ୍ ତଥ୍ୟ ପ୍ରଶାସନ ନିକଟରେ ଉପସ୍ଥାପନ କରୁନାହାନ୍ତି କିମ୍ବା ପ୍ରଚାର ପତ୍ରରେ ଉଲ୍ଲେଖ କରୁନାହାନ୍ତି l (ଯାହାର ପରିଣାମ ସ୍ୱରୂପ ନିରିହ ଆଦିବାସୀ ମାନେ ଡାକ୍ତରଙ୍କ ନିକଟରେ ଚିକିତ୍ସା ହେଉଛନ୍ତି ବୋଲି ଠକାମିର ଶିକାର ଓ ଆର୍ଥିକ ଲୁଟ୍ ହେଉଛନ୍ତି)
ପୋଲିସ୍ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲାପ୍ରଶାସନ ଅନୁମତି ନେବା ସମୟରେ ଏହି କାର୍ଯ୍ୟକ୍ରମରେ ରୋଗୀ ଚିକିତ୍ସା କରିବେ ବୋଲି ଲିଖିତ ଆବେଦନ ମଧ୍ୟ କରିନାହାନ୍ତି l
ଚିକିତ୍ସକଙ୍କ ସମ୍ପୁର୍ଣ୍ଣ ଓ ସଠିକ୍ ତଥ୍ୟ ପ୍ରଶାସନକୁ ନଦେବାରୁ ବଲାଙ୍ଗିର୍ ଜିଲ୍ଲାରେ ଅନେକ ରୋଗୀ ଓ ସେମାନଙ୍କ ଆତ୍ମିୟ ସ୍ୱଜନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ସଂଗ୍ରହକରି ଆୟୋଜକ ଓ କାର୍ଯ୍ୟକ୍ରମ ପରିଚାଳକ ଜିଲ୍ଲା ଛାଡି ଚାଲିଯାଇଛନ୍ତି l
ଏଣୁ ଅନୁରୋଧ ଏପ୍ରକାର କାର୍ଯ୍ୟକ୍ରମର ସମସ୍ତ ତଥ୍ୟ ପ୍ରଶାସନ ସଂଗ୍ରହ କରୁ ଓ ତାପରେ ସେଗୁଡିକ ଯାଞ୍ଚ୍ କରିବା ପରେ ଉଚିତ୍ ମନେକଲେ ଅନୁମତି ପ୍ରଦାନ କରନ୍ତୁ l ଆୟୋଜକ ଓ କାର୍ଯ୍ୟକ୍ରମ ପରିଚାଳକ ଉଭୟଙ୍କ ଉକ୍ତ ଆରୋଗ୍ୟ ପ୍ରାର୍ଥନା ସଭାକାର୍ଯ୍ୟର ସମସ୍ତ ଆଦାୟ ଓ ଖର୍ଚ୍ଚର ହିସାବ ପ୍ରସାଶନ ନିକଟରେ ଜମାକରନ୍ତୁ l କାର୍ଯ୍ୟକ୍ରମର ସମ୍ପୁର୍ଣ୍ଣ ଭିଡିଓ ରେକଡିଂ ପ୍ରଶାସନ ନିକଟରେ ଜମା କରନ୍ତୁ l ଯଦି କୌଣସି ବ୍ୟକ୍ତି (ରୋଗୀ) ଓ ସେମାନଙ୍କ ଆତ୍ମିୟ ସ୍ୱଜନଙ୍କ ଅଭିଯୋଗ ଆସିଲେ ତୁରନ୍ତ ଏଫ୍.ଆଇ.ଆର୍ ଗ୍ରହଣକରି ଆଭିଯୁକ୍ତଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣକରନ୍ତୁ l ଯଦି କୌଣସି ଆଇନ୍ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ ଏଥିନିମନ୍ତେ ସମ୍ପୃକ୍ତ କତ୍ତୃପକ୍ଷ ନିଜେ ଦାୟୀ ରହିବେ ବୋଲି ଏକ ଲିଖିତ ଘୋଷଣା ନାମା ପ୍ରଶାସନ ନିକଟରେ ଉପସ୍ଥାପନା କରନ୍ତୁ l
କୌଣସି ରୋଗୀର କିଛିବି ଅସୁବିଧା ହେଲେ କତ୍ତୃପକ୍ଷ ତାର ସମ୍ପୁର୍ଣ୍ଣ ଚିକିତ୍ସା ଖର୍ଚ୍ଚ ବହନ କରିବାସହ ସେ ଆରୋଗ୍ୟ ହୋଇ କାର୍ଯ୍ୟକ୍ଷମ ହେବାପର୍ଯ୍ୟନ୍ତ ତାଙ୍କ ପରିବାରର ସମସ୍ତ ଖର୍ଚ୍ଚ ଆୟୋଜକ ଓ କାର୍ଯ୍ୟକ୍ରମ ପରିଚାଳକ ଉଭୟ ବହନ କରିବେ ବୋଲି ପ୍ରଶାସନ ନିକଟରେ ଏକ ଲିଖିତ ଘୋଷଣା ନାମା ପ୍ରଶାସନର ଅନୁମତି ପ୍ରଦାନ କରୁଥିବା କତ୍ତୃପକ୍ଷ ନିକଟରେ ଉପସ୍ଥାପନା କରନ୍ତୁ l ଯଦି ସେମାନେ ଏପରି ନକରନ୍ତି ତେବେ ଉକ୍ତ କାର୍ଯ୍ୟକ୍ରମକୁ ତୁରନ୍ତ ବନ୍ଦ କରିବାସହ ଭବିଷ୍ୟତରେ ଏପରି ନିରିହ ଆଦିବାସୀ ଭାଇ ଭଉଣିଙ୍କୁ ଠକୁଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜିଲ୍ଲା ଅଧ୍ୟକ୍ଷ ଲକ୍ଷ୍ମୀ କାନ୍ତ ତ୍ରିପାଠୀ, ଉପସଭାପତି ଶ୍ରୀମତୀ ଭାରତୀ ପାଢ଼ୀ, ମହିଳା ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ପାତ୍ର, ନଗର ଅଧ୍ୟକ୍ଷ ଚୈତନ୍ୟ କର୍ମକାର ଓ ସମାଜ ସେବୀ ଶ୍ରୀ ରାମ କୃଷ୍ଣ ଚୌଧୁରୀ ଦାବିପତ୍ର ଦେବା ସମୟରେ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.