‘ଆମକୁ ପସନ୍ଦ ଆସୁନି ପୁଲିସ ଖାଦ୍ୟ’ ଭିଡିଓ ଜାରିକଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡିତ ଅର୍ଥ ହେରଫେର ମାମଲାରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଇଡି ପଚରାଉଚରାକୁ ବିରୋଧ କରିଥିବା କଂଗ୍ରେସ ନେତାଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଛି। ତେବେ ଅଟକ କଂଗ୍ରେସ କର୍ମୀଙ୍କୁ ଦିଆଯାଉଥିବା ଖାଦ୍ୟକୁ ନେଇ କଂଗ୍ରେସ ସାଂସଦ ଦିଲ୍ଲୀ ପୁଲିସକୁ ଟାର୍ଗେଟ କରିଛନ୍ତି। ତେଲେଙ୍ଗାନା କଂଗ୍ରେସର ଦାୟିତ୍ୱରେ ଥିବା ମଣିକମ୍ ଟାଗୋର ଦୁଇଟି ଭିଡିଓ ସେୟାର କରିଛନ୍ତି। ଗୋଟିଏ ଭିଡିଓରେ ଦିଲ୍ଲୀ ପୁଲିସ ଯୋଗାଇଥିବା ଖାଦ୍ୟ ଦେଖାଇଥିବା ବେଳେ ଅନ୍ୟ ଏକ ଭିଡିଓରେ ଦିଲ୍ଲୀ କଂଗ୍ରେସ ସଭାପତିଙ୍କ ଦ୍ୱାରା ପ୍ରଦତ୍ତ ଖାଦ୍ୟ ଦେଖାଯାଇଛି।
ଗିରଫ ନେତାଙ୍କ ପାଇଁ ଦିଲ୍ଲୀ ପୁଲିସର ଭୋଜନରେ ପୁରୀ ଏବଂ ତରକାରୀ ଥିବାବେଳେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅନିଲ ଚୌଧୁରୀଙ୍କ ଦ୍ୱାରା ଦିଆଯାଇଥିବା ଖାଦ୍ୟରେ ଏକ ପ୍ରସିଦ୍ଧ ରେଷ୍ଟୁରାଣ୍ଟରୁ ସୁନ୍ଦର ଭାବେ ପ୍ୟାକ୍ ହୋଇଥିବା ଥାଳି ରହିଛି। ଭିଡିଓରେ କଂଗ୍ରେସ କର୍ମୀମାନେ ଅନିଲ ଚୌଧୁରୀଙ୍କ ଦ୍ୱାରା ଦିଆଯାଇଥିବା ଥାଳି ଖାଉଥିବା ଦେଖିବାକୁ ମିଳିଛି ।
କଂଗ୍ରେସ ସାଂସଦ ମଣିକାମ ଟାଗୋର ଟ୍ୱିଟ୍ କରି କହିଛନ୍ତି ଯେ ଦିଲ୍ଲୀ କଂଗ୍ରେସ ଭାଇମାନଙ୍କ ସହ ମଧ୍ୟାହ୍ନ ଭୋଜନ। ସୋସିଆଲ ମିଡିଆରେ କିଛି ଲୋକ କଂଗ୍ରେସ ନେତାଙ୍କ ଟ୍ୱିଟକୁ ନେଇ କଡା ଜବାବ ଦେଇଛନ୍ତି। ଜଣେ ଟ୍ୱିଟର ୟୁଜର୍ସ ଲେଖିଛନ୍ତି ଯେ, ‘ପାର୍ଟି କରୁଛ ନା ବିରୋଧ କରୁଛ’। ଅନ୍ୟ ଜଣେ ଟ୍ୱିଟର ୟୁଜର୍ସ ଲେଖିଛନ୍ତି, ଏହି ଭିଭିଆଇପି ପୋଷ୍ଟ କରିବା ଆବଶ୍ୟକ କି?

nis-ad
Leave A Reply

Your email address will not be published.