ଉତ୍ତରପ୍ରଦେଶକୁ ଚାଲାଣ ହେଉଥିବା ଗଞ୍ଜେଇ ଓ ଟ୍ରକ ଜବତ, ଦୁଇଜଣ କୋର୍ଟ ଚାଲାଣ

ଦାରିଙ୍ଗବାଡ଼ି(୧୪/୬) : ବାଲିଗୁଡ଼ା ଅଞ୍ଚଳରୁ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିବା ୨୦୩ କେଜି ୪୦୦ଗ୍ରାମ ଗଞ୍ଜେଇ ଓ ବାର ଚକିଆ ଟ୍ରକ ଜବତ ସହ ଏହି ଘଟଣାରେ ଦୁଇଜଣକୁ କୋର୍ଟ ଚାଲାଣ ହୋଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଗତକାଲି ରାତିରେ ପାଟ୍ରୋଲିଂ କରିବା ସମୟରେ ବାଲିଗୁଡ଼ାରୁ ଦାରିଙ୍ଗବାଡ଼ି ୫୯ ନଂ ଜାତୀୟ ରାଜପଥ ଦେଇ ଦାରିଙ୍ଗବାଡ଼ିକୁ କୌଣସି ମାଲ ବୋଝେଇ ହୋଇନଥିବା ବାର ଚକିଆ ଟ୍ରକ ନଂ-ୟୁପି ୭୩ ଏ ୩୬୨୭ ଆସୁଥିଲା। ଶ୍ରାନିକେତା ଗ୍ରାମ ନିକଟସ୍ଥ ଆମ୍ବ ଖାଲିଆ ଘାଟିରେ ଦାରିଙ୍ଗବାଡ଼ି ପୋଲିସ ସନ୍ଦେହ କରି ତନଖି ଥିଲେ । ଗାଡ଼ିରୁ ଏକ କେଭିନରୁ ଚାରିଟି ଜରି ବ୍ୟାଗ ଭର୍ତ୍ତି ୨୦୩ କେଜି ୪୦୦ ଗ୍ରାମ ଗଞ୍ଜେଇ ରହିଥିବା ଦେଖିଥିଲେ । ଏହାପରେ ଟ୍ରକ ସହିତ ଗଞ୍ଜେଇ ଓ ଦୁଇଜଣଙ୍କୁ ଥାନାକୁ ଆଣିଥିଲେ । ସେହି ଦୁଇଜଣ ହେଲେ ଉତ୍ତରପ୍ରଦେଶ ରାଜ୍ୟର କୌଶମ୍ବି ଜିଲ୍ଲା ସୈନି ଥାନାର ମହମଦରୋସ ତୁଗଲାଙ୍କ ପୁଅ ସାରୁଖ ଖାନ, ଓ ଉକ୍ତ ରାଜ୍ୟର ଫଥେପୁର ଜିଲ୍ଲା ଖାଖେରୁ ଥାନାର ଶିବମୋହନ ପାଲଙ୍କ ପୁଅ ଅଜୟ କୁମାର ପାଲ ବୋଲି ଜଣାପଡ଼ିଛି । ଏହି ଘଟଣାରେ ଦାରିଙ୍ଗବାଡ଼ି ଥାନାରେ ,କେଶ ନଂ-୧୦୦/୨୨ରେ ମକଦମା ରୁଜୁକରି ସାରୁଖ ଖାନ ଓ ଅଜୟ କୁମାର ପାଲଙ୍କୁ କୋର୍ଟ ଚାଲାଣ କରିଥିବା ଆଇଓ କୌଶିକ ମାଝୀ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.