ଜ୍ୱାଇଁଙ୍କ ଛୁରା ମାଡ଼ରେ ଶଶୁର ଗୁରୁତର…


ହିଂଜିଳିକାଟୁ, : ୧୩ା୬: ଏକ ଘରୋଇ ପାରିବାରିକ ମାମଲାରେ ଝିଅ ଓ ଜ୍ୱାଇଁଙ୍କ ମଧ୍ୟରେ ସମାଧାନ କରିବାକୁ ଆସି ଜ୍ୱାଇଁଙ୍କ ଛୁରା ମାଡ଼ରେ ଶଶୁର ଗୁରୁତର ଆହତ ହୋଇଛନ୍ତି । ଗଂଜାମ ଜିଲା ହିଂଜିଳି ଥାନା ଗଣ୍ଡଳାରେ ସୋମବାର ଘଟିଛି ଏହି ଘଟଣା । ଆହତ ହୋଇଛନ୍ତି କଙ୍କୋରଡ଼ା ଗ୍ରାମର ସୀମାଂଚଳ ଦାସ । ଘଟଣାରୁ ପ୍ରକାଶ ଯେ, କଙ୍କୋରଡ଼ା ଗ୍ରାମର ସୀମାଂଚଳଙ୍କ ଝିଅ ହିଂଜିଳି ଥାନା ଗଣ୍ଡଳା ଗ୍ରାମ ଟୁକୁନା ଦାସଙ୍କୁ ବିବାହ କରିଥିଲେ । ଜ୍ୱାଇଁ ଓ ଝିଅଙ୍କ ମଧ୍ୟରେ ଉପୁଜିଥିବା ଗଣ୍ଡଗୋଳକୁ ସମାଧାନ ପାଇଁ ସୀମାଂଚଳ ସୋମବାର ଗଣ୍ଡଳା ଆସିଥିଲେ । ସମାଧାନ ବେଳେ ଜ୍ୱାଇଁ ଟୁକୁନା ଉତ୍ୟକ୍ତ ହୋଇ ଛୁରୀରେ ଶଶୁର ସୀମାଂଚଳଙ୍କୁ ଭୁସି ଦେଇଥିଲେ । ଫଳରେ ସୀମାଂଚଳ ଗୁରୁତର ଆହତ ହୋଇଥିଲେ । ସୀମାଂଚଳଙ୍କୁ ପ୍ରଥମେ ବେଲଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ଥାନାରେ ନଂ- ୨୮୭/୨୨ରେ ମାମଲା ରୁଜୁ ହୋଇଥିବା ଥାନା ଆଇଆଇସି ଅଭିମନ୍ୟୁ ଦାସଙ୍କ ଠାରୁ ପ୍ରକାଶ ।

nis-ad
Leave A Reply

Your email address will not be published.