ମୃତ୍ୟୁ ହୋମଗାର୍ଡ ଙ୍କ ପରିବାର ଙ୍କୁ ସହାୟତା କଲେ କନ୍ଧମାଳ ହୋମଗାର୍ଡ ସଂଘ…

କନ୍ଧମାଳ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ

ଫୁଲବାଣୀ :-ଆଦର୍ଶ ଟାଉନ ଥାନାରେ କାର୍ଯ୍ୟରତ ମହିଳା ହୋମଗାର୍ଡ, ଅନୁ ବେହେରା ଙ୍କର ଗତ ତା , ୩୧ ,୦୫ , ୨୦୨୨ ରିଖ ଦିନ ଅକାଳ ବିୟୋଗ ହୋଇଥିଲା । ଫୁଲବାଣୀ ଟାଉନ ଥାନାର ହୋମଗାର୍ଡ ସଂଘ ଏବଂ ଟାଉନ ଥାନାର ସମସ୍ତ ଶୃଙ୍ଖଳୀତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କ ଆଲୋଚନା ଓ ସହଯୋଗ ପ୍ରକାରେ ମୃତ ଅନୁ ବେହେରାଙ୍କ ଦଶାହ କାର୍ଯ୍ୟରେ ତାଙ୍କ ପରିବାର ଙ୍କୁ ଟାଉନ ଥାନାର ହୋମଗାର୍ଡ ସଂଘ ତରଫରୁ ରାସନ ସାମଗ୍ରୀ ଓ କିଛି ଆର୍ଥିକ ସହାୟତା ଦେଇ ତାଙ୍କ ପରିବାରକୁ ସ୍ୱାନ୍ତନା ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ପଞୀକୃତ ହୋମଗାର୍ଡ ସଂଘର ସଭାପତି , ପ୍ରଭାତ କୁମାର୍ ସାହାଣି ,ଉପ ସଭାପତି ,ବିରାଜ କୁମାର ପ୍ରଧାନ, କାର୍ଯ୍ୟକାରୀ ସଭାପତି , ଅଖୟ କୁମାର ରାୟ କୋଷାଧ୍ୟକ୍ଷ ,ଏସ୍ କେ ରିହାଜୁଦିନ, ଏବଂ ଟାଉନ ଥାନା ହୋମଗାର୍ଡ ସଂଘ ସଭାପତି ରାଜ୍ କୁମାର ବେହେରା, ଉପସଭାପତି, ସାଫ୍ରିନ ଖାନ୍,ସହ ସମ୍ପାଦକ ଚିଦାନନ୍ଦ ଦାସ , କୋଷାଧ୍ୟକ୍ଷ ଜୟନ୍ତୀ ଚୌଧୁରୀ ,ଉପ କୋଷାଧ୍ୟକ୍ଷ ଭଜରାମ ନାୟକ,ଏବଂ ସଂଘର କର୍ମକର୍ତା ସରୋଜ ଦାସ, ସୁନିତା ପାତ୍ର, ସରସ୍ୱତୀ ନାୟକ, ଭାଗ୍ୟଲତା ନାୟକ,ଏବଂ ଅନ୍ୟାନ୍ୟ ଶୃଙ୍ଖଳୀତ ହୋମଗାର୍ଡ ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ । କିନ୍ତୁ ଦୁଃଖର ବିଷୟ , ଜୀବନସାରା ପୋଲିସ ବିଭାଗରେ ହୋମଗାର୍ଡ ଭାବରେ ରହି ନିଜ ଜୀବନ କୁ ବାଜି ଲଗାଇ ରାଜ୍ୟ ସରକାରଙ୍କୁ ସହଯୋଗ କରିଆସୁଥିଲେ ମଧ୍ୟ ସରକାର କୌଣସି ହୋମଗାର୍ଡ କର୍ମଚାରୀ ମାନଙ୍କର ଦୁଃଖ ବୁଝୁନ ଥିବା ଅଭିଯୋଗ ହେଉଛି । କୈଣସି ହୋମଗାର୍ଡ ଭାଇ ଭଉଣୀ ଜଦି ଅବସର ନିଅନ୍ତି କି ମୃତ୍ୟୁବରଣ କରନ୍ତି ତାଙ୍କ ପରିବାରକୁ ସରକାରଙ୍କ ତରଫରୁ କୈଣସି ଆର୍ଥିକ ସହାୟତା ଏବଂ ପରିବାରର କୌଣସି ସଦସ୍ୟଙ୍କୁ ଚାକିରୀ ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ ନାହିଁ । କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ହୋମଗାର୍ଡ ମୃତ୍ୟୁ ବରଣ କରିଥିଲେ ମଧ୍ୟ ତାଙ୍କ ପରିବାରଙ୍କୁ ଏ ପର୍ଯ୍ୟନ୍ତ କୌଣସି ସରକାରୀ ସୁବିଧା ମିଳିପାରୁନାହିଁ । ଏ ବାବଦରେ ଜିଲ୍ଲା ଗୃହରକ୍ଷୀ ଆର୍ ଆଇ ଦାୟିତ୍ୱରେ ଥିବା ସୁବେଦାର ଧର୍ମେନ୍ଦ୍ର ପ୍ରଧାନ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ପତ୍ର ଦେଇଥିଲେ ମଧ୍ୟ ବିଫଳ ହେଇଛନ୍ତି । ରାଜ୍ୟ ସରକାର ଙ୍କର ଏ ସବୁ ସୁବ୍ୟବସ୍ଥା ନଥିବାରୁ ଅବସର ନେଇଥିବା ହୋମଗାର୍ଡ ପରିବାର ଏବଂ ମୃତ୍ୟୁବରଣ କରିଥିବା ହୋମଗାର୍ଡ ପରିବାର ବିଭିନ୍ନ ଅସୁବିଧାର ସମୂଖିନ ଭୋଗୁଛନ୍ତି । ସେହିପରି ଦିନକୁଦିନ ସମସ୍ତ ସାମଗ୍ରୀ ତଥା ପନିପରିବା , ରାସନ ସାମଗ୍ରୀ ଦରଦାମ ବୃଦ୍ଧି ପାଉଥିବା ବେଳେ ହୋମଗାର୍ଡ ଚାକିରୀଆ ଙ୍କର ଦରମା ବୃଦ୍ଧି ହୋଇପାରୁ ନାହିଁ । ସେଥି ସକାସେ କନ୍ଧମାଳ ଜିଲ୍ଲାର ମଞ୍ଜୁଲତା ଏବଂ କିଛି ଶୃଙ୍ଖଳୀତ ହୋମଗାର୍ଡ ଭାଇମାନେ ଆଇନୀଗତ ଭାବରେ ଦରମା ବୃଦ୍ଧି ଏବଂ ବିଭିନ୍ନ ସମସ୍ୟାର ସରଳ ସମାଧାନ କରିବା ପାଇଁ ୨୦୧୯, ମସିହାରେ ହାଇକୋର୍ଟରେ କେସ୍ କରି ଡିଗ୍ରୀ କରିଥିଲେ ।
କିନ୍ତୁ ହାଇକୋର୍ଟ ଦୈନିକ, ଭତା ୫୩୩ ଟଙ୍କା ହୋମଗାର୍ଡ ମାନଙ୍କୁ ଦେବାପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାଜ୍ୟ ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ହେତୁ ବର୍ତ୍ତମାନ ଷ୍ଟେଟ ହୀୟୁମାନରାଇଟ୍ ମିସନ ସଭାପତି ,ଦିଲ୍ଲୀପ କୁମାର ଧଳ,ମହିଳା ସଭାପତି ଆରତୀ ମଙ୍ଗରାଜ, ଏବଂ ହୁମାନରାଇଟ୍ ମିସନ ଚ୍ୟାରମେନ , ସୁପ୍ରିମକୋର୍ଟ ଆଇନଜୀବି ଶୀଖର ଶୀବାସ୍ତଙ୍କ ସହଯୋଗ କ୍ରମେ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଓଡ଼ିଶା କଟକ ,ସଭାପତି ରଞ୍ଜନ କୁମାର ମଲିକ, ଉପ ସଭାପତି ସୁସାନ୍ତ କୁମାର ପ୍ରଧାନ ସମ୍ପାଦକ,ବିଚିତ୍ରନନ୍ଦ ବିଶ୍ବାଳଙ୍କ ମାଧ୍ୟମରେ ମଞ୍ଜୁଲତା ନାୟକଙ୍କ ହାଇକୋର୍ଟ ଡିଗ୍ରୀ କେସ୍ ବର୍ତ୍ତମାନ ସୁପ୍ରିମକୋର୍ଟରେ ଫାଇଲ କରାଯାଇଛି । ସୁପ୍ରିମକୋର୍ଟ ଜୁନ ମାସରେ ସରକାରଙ୍କୁ ମାସିକ ଗୃହରକ୍ଷୀ ମାନଙ୍କ ଦରମା ୨୧ , ୭୦୦ ଟଙ୍କା ଦେବାପାଇଁ ନିର୍ଦ୍ଦେଶ ଦେଇ ଛନ୍ତି । ଏବଂ ଏହାର ପୁନର୍ବିଚାର କରିବାପାଇଁ ସୁପ୍ରିମକୋର୍ଟ ଛୁଟି ଖୋଲିବାପରେ ହୋମଗାର୍ଡ ମାନଙ୍କ ଦରମା ବୃଦ୍ଧି ଏବଂ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏଣୁ କନ୍ଧମାଳ ଜିଲ୍ଲା ଶୃଙ୍ଖଳୀତ ହୋମଗାର୍ଡ ସଂଘ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ସରକାର ପାଳନ କରି ୧୭,୬୦୦ ହୋମଗାର୍ଡ ପରିବାରଙ୍କୁ ନ୍ୟାୟ ଦେବା ପାଇଁ ସଂଘ ଅନୁରୋଧ କରିଛି ।

nis-ad
Leave A Reply

Your email address will not be published.