୪୩.୩ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା । ଆଜି ୪୩.୩ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ୯ ସହରରେ ୪୨ ଡ଼ିଗ୍ରୀ ଛୁଇଁଛି ପାରଦ । ୧୮ ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ କିମ୍ବା ତା ଠାରୁ ଅଧିକ ରହିଛି । ଆହୁରି ୨୪ ଘଣ୍ଟା ତାତି ରହିବା ନେଇ ପାଣିପାଗ ବିଭାଗ କହିଛି ।

ରାଜ୍ୟର ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ୩ ରୁ ୪ ଡ଼ିଗ୍ରୀ ଅଧିକ ରହିବ ଦିନ ତାପମାତ୍ରା । ୨୪ ଘଣ୍ଟା ପରେ ୩ ରୁ ୪ ଡ଼ିଗ୍ରୀ ଯାଏଁ ତାପମାତ୍ରା ତଳକୁ ଖସିବ ବୋଲି ବିଭାଗ କହିଛି ।

nis-ad
Leave A Reply

Your email address will not be published.