ଚଳିତ ବର୍ଷ କଟକରେ ଆୟୋଜନ ହେବ ଐତିହାସିକ ବାଲିଯାତ୍ରା

କଟକ: ଚଳିତ ବର୍ଷ ଆୟୋଜନ ହେବ ଐତିହାସିକ ବାଲିଯାତ୍ରା । ବାଲିଯାତ୍ରା ନେଇ ଅନୁମତି ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର । କୋଭିଡ୍‌ ପାଇଁ ଦୁଇ ବର୍ଷ ଧରି ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ବନ୍ଦ ରହିଥିଲା । କରୋନା ସ୍ଥିତିରେ ସୁଧାର ଆସିଥିବାରୁ ବାଲିଯାତ୍ରା କରାଯିବାକୁ ଯୋଜନା ରଖାଯାଇଛି । ଗତ ୨ ବର୍ଷ ହେଲା କୋଭିଡ୍ ଯୋଗୁଁ ବାଲିଯାତ୍ରାକୁ ଅନୁମତି ଦେଇ ନଥିଲା ପ୍ରଶାସନ ।

ଚଳିତଥର ବାଲିଯାତ୍ରା ପାଇଁ ପ୍ରଶାସନ ଅନୁମତି ଦେଇଥିବାରୁ ସମସ୍ତେ ଖୁସିବ୍ୟକ୍ତ କରିଛନ୍ତି । ପ୍ରତିବର୍ଷ ବାଲିଯାତ୍ରାରେ ହଜାର ହଜାର ଷ୍ଟଲ ପଡ଼ିଥାଏ । ବିଭିନ୍ନ ରାଜ୍ୟରୁ ଏଠାକୁ ବ୍ୟବସାୟୀମାନେ ଆସି ନିଜର ପସରା ମେଲାଇଥାନ୍ତି ।

nis-ad
Leave A Reply

Your email address will not be published.